୩୯ ବର୍ଷରେ ପାଦ ଥାପିଲେ ଦେଶୀ ଗର୍ଲ

July 18, 2021, ମନୋରଞ୍ଜନ, , Srabani Nayak
୩୯ ବର୍ଷରେ ପାଦ ଥାପିଲେ ଦେଶୀ ଗର୍ଲ
Srabani Nayak
[ Desk Head ]
Bhagyaprabha News Bureau
July 18, 2021

ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଜି ୩୯ ବର୍ଷରେ ପାଦ ଥାପିଛନ୍ତି । ସେ ୧୯୮୨ ମସିହା ଆଜିର ଦିନରେ ଜାମସେଦପୁରରେ ଜନ୍ମଗ୍ରହଣ କରିଥିଲେ। ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା କିଛି ଅଜଣା କଥା -


-୨୦୦୦ ମସିହାରେ ମିସ୍ ଓ୍ୱାଲ୍ଡର ମୁକୁଟ ପିନ୍ଧିବା ପରେ ପ୍ରିୟଙ୍କାଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀର ରାସ୍ତା ଖୋଲିଯାଇଥିଲା। ଅବାସ-ମସ୍ତାନଙ୍କ ଫିଲ୍ମ 'ହମରାଜ' ତାଙ୍କୁ ଅଫର ହୋଇଥିଲା। ହେଲେ କୌଣସି କାରଣ ବଶତଃ ପ୍ରିୟଙ୍କା ଏହାକୁ କରିପାରିନଥିଲେ।


1626595207.jpg


- ପ୍ରିୟଙ୍କା ୨୦୦୨ ମସିରେ ତାମିଲ ଚଳଚ୍ଚିତ୍ର ‘ଥାମିଜାନ’ ରୁ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ସେ ୨୦୦୩ ଚଳଚ୍ଚିତ୍ର ‘ଅନ୍ଦାଜ’ରୁ ପରିଚୟ ପାଇଥିଲେ, ଯେଉଁଥିରେ ସେ ଜିଆ ସିଂଘାନିଆ ଚରିତ୍ରରେ ଅଭିନୟ କରିଥିଲେ । ପ୍ରିୟଙ୍କା ତାଙ୍କ ୧୮ ବର୍ଷର କ୍ୟାରିଅରରେ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।


-ଏହାପରେ ୨୦୦୩ରେ ଫିଲ୍ମ 'ଦ ହିରୋ- ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ'ରୁ ସେ ବଲିଉଜରେ ଡେବ୍ୟୁ କରିଥିଲେ। ଏହାପରେ ଆଉ ପଛକୁ ଚାହିଁନଥିଲେ ପ୍ରିୟଙ୍କା । ଏତରାଜ, ମ୍ୟାରିକମ୍‌ , କ୍ରିସ , କ୍ରିସ-3, ଅନ୍ଦାଜ, ମୁଝସେ ଶାଦୀ କରୋଗୀ ଭଳି ହିଟ୍ ଫିଲ୍ମ ସେ ଦେଇଚାଲିଲେ। କେବଳ ଟଲିଉଡ ବା ବଲିଉଡ ନୁହେଁ, ହଲିଉଡରେ ମଧ୍ୟ ନିଜ ଜଲଓ୍ୱା ଦେଖାଇ ସାରିଛନ୍ତି ପ୍ରିୟଙ୍କା। ହଲିଉଡରେ ତାଙ୍କର ପ୍ରଥମ ଫିଲ୍ମ 'ବେଓ୍ୱାଚ୍' ଥିଲା।


-ନ୍ୟାଶନାଲ ଫିଲ୍ମ ଆଓ୍ବାର୍ଡ ସମେତ ଅନେକ ପୁରସ୍କାର ସେ ଲାଭ କରିଛନ୍ତି। ୨୦୧୬ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି।


1626595260.jpg


- ପ୍ରିୟଙ୍କା ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ଲୋକଙ୍କୁ ଭଲପାଇଥିଲେ । ପ୍ରିୟଙ୍କା ଚୋପ୍ରାଙ୍କର ପ୍ରଥମ ପ୍ରେମ ଥିଲେ ଅସୀମ ମର୍ଚେଣ୍ଟ। ପ୍ରିୟଙ୍କା ଫିଲ୍ମରେ ଅଭିନୟ କରିବା ପୂର୍ବରୁ ତାଙ୍କୁ ଡେଟ କରୁଥିଲେ। କିନ୍ତୁ ପ୍ରିୟଙ୍କା ବଲିଉଡରେ ସଫଳତା ପାଇବା ମାତ୍ରେ ସେ ତାଙ୍କର ପ୍ରଥମ ପ୍ରେମ ଅର୍ଥାତ୍ ଆସିମ୍ ମର୍ଚେଣ୍ଟଙ୍କୁ ଭୁଲିଗଲେ । ଏହିପରି, ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।


-ଫିଲ୍ମ ‘ଅନ୍ଦାଜ୍’ରେ ଅକ୍ଷୟ କୁମାରଙ୍କ ସହ ପ୍ରିୟଙ୍କା ଚୋପ୍ରା ଅନେକ ରୋମାଣ୍ଟିକ୍ ଗୀତରେ ଅଭିନୟ କରିବା ସହ ଅନେକ ରୋମାଣ୍ଟିକ ଫିଲ୍ମ ମଧ୍ୟ କରିଥିଲେ। ଲୋକମାନେ ଅକ୍ଷୟ କୁମାରଙ୍କ ସହ ପ୍ରିୟଙ୍କାଙ୍କ ଯୋଡିକୁ ଭଲ ପାଉଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଦୁହେଁ କାମ କରିବା ସମୟରେ ପରସ୍ପରର ଅତି ନିକଟତର ହୋଇଥିଲେ। ଏପରିକି ଖବର ଆସିଥିଲା ​​ଯେ ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲ ପ୍ରିୟଙ୍କାଙ୍କ କାରଣରୁ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ।ଏହାପରେ ଉଭୟଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ପଡିଥିଲା।


-ଅକ୍ଷୟ କୁମାରଙ୍କ ସହ ସମ୍ପର୍କ ଛିନ୍ନ ହେଲାପରେ ପ୍ରିୟଙ୍କା ନିର୍ଦ୍ଦେଶକ ହ୍ୟାରି ବାୱେଜାଙ୍କ ପୁଅ ହରମାନ ବାୱେଜାଙ୍କ ସହ ଡେଟିଂ ଆରମ୍ଭ କରିଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଲୋଚନା ବହୁତ ଶୁଣିବାକୁ ମିଳିଲା। ଲଭ୍ ଷ୍ଟୋରୀ 2050 ରେ ଦୁହେଁ ଏକାଠି କାମ କରିଥିଲେ ।ତେବେ ଫିଲ୍ମଟି ଫ୍ଲପ୍ ହୋଇଥିଲା। ଏଭଳି ପରିସ୍ଥିତିରେ ହରମନଙ୍କ ବୁଡ଼ି ଯାଉଥିବା କ୍ୟାରିଅରକୁ ଦେଖି ପ୍ରିୟଙ୍କା ତାଙ୍କ ସହ ଥିବା ସମ୍ପର୍କକୁ ଶେଷ କରିବା ଭଲ ବୋଲି ଭାବିଥିଲେ।


1626595222.jpg


-ଶେଷରେ ୨୦୧୮ରେ ଆମେରିକୀୟ ପପ୍‌ ଗାୟକ ତଥା ଅଭିନେତା ନିକ୍‌ ଜୋନାସ୍‌ଙ୍କୁ ସେ ପ୍ରେମବିବାହ ଆମେରିକାରେ ବସବାସ କରୁଛନ୍ତି । ନିକ ଜୋନାସଙ୍କ ପୂର୍ବରୁ ପ୍ରିୟଙ୍କା ଅନେକ ଲୋକଙ୍କ ସହ ତାଙ୍କ ସମ୍ବନ୍ଧକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଏଥିମଧ୍ୟରେ କେବଳ ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନ ପର୍ଯ୍ୟନ୍ତ ନୁହେଁ ବରଂ ଜଣେ ବିଦେଶୀ ଅଭିନେତା ମଧ୍ୟ ସାମିଲ ଅଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ରାଜ୍ୟରେ ୨୨୧୫ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ୨୨୧୫ ପଜିଟିଭ୍ ଚିହ୍ନଟ

Read More...

ଆସନ୍ତା ୨୬ରୁ ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ଖୋଲିବ ସ୍କୁଲ

ଆସନ୍ତା ୨୬ରୁ ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ଖୋଲିବ ସ୍କୁଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: