ଗୋଗ୍ରା ହାଇଟସରୁ ସେନା ପ୍ରତ୍ୟାହାର କରିବେ ଉଭୟ ଭାରତ ଓ ଚୀନ

August 03, 2021, ଦେଶଦୁନିଆ, , BHAGYAPRABHA NEWS
ଗୋଗ୍ରା ହାଇଟସରୁ ସେନା ପ୍ରତ୍ୟାହାର କରିବେ ଉଭୟ ଭାରତ ଓ ଚୀନ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 03, 2021

ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ସୀମା ରେଖା (ଏଲଏସି)କୁ ନେଇ ପୂର୍ବବର୍ଷରୁ ଲାଗି ରହିଥିବା ବିବାଦ ଏବେ ଟିକେ ଥମିବ ବୋଲି ଆଶା କରାଯାଉଛି । ଉଭୟ ଦେଶର ସେନା ସ୍ତରୀୟ ବୈଠକ ପରେ ଏଭଳି ଆଶା କରାଯାଇଛି । ବୈଠକ ପରେ ମିଳିଥିବା ସୂଚନା ମୁତାବକ ଗୋଗ୍ରା ହାଇଟସ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି । କହିରଖୁ କି ଗତବର୍ଷ ଏହି ସ୍ଥାନରେ ଉଭୟ ପକ୍ଷର ସେନା ମୁହାଁମୁହିଁ ହୋଇଥିଲେ ।ମିଳିଥିବା ସୂଚନା ମୁତାବକ ଅନୁଷ୍ଠିତ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ଉପରେ ସହମତି ପ୍ରକାଶ ପାଇଛି । ଯଦି ସୂଚନାକୁ ଆଧାର କରାଯିବ ତେବେ ପେଙ୍ଗାଙ୍ଗ ଅଞ୍ଚଳରୁ ଫେବୃଆରୀ ମାସରେ ଉଭୟ ପକ୍ଷରୁ ସେନା ପ୍ରତ୍ୟାହାର କରାଯାଇଥିଲା । ସେବେଠାରୁ ଗୋଗ୍ରା ଅଞ୍ଚଳରୁ ସେନା ପ୍ରତ୍ୟାହର ନେଇ ପ୍ରୟାସ ଜାରି ରହିଥିଲା । ଏବେ ଏନେଇ ଉଭୟ ଦେଶର ସେନା ସହମତି ପ୍ରକାଶ କରିଥିବାରୁ ଖୁବଶୀଘ୍ର ସେନା ପ୍ରତ୍ୟାହାର ନେଇ ପ୍ରସ୍ତୁତି ଆରମ୍ଭ ହେବ । ଅନୁଷ୍ଠିତ ହୋଇଥିବା ସେନା ସ୍ତରୀୟ ବୈଠକରେ ଉଭୟ ଦେଶର ସେନା ପ୍ରତିନିଧି ସୀମା ବିବାଦର ସମାଧାନ ନେଇ ନିଜ ନିଜର ବିଚାର ରଖିଥିଲେ । ଏହି ବୈଠକ ପରେ ସୀମା ବିବାଦ ନେଇ ବୁଝାମଣା ଆଗକୁ ବଢିଛି । ଏହାସହ ଉଭୟ ଦେଶର ଅଧିକାରୀ ବର୍ତମାନର ବୁଝାମଣା ଓ ପ୍ରୋଟକଲ ମୁତାବକ ଏହି ମାମଲାକୁ ଖୁବଶୀଘ୍ର ସମାଧାନ କରିବା ନେଇ କଥାବାର୍ତ୍ତାକୁ ଆଗକୁ ବଢାଇବାକୁ ସହମତି ପ୍ରକାଶ କରିଛନ୍ତି । ଏହାସହ ସୀମାରେ ଶାନ୍ତି ଅବ୍ୟାହତ ରଖିବାକୁ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରିବାରିକ କଳହକୁ ନେଇ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲା ସ୍ୱାମୀ

ପାରିବାରିକ କଳହକୁ ନେଇ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲା ସ୍ୱାମୀ

Read More...

ଡ଼ମ୍ପିଙ୍ଗୟାଡ଼ ସ୍ଥିତି ଅନୁଧ୍ୟାନ କଲେ ଏ.ଡି.ଏମ.ଓ ଓ ବିଡିଓ

ଡ଼ମ୍ପିଙ୍ଗୟାଡ଼ ସ୍ଥିତି ଅନୁଧ୍ୟାନ କଲେ ଏ.ଡି.ଏମ.ଓ ଓ ବିଡିଓ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: