ଭାଗବତ ଗାଦୀ ପ୍ରତିଷ୍ଠା ଦିବସରେ ଯୋଗଦେଲେ ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି

July 12, 2021, ଓଡ଼ିଶା, ଗଞ୍ଜାମ, Kiran Behera
ଭାଗବତ ଗାଦୀ ପ୍ରତିଷ୍ଠା ଦିବସରେ ଯୋଗଦେଲେ ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି
Kiran Behera
[ Reporter,Digapahandi ]
Bhagyaprabha News Bureau
July 12, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗଡ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଡାବରା ସିଂ ଗ୍ରାମ ପରିସରରେ ରହିଥିବା ଭାଗବତ ଗାଦୀର ପ୍ରତିଷ୍ଠା କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଭ ଉଦଘାଟନ ତଥା ପ୍ରତିଷ୍ଠା ଦିବସରେ ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ସମ୍ମାନୀୟ ଅତିଥି ରୂପେ ସ୍ଥାନୀୟ ସମିତି ସଭ୍ୟ ପ୍ରତିନିଧି ତଥା ଯୁବ ବିଜେଡ଼ି ନେତା ରଞ୍ଜନ କୁମାର ସାହୁ , ରାଜ୍ୟ ବିଜେଡି ଛାତ୍ର ସମ୍ପାଦକ ସୁନୀଲ ଗୌଡ଼ , ଯୁବନେତା ସନ୍ତୋଷ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ ।ଖବରନୁଯାୟୀ , ବ୍ଳକ ଅଧିନସ୍ଥ ଏହି ଗ୍ରାମରେ ରହିଥିବା ବହୁ ପୁରାତନ ଭାଗବତ ଗାଦି ଗୃହ ଭାଙ୍ଗିରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା । ତେବେ ଗ୍ରାମର ଜୁରା ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀ ଏହାର ପୁନରୁଦ୍ଧାର ଏବଂ ନୂତନ ରୂପରେଖ ଦେବାପାଇଁ ମାନ୍ୟବର ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଜି ପବିତ୍ର ରଥଯାତ୍ରା ଅବସରରେ ଗ୍ରାମବାସୀଙ୍କ ମିଳିତ ପ୍ରଚେଷ୍ଟାରେ ଏହାର ପ୍ରତିଷ୍ଠା କରାଯାଇଥିଲା । ଏଥିସହ ଗ୍ରାମରେ ଦିନିକିଆ ଯଜ୍ଞ କାର୍ଯ୍ୟ ମଧ୍ୟ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଗ୍ରାମର ଶତାଧିକ ମହିଳା ନିକଟସ୍ଥ ନଦୀରୁ ଜଳାଭିଷେକ କରିବା ପରେ ମୁଖ୍ୟ ପଣ୍ଡିତଙ୍କ ଦ୍ବାରା ପୂଜାର୍ଚ୍ଚନା କାର୍ଯ୍ୟ କରାଯାଇଥିଲା । ତେବେ ଦୀର୍ଘଦିନର ପ୍ରୟାସ ପରେ ଗ୍ରାମରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିବା ଜଣାପଡିଛି । ତେବେ ଏହି ଦିନିକିଆ ଯଜ୍ଞ କାର୍ଯ୍ୟକ୍ରମ ଦେଖିବାକୁ ଆଖପାଖ ଲୋକଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳିଥିଲା । ଏହି ସମୟରେ ଜୁରା ପ୍ରଧାନ , ରବି ପ୍ରଧାନ, ହରି ପ୍ରଧାନ , ସଦାନନ୍ଦ ପ୍ରଧାନ, ଶିବରାମ ପ୍ରଧାନ , ରାକେଶ ପ୍ରଧାନ , ସଞ୍ଜୟ ପ୍ରଧାନ , କୃଷ୍ଣ ପ୍ରଧାନ , ବାଳକୃଷ୍ଣ ପ୍ରଧାନ , ଟୁନା ପ୍ରଧାନ , ପ୍ରସନ୍ନ ପ୍ରଧାନ , ଜିଲ୍ଲା ପରିିଷଦ ପ୍ରତିନିଧି ଉମାକାନ୍ତ ସେଠୀ , କେ . ସମ୍ପଦ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୃଦ୍ଧି ପାଇବ ଜୁନିଅର କଲେଜର ଯୁକ୍ତ ଦୁଇ ସିଟ୍ ସଂଖ୍ୟା

ବୃଦ୍ଧି ପାଇବ ଜୁନିଅର କଲେଜର ଯୁକ୍ତ ଦୁଇ ସିଟ୍ ସଂଖ୍ୟା

Read More...

କୁଶପଡା ପଞ୍ଚାୟତ ପ୍ରିମିୟମ ଲିଗ ଉଦଯାପିତ : ବାଙ୍ଗାଲୋର ଚାମ୍ପିଅନ

କୁଶପଡା ପଞ୍ଚାୟତ ପ୍ରିମିୟମ ଲିଗ ଉଦଯାପିତ : ବାଙ୍ଗାଲୋର ଚାମ୍ପିଅନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: