ପୂର୍ବତନ ସମବାୟ ସମିତି ସଭାପତିଙ୍କୁ ଦୁବୃର୍ତ୍ତଙ୍କ ମରଣାନ୍ତକ ଆକ୍ରମଣ : ଥାନାରେ ଏତଲା

July 13, 2021, ଓଡ଼ିଶା, ଗଞ୍ଜାମ, Kiran Behera
ପୂର୍ବତନ ସମବାୟ ସମିତି ସଭାପତିଙ୍କୁ ଦୁବୃର୍ତ୍ତଙ୍କ ମରଣାନ୍ତକ ଆକ୍ରମଣ : ଥାନାରେ ଏତଲା
Kiran Behera
[ Reporter,Digapahandi ]
Bhagyaprabha News Bureau
July 13, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଗୁଣ୍ଠପଡା ଗ୍ରାମରେ ସୋମବାର ସନ୍ଧ୍ୟାରେ କଲ୍ୟାଣପୁର ପୂର୍ବତନ ସମବାୟ ସମିତି ସଭାପତି ଏ . ବୁଦ୍ଧିଆ ପାତ୍ରଙ୍କୁ ସୋମବାର ସନ୍ଧ୍ୟାରେ ଦୁବୃର୍ତ୍ତ ମାନେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ବୁଦ୍ଧିଆ ଗୁରୁତର ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଦିଗପହଣ୍ଡି ଥାନାରେ ଦୁବୃର୍ତ୍ତଙ୍କ ବିରୋଧରେ ଦିଗପହଣ୍ଡି ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା । ଖବରନୁଯାୟୀ , ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ଗୁଣ୍ଠପଡା ଗ୍ରାମର ବୁଦ୍ଧିଆ ଗତକାଲି ନିଜ ଗ୍ରାମ ପଛପଟେ ରହିଥିବା ଜଗନ୍ନାଥ କୁକୁଡ଼ା ଫାର୍ମରେ ବସି କଥାବାର୍ତ୍ତା ହେଉଥିବା ବେଳେ ଏକ କଳା ପଲସର ବାଇକରେ ତିନି ଯୁବକ ମୁହଁରେ କଳାମୁଖା ପିନ୍ଧି ଆସିଥିଲେ । ଏହାପରେ ତିନି ଦୁବୃର୍ତ୍ତ ଗାଡିରୁ ଓହ୍ଲାଇ କଥା ବୁଝିବା ପୂର୍ବରୁ ହକି ଷ୍ଟିକ୍ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି ବଡଡୁମ୍ବୁଳା ରାସ୍ତାରେ ଚମ୍ପଟ ମାରିଥିଲେ । ତେବେ ବୁଦ୍ଧିଆଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏହାପରେ ଗ୍ରାମବାସୀ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ଆହତ ବୁଦ୍ଧିଆଙ୍କୁ ଉଦ୍ଧାର କରି ନିକଟସ୍ଥ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ବୁଦ୍ଧିଆ ଓ ତାଙ୍କ ପରିବାର ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତି କରି ଦିଗପହଣ୍ଡି ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଦୁବୃର୍ତ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର ଚାଲିଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ତେବେ ରାଜନୈତିକ ହିଂସାକୁ ନେଇ ଏଭଳି କାଣ୍ଡ ଘଟିଥିବା ଗ୍ରାମବାସୀ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଦିକନ୍ଦପୁରରେ ଦୁଇଟି ବାହାଘର ଭୋଜିରେ ରୋକ୍ ଲଗାଇଲା ଦିଗପହଣ୍ଡି ତହସିଲଦାରଙ୍କ ଟିମ୍

ଆଦିକନ୍ଦପୁରରେ ଦୁଇଟି ବାହାଘର ଭୋଜିରେ ରୋକ୍ ଲଗାଇଲା ଦିଗପହଣ୍ଡି ତହସିଲଦାରଙ୍କ ଟିମ୍

Read More...

ଚଳିତବର୍ଷ ବନ୍ଦ ରହିବ ବୋଲବମ୍ ଯାତ୍ରା

ଚଳିତବର୍ଷ ବନ୍ଦ ରହିବ ବୋଲବମ୍ ଯାତ୍ରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: