ସ୍ବର୍ଗତ ପତ୍ନୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ରେଡକ୍ରସକୁ ଆର୍ଥିକ ସହାୟତା ପ୍ରଦାନ

August 09, 2021, ବିଶେଷ, ଗଞ୍ଜାମ, Kiran Behera
ସ୍ବର୍ଗତ ପତ୍ନୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ରେଡକ୍ରସକୁ ଆର୍ଥିକ ସହାୟତା ପ୍ରଦାନ
Kiran Behera
[ Reporter,Digapahandi ]
Bhagyaprabha News Bureau
August 09, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁୁର ହାଇସ୍କୁଲ ସାହି ବାସିନ୍ଦା ୟୁ . ସରସ୍ଵତୀ ନାମ୍ନୀ ମହିଳାଙ୍କ ସ୍ଵର୍ଗାରୋହଣ ପରେ ସୋମବାର ତାଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଭାରତୀୟ ରେଡ଼କ୍ରସ୍ ପାଣ୍ଠିକୁ ସ୍ବାମୀ ୟୁ . ଗାଉରେଆ ୫ ହଜାର ଟଙ୍କା ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁଙ୍କ ଜରିଆରେ ପ୍ରଦାନ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଗାଉରେଆଙ୍କ ସ୍ତ୍ରୀ ସ୍ବର୍ଗତ ସରସ୍ଵତୀଙ୍କ ଗତ କିଛିଦିନ ପୂର୍ବେ ଆକସ୍ମିକ ମୃତ୍ୟୁ ହୋଇଥିବା ବେଳେ ଆଜି ତାଙ୍କ ଏକଦଶାହ ରହିଥିଲା । କିନ୍ତୁ ଆସନ୍ତା କାଲି ସରସ୍ବତୀଙ୍କ ଦ୍ବାଦଶ ଅବସରରେ ସ୍ବାମୀ ସ୍ତ୍ରୀଙ୍କ ସ୍ମୃତିକୁ ମନେ ପକାଇବା ଉଦ୍ଦେଶ୍ୟରେ କିଛି ସାହାଯ୍ୟ କରିବା ପାଇଁ ମନ ବଳାଇଥିଲେ । ଏନେଇ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସୋମବାର ଦିନ ସରପଞ୍ଚ ଶ୍ରୀ ସୁବୁଦ୍ଧି , ବୁଣାକାର ସମବାୟ ସମିତି ସଂପାଦକ ଏସ୍ . ନୀଳକଣ୍ଠ ଓ ସ୍ବର୍ଗତ ସରସ୍ଵତୀଙ୍କ ପୁଅ ୟୁ . ରାମାରାଓ ଦିଗପହଣ୍ଡି ତହସିଲଦାର କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ଶ୍ରୀ ସ୍ବାଇଁଙ୍କ ଏହି ଅର୍ଥରାଶି ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପତାଣ୍ଡ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଦାୟିତ୍ଵ ଗ୍ରହଣ

ପତାଣ୍ଡ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଦାୟିତ୍ଵ ଗ୍ରହଣ

Read More...

ବିଭିନ୍ନ ସମସ୍ୟାର ସମାଧାନ ନେଇ ବ୍ୟାଙ୍କ ପରିଚାଳକଙ୍କୁ ଭେଟିଲେ ଗ୍ରାମବାସୀ

ବିଭିନ୍ନ ସମସ୍ୟାର ସମାଧାନ ନେଇ ବ୍ୟାଙ୍କ ପରିଚାଳକଙ୍କୁ ଭେଟିଲେ ଗ୍ରାମବାସୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: