ଅଗଷ୍ଟ ୧୧ରୁ ହେବ ମାଟ୍ରିକ ଖାତାଦେଖା

August 02, 2021, ଶିକ୍ଷା, , BHAGYAPRABHA NEWS
ଅଗଷ୍ଟ ୧୧ରୁ ହେବ ମାଟ୍ରିକ ଖାତାଦେଖା
BHAGYAPRABHA NEWS
[ INPUT ]
Bhagyaprabha News Bureau
August 02, 2021

ମାଟ୍ରିକ ଅଫଲାଇନରେ ଚାଲିଥିବା ଅଫଲାଇନ ପରୀକ୍ଷା ଖାତାଦେଖା ଅଗଷ୍ଟ ୧୧ରୁ ଆରମ୍ଭ ହେବ ଏବଂ ଏହା ତିନି ଦିନ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ୭ଟି ଜିଲାର ୯ଟି କେନ୍ଦ୍ରରେ ୧୫ଶହ ପରୀକ୍ଷକ ମାଟ୍ରିକ ଅଫଲାଇନ ପରୀକ୍ଷାଖାତା ଦେଖିବେ। ଆଜି ମାଟ୍ରିକ ଅଫଲାଇନ ପରୀକ୍ଷାଖାତା ଦେଖାନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)ପକ୍ଷରୁ ସୂଚନା ସୂଚନା ଦିଆଯାଇଛି । ଚଳିତ ବର୍ଷ କରୋନା ମହାମାରୀ ପାଇଁ ମାଟ୍ରିକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଥିଲେ। ବିକଳ୍ପ ମୂଲ୍ୟାୟନ ପଦ୍ଧତ୍ତିରେ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ତେବେ ଯେଉଁମାନେ ଅସନ୍ତୁଷ୍ଟ କିମ୍ବା ଫର୍ମ ପୂରଣ କରିପାରିନଥିଲେ ଓ ଅକୃତକାର୍ଯ୍ୟ ହୋଇଛନ୍ତି ସେମାନେ ଅଫଲାଇନ ମାଟ୍ରିକ ପରୀକ୍ଷା-୨୦୨୧ ବା ମାଟ୍ରିକ ଇଚ୍ଛାଧୀନ ବିକଳ୍ପ ଉନ୍ନତି ପରୀକ୍ଷା ପାଇଁ ମୋଟ ୧୫,୧୫୧ ଛାତ୍ରଛାତ୍ରୀ ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ୬ ହଜାର ୫୯୭ ନିୟମିତ ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି କେନ୍ଦ୍ର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ୮,୪୯୩ ପରୀକ୍ଷାର୍ଥୀଙ୍କ ପାଇଁ ୨୨୨ଟି କେନ୍ଦ୍ର ସ୍ଥିର କରାଯାଇଛି। ୬୧ ଜଣ ମଧ୍ୟମା ଛାତ୍ରଛାତ୍ରୀଙ୍କ ପାଇଁ ୪ ଟି କେନ୍ଦ୍ର କରାଯାଇଛି ।ଅଗଷ୍ଟ ୫ରେ ମାଟ୍ରିକ ପରୀକ୍ଷା ଶେଷ ହେବ। ପରୀକ୍ଷା ପରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରିବାପାଇଁ ଚେଷ୍ଟା କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Read More...

ବ୍ରହ୍ମପୁର ଡାକ ମଣ୍ଡଳର ୭୪ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର ଡାକ ମଣ୍ଡଳର ୭୪ତମ ପ୍ରତିଷ୍ଠା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: