ପୂର୍ବ ଲଦାଖର ଗୋଗରା ଅଞ୍ଚଳରୁ ହଟିଲେ ଭାରତ ଏବଂ ଚୀନ୍ ସେନା

August 06, 2021, ଦେଶଦୁନିଆ, , BHAGYAPRABHA NEWS
ପୂର୍ବ ଲଦାଖର ଗୋଗରା ଅଞ୍ଚଳରୁ ହଟିଲେ ଭାରତ ଏବଂ ଚୀନ୍ ସେନା
BHAGYAPRABHA NEWS
[ INPUT ]
Bhagyaprabha News Bureau
August 06, 2021

ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍‌ ମଧ୍ୟରେ ଏବେବି ତିକ୍ତତା ଲାଗି ରହିଛି । ଏହାରି ମଧ୍ୟରେ ଏକ ଭଲ ଖବର ଆସିଛି । ଦୁଇ ଦେଶ ପୂର୍ବ ଲଦାଖର ଗୋଗ୍ରା ହାଇଟ୍‌ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବା ନେଇ ପୂର୍ବରୁ ନିଷ୍ପତ୍ତି ନେଇଥିବା ବେଳେ ଆଜି ସୈନ୍ୟଙ୍କୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି । ଗତ ସପ୍ତାହରେ ବସିଥିବା ୧୨ତମ କମାଣ୍ଡର୍‌ ସ୍ତରୀୟ ବୈଠକରେ ମିଳିତ ଭାବେ ପ୍ରସ୍ତାବ ପାରିତ ହୋଇଥିଲା । ଚୀନ୍‌ ସୀମା ଲାଇନ୍‌ ଅଫ୍ ଆକ୍ଚ୍ୟୁାଲ୍‌ କଣ୍ଟ୍ରୋଲ୍‌ର ମୋଲ୍ଡୋ ଠାରେ ଏହି ବୈଠକ ବସିଥିଲା ।ପୂର୍ବ ଲଦାଖର ପେଟ୍ରୋଲ୍‌ ପଏଣ୍ଟ୍‌ ୧୭ଏ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହର କରାଯାଇଛି । ଏହି ସ୍ଥାନକୁ ନେଇ ଗତ ଏକ ବର୍ଷରୁ ଅଧିକ ସମୟ ହେବ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଥିଲା ।ଉକ୍ତ ଅଞ୍ଚଳରେ ଦୁଇ ଦେଶ ଗଢ଼ିଥିବା ଅସ୍ଥାୟୀ ନିର୍ମାଣକୁ ମଧ୍ୟ ଚିହ୍ନଟ କରାଯାଇଛି ।ଦୁଇ ପକ୍ଷର ମିଳିତ ପ୍ରୟାସରେ ଏବଂ ଉଭୟଙ୍କ ସହମତିରେ କରାଯାଇଥିବା ନିର୍ମାଣକୁ ଭଙ୍ଗାଯାଇଛି । ପ୍ରି-ଷ୍ଟାଣ୍ଡ୍‌ ଅଫ୍‌ ପରିୟଡରେ ପୂର୍ବରୁ ରହିଥିବା ସ୍ଥିତି ଅନୁସାରେ ଏହି ସ୍ଥାନକୁ ଛାଡ଼ି ଦିଆଯାଇଥିବା ଭାରତୀୟ ସ୍ଥଳସେନା ପକ୍ଷରୁ ଜାରି ହୋଇଥିବା ଷ୍ଟେଟ୍‌ମେଣ୍ଟ୍‌ରେ କୁହାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମେଜର ଧ୍ୟାନଚନ୍ଦଙ୍କ ନାମରେ ମିଳିବ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର

ମେଜର ଧ୍ୟାନଚନ୍ଦଙ୍କ ନାମରେ ମିଳିବ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର

Read More...

ପୃଥକ ସ୍ଥାନରୁ ବିପୁଳ ପରିମାଣର ନକଲି ମଦ ଜବତ ସହ ପୋଚ ନଷ୍ଟ : ୨ ଗିରଫ

ପୃଥକ ସ୍ଥାନରୁ ବିପୁଳ ପରିମାଣର ନକଲି ମଦ ଜବତ ସହ ପୋଚ ନଷ୍ଟ : ୨ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: