ଦୁଇ ଚିକିତ୍ସକଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କଲେ ମୁଖ୍ୟ ଚିକିତ୍ସାଧିକାରୀ

January 18, 2019, ଓଡ଼ିଶା, , Bhagyaprabha News Bureau
ଦୁଇ ଚିକିତ୍ସକଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କଲେ ମୁଖ୍ୟ ଚିକିତ୍ସାଧିକାରୀ
Bhagyaprabha News Bureau
January 18, 2019

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ବ୍ରହ୍ମପୁର ସହରର ନଗର ଚିକିତ୍ସାଳୟରେ ଯେପରି ଦୁଇ ଜଣ ଅସ୍ଥିଶଲ୍ୟ ବିଶେଷଜ୍ଞ ଖୋଲାଖୋଲି ରାଜ୍ୟ ସରକାରଙ୍କ ଘୋଷିତ ନିରାମୟ ଓ ନିଦାନ ଯୋଜନାକୁ ଉଲ୍ଲଙ୍ଘନ କରିବାକୁ ନେଇ ଦୁଇ ଜଣ ଚିକିତ୍ସକ ଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରାଯାଇଛି ।ଏହାରି ବିରୁଦ୍ଧରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଗତ ୭ତାରିଖରେ ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୭୬ତମ ଘାଣ୍ଟଯାତ୍ରା ଗଣବିକ୍ଷୋଭ ଆୟୋଜିତ ହୋଇଥିଲା । ଏହି ଦୁଇ ଡାକ୍ତର ଶଙ୍କର୍ଷଣ ପାତ୍ର ଓ ଡା. ଦିଲ୍ଲୀପ କୁମାର ମିଶ୍ର ଙ୍କ ବିରୁଦ୍ଧରେ ଆବଶ୍ୟକ ପ୍ରମାଣ ପ୍ରଦାନ କରାଯାଇଥିଲା । ସେହି ପ୍ରମାଣକୁ ଆଧାର କରି ସିଡିଏମଓ ଡା. ସଦାନନ୍ଦ ମିଶ୍ର ରୋଗୀ ଚାଲାଣ ସହ ସଂପୃକ୍ତ ଦୁଇ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରେରଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ସିଟି ହସ୍ପିଟାଲ ସମେତ ଏମକେସିଜି ମେଡିକାଲରେ ମଧ୍ୟ ଏହପରି ଅବ୍ୟବସ୍ଥା ଦୀର୍ଘ ଦିନ ରୁ ଲାଗି ରହିଛି । ହସ୍ପିଟାଲରେ ଔଷଧ ଓ ଯନ୍ତ୍ରପାତି ଥିବା ସତ୍ୱେ ଘରୋଇ ମେଡିକାଲକୁ ରୋଗୀ ଚାଲାଣ ଚାଲିଛି ଓ ଏଥିରେ ପ୍ରାୟ ଡାକ୍ତର ସମ୍ପୃକ୍ତ ରହି ଏଥିପାଇଁ ମେଡିକାଲରେ ଦଲାଲମାନଙ୍କୁ ନିୟୋଜିତ କରୁଛନ୍ତି । ଏହା ବିରୁଦ୍ଧରେ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୀର୍ଘ ୨ବର୍ଷରୁ ସ୍ୱାସ୍ଥ୍ୟ ଅଧିକାର ଲଢ଼େଇ କୁ ଜାରି ରଖିଛନ୍ତ । ନିରାମୟ, ନିଦାନ ଯୋଜନାକୁ ବାଟବଣା କରୁଥିବା ଡାକ୍ତରଙ୍କ ବିରୁଦ୍ଧରେ ସିଡିଏମଓଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସିତ ହୋଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିଠା ଯୋଜନାରେ କାର୍ଯ୍ୟକ୍ରମରେ ସାମିଲ ହେଲେ ଗେରେଡା ଗ୍ରାମବାସୀ

ପିଠା ଯୋଜନାରେ କାର୍ଯ୍ୟକ୍ରମରେ ସାମିଲ ହେଲେ ଗେରେଡା ଗ୍ରାମବାସୀ

Read More...

ଘରୋଇ ସୁରକ୍ଷା କର୍ମୀଙ୍କ ମହାନତା କାର୍ଯ୍ୟକୁ ବିଭିନ୍ନ ମହଲରେ କୃତଜ୍ଞତା

ଘରୋଇ ସୁରକ୍ଷା କର୍ମୀଙ୍କ ମହାନତା କାର୍ଯ୍ୟକୁ ବିଭିନ୍ନ ମହଲରେ କୃତଜ୍ଞତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: