ଅସହାୟ ପ୍ରବୀଣଙ୍କୁ ଭେଟିଲେ କଂଗ୍ରେସ ନେତା ରଶ୍ମିରଞ୍ଜନ ପଟ୍ଟନାୟକ

July 23, 2021, ଓଡ଼ିଶା, ଗଞ୍ଜାମ, Gouri Shankar Mishra
 ଅସହାୟ ପ୍ରବୀଣଙ୍କୁ ଭେଟିଲେ କଂଗ୍ରେସ ନେତା ରଶ୍ମିରଞ୍ଜନ ପଟ୍ଟନାୟକ
Gouri Shankar Mishra
[ Video Journalist ]
Bhagyaprabha News Bureau
July 23, 2021

ଗତ କିଛିଦିନ ପୁର୍ବରୁ ବ୍ରହ୍ମପୁର ମହାନଗର ନିଗମ ଅନ୍ତଗର୍ତ ତୁଳସୀ ନଗର ନବମ ଗଳି ରେ ରହୁଥିବା ପ୍ରବୀଣ କୁମାର ପଣ୍ଡା ନାମକ ଜଣେ ପୂର୍ବତନ ଟ୍ରକ ଚାଳକଙ୍କ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।ତେବେ ଖବର ପାଇ ଭାରତୀୟ କିଷାନ କଂଗ୍ରେସ ର ଯୁଗ୍ମ ସଂଯଯୋକ ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଖବର ପାଇ ବ୍ରହ୍ମପୁର ମହାନଗର ସଭାପତି ସୁଜୟ କୁମାର ଆଚାର୍ଯ୍ୟ ତଥା ବିକାଶ କୁମାର ନାୟକଙ୍କୁ ପ୍ରବୀଣ କୁମାର ପଣ୍ଡାଙ୍କ ବାସ୍ତବ ସ୍ଥିତି ସମୀକ୍ଷା ପାଇଁ ପଠାଇ ଥିଲେ । ଏହା ପରେବାବଦରେ ଦୁସ୍ଥ ତଥା ଅସହାୟ ପ୍ରବୀଣ ଆଉ ତାଙ୍କ ପରିବାରଙ୍କୁ ନିଜେ କଂଗ୍ରେସ ନେତା ଶ୍ରୀ ରଶ୍ମିରଂଜନ ପଟ୍ଟନାୟକ ତାଙ୍କ ଘରେ ଯାଇ ଭେଟିବା ସହ ସେମାନଙ୍କର ପରିସ୍ଥିତି,ସମସ୍ୟା ଆଦି ପଚାରି ବୁଝିବା ସହ ଭବିଷ୍ୟତରେ ପ୍ରବୀଣଙ୍କୁ ଭଲ ଚିକିତ୍ସା ସୁବିଧା ଯୋଗାଇ ବାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ପ୍ରତିସୁତି ଦେଇଛନ୍ତି । ଜଣେ ଅସହାୟ ବ୍ୟକ୍ତିଙ୍କୁ ସରକାରୀ ଯୋଜନାରେ ଘର ଖଣ୍ଡିକ ପାଇଁ ଆବେଦନ ର ଦୀର୍ଘ ୨ ବର୍ଷ ପରେ ମଧ୍ୟ କିଭଳି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର ମିଳୁନି ତାହା ମଧ୍ୟ ଏଠି ଜଣା ପଡିଥିଲା । ଏହା ଛଡ଼ା ଶ୍ରୀ ପଟ୍ଟନାୟକ ନିଜ ଆଡୁ ନଗଦ ଦଶ ହଜ଼ାର ଟଙ୍କା ସହ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଏହି ସମୟରେ ମହାନଗର ସଭାପତି ସୁଜୟ କୁମାର ଆଚାର୍ଯ୍ୟ, ବିକାଶ କୁମାର ନାୟକ ଙ୍କ ସମେତ ବହୁ କଂଗ୍ରେସ କର୍ମୀ, ନେତା ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ

୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ

Read More...

ବିଭିନ୍ନ ଦାବୀ ନେଇ ସଂସ୍କାରବାଦୀ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ

ବିଭିନ୍ନ ଦାବୀ ନେଇ ସଂସ୍କାରବାଦୀ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: