'ଇ-ରୁପି' ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

August 02, 2021, ଦେଶଦୁନିଆ, , BHAGYAPRABHA NEWS
'ଇ-ରୁପି' ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 02, 2021

ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 'ଇ-ରୁପି' ର ଆରମ୍ଭ କରିଛନ୍ତି। ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଇ-ଭାଉଚର-ଆଧାରିତ ଡିଜିଟାଲ ପେମେଣ୍ଟ ଇ-ରୁପିକୁ ପ୍ରଧାନମନ୍ତ୍ରୀ ମୋଦୀ ଲଞ୍ଚ କରିଛନ୍ତି | ଏହି ଅବସରରେ ସେ କହିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ସମୟରେ 'ଇ-ରୁପି' ର ଶୁଭାରମ୍ଭ ହେଉଛି। 'ଇ-ରୁପି' ଜଣେ ବ୍ୟକ୍ତିଙ୍କର ଆବଶ୍ୟକତା ସହ ଜଡିତ ରହିଛି | ଅର୍ଥ ରାଶି ଯେଉଁଥି ପାଇଁ ମିଳିଥିବ ସେଥିପାଇଁ ଖର୍ଚ୍ଚ ହୋଇପାରିବ, 'ଇ-ରୁପି' ତାହାକୁ ନିଶ୍ଚିତ କରାଇବ |


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଭାଉଚର ଆଧାରିତ ଡିଜିଟାଲ ପେମେଣ୍ଟ ସିଷ୍ଟମ- 'ଇ-ରୁପି'ରେ କୌଣସି ସେବା ପ୍ରାୟୋଜକ ବିନା ହିତାଧିକାରୀ ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଂଯୋଗ କରିଥାଏ । ଇ-ରୁପି ଏକ ପ୍ରିପେଡ଼ ଭଳି କାମ କରୁଥିବାବେଳେ କୌଣସି ମଧ୍ୟସ୍ଥିଙ୍କ ଯୋଗଦାନ ବିନା ସେବା ପ୍ରଦାନକାରୀଙ୍କୁ ଠିକ୍ ସମୟରେ ଦେୟ ନିଶ୍ଚିତ କରିବ । କୁହାଯାଉଛି ଯେ କଲ୍ୟାଣକାରୀ ସେବା ଚୋରିକୁ ରୋକିବା ଦିଗରେ ଏହା ଏକ ବୈପ୍ଲବିକ ପଦକ୍ଷେପ ହୋଇପାରେ । ଏହା ଏକ ନଗଦବିହୀନ ଏବଂ ଯୋଗାଯୋଗହୀନ ପଦ୍ଧତି ଓ ଏହା ସେବା ପ୍ରଦାନକାରୀ ଏବଂ ଲାଭାର୍ଥିଙ୍କୁ ସିଧାସଳଖ ସଂଯୋଗ କରେ । ଏହା ସହିତ ସରକାରୀ ଯୋଜନାର ଲାଭ ସିଧାସଳଖ ହିତାଧିକାରୀଙ୍କ ନିକଟକୁ ଯିବ । ଯାହା ଦୁର୍ନୀତିକୁ ହ୍ରାସ କରିବ। ମାତୃ ଓ ଶିଶୁ କଲ୍ୟାଣ ଯୋଜନା, ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଭଳି ଯୋଜନାରେ 'ଇ-ରୁପି'କୁ ବ୍ୟବହାର କରାଯାଇପାରିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ଖୋଲିଲା ମା' ସମଲେଶ୍ୱରୀଙ୍କ ମନ୍ଦିର

ଆଜିଠୁ ଖୋଲିଲା ମା' ସମଲେଶ୍ୱରୀଙ୍କ ମନ୍ଦିର

Read More...

ଦିଗପହଣ୍ଡି ଓ ସାନଖେମୁଣ୍ଡି ଛାତ୍ର ବିଜେଡ଼ି ଦଳ ତରଫରୁ ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି ଓ ସାନଖେମୁଣ୍ଡି ଛାତ୍ର ବିଜେଡ଼ି ଦଳ ତରଫରୁ ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: