ଗୋଟିଏ ଦିନ ପାଇଁ ଗୃହରୁ ନିଲମ୍ବିତ ହେଲେ ଟିଏମସିର ୬ ସାଂସଦ

August 04, 2021, ଦେଶଦୁନିଆ, , BHAGYAPRABHA NEWS
ଗୋଟିଏ ଦିନ ପାଇଁ ଗୃହରୁ ନିଲମ୍ବିତ ହେଲେ ଟିଏମସିର ୬ ସାଂସଦ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 04, 2021

ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହୋ ହାଲ୍ଲାକୁ ନେଇ ଆକ୍ସନ ମୋଡରେ ରାଜ୍ୟସଭା ସଭାପତି । ଏହି କ୍ରମରେ ଆଜି ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ୬ ଜଣ ଟିଏମସି ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କୁ ଗୃହରୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି । କହିରଖୁ କି ପେଗାସସ ଗୁପ୍ତଚର ମାମଲାରେ ଟିଏମସି ସାଂସଦ ମାନେ ସଭାପତିଙ୍କ ପୋଡିୟମ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ସେମାନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ଆଜି (ବୁଧବାର) ସକାଳେ କୃଷି ଆଇନ ନେଇ ଆଲୋଚନା ପାଇଁ ଦିଆଯାଇଥିବା ନୋଟିସକୁ ସଭାପତି ସ୍ୱୀକାର କରି ଅନ୍ୟ ନୋଟିସଗୁଡିକୁ ଖାରଜ କରିଦେଇଥିଲେ । ଏହାକୁ ନେଇ ଟିଏମସି ଓ ଅନ୍ୟ ବିରୋଧୀ ସାଂସଦମାନେ ସଭାପତିଙ୍କ ପୋଡିୟମ ନିକଟରେ ହୋ ହାଲ୍ଲା କରିଥିଲେ । ସେମାନେ ପେଗାସସ ମାମଲାରେ ଆଲୋଚନା ପାଇଁ ଦାବି କରିଥିଲେ ।


ଏନେଇ ସଭାପତି ସାଂସଦମାନଙ୍କୁ ସେମାନଙ୍କ ଟେବୁଲ ନିକଟକୁ ଫେରିଯିବାକୁ ଅନୁରୋଧ କରିବା ସହ ଏଭଳି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ହେଲେ ସାଂସଦମାନେ ନ ଶୁଣିବାରୁ ସଭାପତି ନିୟମ ୨୫୫ ଆଧାରରେ ୬ ଜଣ ଟିଏମସି ସାଂସଦଙ୍କୁ ଗୋଟିଏ ଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି ।କହିରଖୁ କି ଜୁଲାଇ ୧୯ ରୁ ଉଭୟ ଗୃହରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ହେଲେ ପେଗାସସ୍, ଚାଷୀ ଆନ୍ଦୋଳନ ଓ ଦରବୃଦ୍ଧିକୁ ନେଇ ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ଆଜି ଯାଏ ଗୋଟିଏ ଦିନ ବି ଠିକରେ ଚାଲି ପାରିନାହିଁ ଉଭୟ ଗୃହ । ଅନ୍ୟପଟେ ବିନା ବିଚାର ବିମର୍ଷରେ କେନ୍ଦ୍ର ସରକାର ବିଭିନ୍ନ ବିଧେୟକକୁ ପାରିତ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନବନିର୍ମିତ ଦିଗପହଣ୍ଡି ବସଷ୍ଟାଣ୍ଡ ଅନୁଧ୍ୟାନ ସହ କ୍ଳାସରୁମ ପରିଦର୍ଶନ କଲେ ଜିଲ୍ଲାପାଳ

ନବନିର୍ମିତ ଦିଗପହଣ୍ଡି ବସଷ୍ଟାଣ୍ଡ ଅନୁଧ୍ୟାନ ସହ କ୍ଳାସରୁମ ପରିଦର୍ଶନ କଲେ ଜିଲ୍ଲାପାଳ

Read More...

୯ ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

୯ ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: