ଦୀକ୍ଷାନ୍ତ ମାଧ୍ୟମରେ ଲୋକନୃତ୍ୟକୁ ପୁନରୁଦ୍ଧାର ନିମନ୍ତେ ତାଲିମ କର୍ମଶାଳା ଅନୁଷ୍ଠିତ

August 04, 2021, ଓଡ଼ିଶା, ଗଞ୍ଜାମ, Kiran Behera
ଦୀକ୍ଷାନ୍ତ ମାଧ୍ୟମରେ ଲୋକନୃତ୍ୟକୁ ପୁନରୁଦ୍ଧାର ନିମନ୍ତେ ତାଲିମ କର୍ମଶାଳା ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
August 04, 2021

ଓଡ଼ିଶା ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବୁଧବାର ଦିନ ଦିଗପହଣ୍ଡି ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ପରିସରରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ଲୋପ ପାଇ ଆସୁଥିବା ଲୋକନୃତ୍ୟ ତଥା ସଖୀନାଟକୁ ଗୁରୁ ଶିଷ୍ୟ ପରମ୍ପରା ମାଧ୍ୟମରେ ପୁନରୁଦ୍ଧାର ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ସଂଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି , ଉପସଭାପତି ମନ୍ମଥ କୁମାର ଶତପଥୀ , ସମ୍ପାଦକ ପ୍ରବୋଧ ରଥ , ପ୍ରାକ୍ତନ ସଂସ୍କୃତି ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ନିଶାଙ୍କ ଏବଂ ବ୍ଲକ କଳା ସଂସ୍କୃତି ସଙ୍ଘ ଉପସଭାପତି ସନ୍ତୋଷ କୁମାର ପାଢ଼ୀ ମଞ୍ଚାସିନ ରହିଥିଲେ । ଏହି ଅବସରରେ ସଖୀନାଟ ଗୁରୁ ଶ୍ରୀ କାଳୁଚରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦଶ ଜଣ ଶିଷ୍ୟ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ବିଚିତ୍ର ବର୍ଣାଳୀ ନାଟ୍ୟ ସାଂସଦ, ଦିଗପହଣ୍ଡି ଶାଖା ଠାରେ ସଖୀନାଟ ଶିକ୍ଷ୍ୟା ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ଦଶକାଠିଆ ଗୁରୁ ଶ୍ରୀ ଦେବେନ୍ଦ୍ରନାଥ ଦାସ, ଗାହଣୀ ଗୁରୁ ଶ୍ରୀ ବନବାସୀ ନାହାକ , ରାଧାପ୍ରେମଲୀଳା ଗୁରୁ ଶ୍ରୀ ସିମାଞ୍ଚଳ ମଣ୍ଡଳ , ଯୁଧିଷ୍ଠିର ନାୟକ , ବନଜ ସାହୁ , ଓଡିଶୀ ଗୁରୁ ଶ୍ରୀ ଜୟନ୍ତ ଆଚାର୍ଯ୍ୟ , ବାଦ୍ୟକାର ଭୀମସେନ ମାହାଙ୍କୁଡ , ବାସୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ବିଚିତ୍ର ବର୍ଣାଳୀ ନାଟ୍ୟ ସାଂସଦ ସମ୍ପାଦକ ଆଲୋକ ବିଷୋୟୀ , ସହ ସମ୍ପାଦକ ଏସ୍ . କ୍ଷୀରୋଦ ଦୋରା , ଧ୍ରୁବ ଗୌଡ , ଦୁର୍ଗାମାଧବ ନାୟକ , ଜିତେନ୍ ମହାପାତ୍ର , ରବୀନ୍ଦ୍ର ବେହେରା , ଏ . ଗୌରୀଶଙ୍କର , ସୁମନ ମହାପାତ୍ର ପ୍ରମୁଖ ପରିଚଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର

ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର

Read More...

ନବନିର୍ମିତ ଦିଗପହଣ୍ଡି ବସଷ୍ଟାଣ୍ଡ ଅନୁଧ୍ୟାନ ସହ କ୍ଳାସରୁମ ପରିଦର୍ଶନ କଲେ ଜିଲ୍ଲାପାଳ

ନବନିର୍ମିତ ଦିଗପହଣ୍ଡି ବସଷ୍ଟାଣ୍ଡ ଅନୁଧ୍ୟାନ ସହ କ୍ଳାସରୁମ ପରିଦର୍ଶନ କଲେ ଜିଲ୍ଲାପାଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: