ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ବାଙ୍କେଶ୍ବରୀ ପୀଠରେ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ

July 07, 2021, ଦେଶଦୁନିଆ, ଗଞ୍ଜାମ, Kiran Behera
ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ବାଙ୍କେଶ୍ବରୀ ପୀଠରେ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ
Kiran Behera
[ Reporter,Digapahandi ]
Bhagyaprabha News Bureau
July 07, 2021

ବୁଧବାର ଦିନ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦିନିକିଆ ଦିଗପହଣ୍ଡି ଗସ୍ତରେ ଆସି ମାଁ ବାଙ୍କେଶ୍ବରୀ ପୀଠରେ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଖବରନୁଯାୟୀ , ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି . ତୁରୁବୁଡି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶୀର୍ଷରେ ବିରାଜମାନ ମାଁ ନିଜ ବାଙ୍କେଶ୍ଵରୀ ପୀଠ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଅଛି । ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପର୍ଯ୍ୟଟନ ସ୍ଥଳୀର ରୂପରେଖକୁ ଅଧିକ ଆକର୍ଷଣୀୟ କରିବା ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ଯଟକଙ୍କୁ ଆକୃଷ୍ଟ କରିବାକୁ ହେଲେ ଅଧିକ ବିକାଶର ଆବଶ୍ୟକତା ରହିଥିବା କହିଥିଲେ । ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଥିବା ମନ୍ଦିର ଉନ୍ନୟନ କମିଟି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେେ । ଯେଉଁଥିରେ ରାସ୍ତା ପ୍ରଶସ୍ତିକରଣ ଦାୟିତ୍ୱ ଗ୍ରାମ୍ଯ ଉନ୍ନୟନ ବିଭାଗ ପରିବର୍ତ୍ତେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବା , ପର୍ଯ୍ଯଟକଙ୍କ ଯାନବାହନ ରଖିବା ପାଇଁ ଏକ ପାର୍କିଂ ପ୍ଲେସ ନିର୍ମାଣ କରିବା , ବାହାର ପର୍ଯ୍ଯଟକଙ୍କ ରାତ୍ରୀଯାପନ ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ଥିବା ବିଶ୍ରାମ କକ୍ଷ ନିର୍ମାଣ କରିବା , ମନ୍ଦିର ଚତୁଃପାର୍ଶ୍ବ ପରିବେଶ ଓ ପୋଖରୀର ସୌନ୍ଦର୍ଯ୍ୟକରଣ କରାଯିବା , ମନୋରମ ପାର୍କ ନିର୍ମାଣ କରିବା , ପାନୀୟ ଜଳର ସୁବନ୍ଦୋବସ୍ତ କରିବା , ଘାଟି ଆରମ୍ଭ ପ୍ରବେଶ ପଥ ନୂଆଗାଁ ଠାରେ ଆକର୍ଷଣୀୟ ଫାଟକ ନିର୍ମାଣ କରିବା ଭଳି ବିଭିନ୍ନ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି । ପରେ ମନ୍ତ୍ରୀ ପାଣିଗ୍ରାହୀ ବଡଡୁମୁଳା ସିଦ୍ଧ ବାଙ୍କେଶ୍ବରୀଙ୍କ ଦର୍ଶନ କରି ବ୍ରହ୍ମପୁର ଫେରିଥିବା ବେଳେ ମନ୍ତ୍ରୀଙ୍କ ଦିଗପହଣ୍ଡି ଗସ୍ତ କାଳରେ ବ୍ଲକ ଅଧ୍ଯକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ବିଡ଼ିଓ ହଳଧର ଶବର , ତହସିଲଦାର ଅଦୈତ କୁମାର ସ୍ବାଇଁ , ସ୍ବତନ୍ତ୍ର ଠିକାଦାର ଅଜିତ ପୂଜାରୀ , ମନ୍ଦିର ଉନ୍ନୟନ କମିଟି ସଦସ୍ୟ ଅସୀତ ସାହୁ , ତାରିଣୀ ପ୍ରଧାନ , ଦୁର୍ଯ୍ୟୋଧନ ରଣା , ଯୁବନେତା ବିକ୍ରମ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇକୋ କ୍ଳବ ପକ୍ଷରୁ ବିଦ୍ୟାଳୟରେ ବୃକ୍ଷରୋପଣ ଅନୁଷ୍ଠିତ

ଇକୋ କ୍ଳବ ପକ୍ଷରୁ ବିଦ୍ୟାଳୟରେ ବୃକ୍ଷରୋପଣ ଅନୁଷ୍ଠିତ

Read More...

ରାଜ୍ୟର ୧୦ ଜିଲ୍ଲାରେ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ : ପ୍ରଦୀପ୍ତ ମହାପାତ୍ର

ରାଜ୍ୟର ୧୦ ଜିଲ୍ଲାରେ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ : ପ୍ରଦୀପ୍ତ ମହାପାତ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: