ବମକୋଇ ପଞ୍ଚାୟତରୁ ବହୁ କର୍ମୀ ଦଳତ୍ୟାଗ କରି ବିଜେଡିରେ ଯୋଗଦେଲେ

July 14, 2021, ରାଜନୀତି, ଗଞ୍ଜାମ, Kiran Behera
ବମକୋଇ ପଞ୍ଚାୟତରୁ ବହୁ କର୍ମୀ ଦଳତ୍ୟାଗ କରି ବିଜେଡିରେ ଯୋଗଦେଲେ
Kiran Behera
[ Reporter,Digapahandi ]
Bhagyaprabha News Bureau
July 14, 2021

ଆଗକୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ବହୁ କର୍ମୀ ନିଜ ଦଳ ତ୍ୟାଗ କରି ଅନ୍ୟ ଦଳରେ ନିଜକୁ ସାମିଲ କରି ଆସୁଥିବା ବେଳେ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ଖଇରପଙ୍କ ଗ୍ରାମର ବହୁ କଂଗ୍ରେସ ଓ ବିଜେପି ସମର୍ଥିତ କର୍ମୀ ଦଳତ୍ଯାଗ କରି ବିଜେଡିରେ ଯୋଗ ଦେଇଥିବା ଜଣାପଡିଛି । ଖବରନୁଯାୟୀ , ରାଜ୍ୟରେ ବିଜେଡି ସରକାରଙ୍କ କାର୍ଯ୍ୟ ଦକ୍ଷତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ମାନ୍ୟବର ବାଚସ୍ପତି ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ଡଃ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମିଶ୍ରଣ ପର୍ବରେ ଖଇରପଙ୍କ ଗ୍ରାମର ବହୁ ଲୋକ ବିଜେଡି ଦଳରେ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟ ସରକାର ଓ ମାନ୍ୟବର ବାଚସ୍ପତିଙ୍କ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିବା ସହ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଶ୍ରୀ ପ୍ରଧାନଙ୍କ ନେତୃତ୍ବକୁ ବିଶ୍ୱାସ ରଖି ଆମେ ବିଜେଡିରେ ଯୋଗଦାନ କରିଥିବା ଦୀନବନ୍ଧୁ ସାହୁ , ଦେବେନ୍ଦ୍ର ସାହୁ , ମନୋଜ ସାହୁ , କୁତିଲି କନ୍ୟାୟାରୀ , ବୁଲୁ ପ୍ରଧାନ , ସନ୍ତୋଷ ପ୍ରଧାନ , ମନୋଜ ପ୍ରଧାନ , ସୀମା ବେହେରା , ବୁଲୁ ସେଠୀ କହିଛନ୍ତି । ଏହି ମିଶ୍ରଣ ପର୍ବରେ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ବମକୋଇ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟା , ଛାତ୍ର ବିଜେଡି ସଭାପତି ରାଜକିଶୋର ମହାନ୍ତି , ସମ୍ପାଦକ ବିକ୍ରମ ସିଂ , ଦେବରାଜ ପ୍ରଧାନ , ନାଏବ ସରପଞ୍ଚ ଜଗନ୍ନାଥ ପ୍ରଧାନ ଉପସ୍ଥିତ ରହିଥିଲେ । ସେହିପରି ସନ୍ତୋଷ ସାହୁ , ବିକ୍ରମ ପ୍ରଧାନ , ବାଳକୃଷ୍ଣ କନ୍ୟାୟାରୀ , ସମୀର କନ୍ୟାୟାରୀ , ଲକ୍ଷ୍ମୀସେଠୀ , ବୁଲୁ କନ୍ୟାୟାରୀ, କୃଷ୍ଣ ସେଠୀ , ଋତୁପୂର୍ଣ ପ୍ରଧାନ ଆଦି ଉପସ୍ଥିତ ରହି ପରିଚାଳନା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତା ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ଆସନ୍ତା ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

Read More...

ଘୋଡାହଡ ପାଣି ପଞ୍ଚାୟତ ଶୀର୍ଷକ କମିଟି ପକ୍ଷରୁ ଆଲୋଚନା ସଭା

ଘୋଡାହଡ ପାଣି ପଞ୍ଚାୟତ ଶୀର୍ଷକ କମିଟି ପକ୍ଷରୁ ଆଲୋଚନା ସଭା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: