ଜଳୁଛି କାଲିଫର୍ନିଆ-ନେଭାଡା ସୀମାରେ ହଜାର ହଜାର ଏକର ଜଙ୍ଗଲ

July 25, 2021, ଦେଶଦୁନିଆ, , BHAGYAPRABHA NEWS
ଜଳୁଛି କାଲିଫର୍ନିଆ-ନେଭାଡା ସୀମାରେ ହଜାର ହଜାର ଏକର ଜଙ୍ଗଲ
BHAGYAPRABHA NEWS
[ INPUT ]
Bhagyaprabha News Bureau
July 25, 2021

କାଲିଫର୍ନିଆ-ନେଭାଡା ସୀମାରେ ହଜାର ହଜାର ଏକର ଜଙ୍ଗଲ ଦୀର୍ଘ ଦୁଇ ସପ୍ତାହ ହେଲା ଜଳୁଛି। ପ୍ରାଥମିକ ଅବସ୍ଥାରେ ଆମେରିକା ଜଙ୍ଗଲ ସେବା ଅଧିକାରୀମାନେ ଏହାକୁ ବିଶେଷ ଗୁରୁତ୍ୱ ନ ଦେଇ ଜଳିବାକୁ ଛାଡ଼ିଦେବାରୁ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବଜ୍ରପାତରୁ ଟାମାରାକ ଫାୟାର ସୃଷ୍ଟି ହୋଇଥିଲା। ଜୁଲାଇ ୪ରେ ପ୍ରଥମେ କାଲିଫର୍ନିଆର ଆଲ୍‌ପାଇନ କାଉଣ୍ଟି ଅନ୍ତର୍ଗତ ହମ୍‌ବୋଲ୍ଡ-ଟୋୟାବେ ଜାତୀୟ ଜଙ୍ଗଲରେ ଏହି ନିଆଁ ଦେଖିବାକୁ ମିଳିଥିଲା। ଏବେ ଏହି ନିଆଁ ୫୮,୪୧୭ ଏକର ଅଞ୍ଚଳକୁ ବ୍ୟାପିଗଲାଣି। ଜାତୀୟ ରାଜପଥ ୩୯୫ର ଉଭୟ ପାର୍ଶ୍ୱକୁ ନିଆଁ ବ୍ୟାପିଥିବାବେଳେ ସେଠାରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ଲାଗି ଶୁକ୍ରବାର ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ୧୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି।ନିଆଁରେ ୧୦ ବିଲ୍ଡିଂ ଧ୍ୱଂସ ହୋଇଛି। ବାର୍ଷିକ ସାଇକେଲ୍‌ ରେସ୍‌ 'ଡେଥ୍‌ ରାଇଡ୍‌'କୁ ବାତିଲ କରାଯାଇଛି। ନିଆଁଲିଭା କାର୍ଯ୍ୟରେ ୧୩୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଗ୍ରୀଷ୍ମ ଲହର ଲାଗି ରହିବା ସହ ବ୍ୟାପକ ଜଙ୍ଗଲ ଅଞ୍ଚଳ ଶୁଖିଲା ହୋଇଥିବାରୁ ନିଆଁ ଏତେ ଶୀଘ୍ର ଲିଭିବା ସମ୍ଭାବନା ନାହିଁ। ଅଗଷ୍ଟ ୩୧ ବେଳକୁ ଏହା ଆୟତ୍ତ ହୋଇପାରେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୁଲ୍‌ଗାମ୍‌ ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ

କୁଲ୍‌ଗାମ୍‌ ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ

Read More...

ଟିମ କ୍ଲିନ ସିଟି ଏବଂ ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ସଫେଇ ଏବଂ ବୃକ୍ଷ ରୋପଣ

ଟିମ କ୍ଲିନ ସିଟି ଏବଂ ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ସଫେଇ ଏବଂ ବୃକ୍ଷ ରୋପଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: