ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ସାଙ୍ଗଠନିକ ବୈଠକରେ ଯୋଗଦେଲେ ଶତାଧିକ କଂଗ୍ରେସ କର୍ମୀ

August 10, 2021, ରାଜନୀତି, ଗଞ୍ଜାମ, Kiran Behera
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ସାଙ୍ଗଠନିକ ବୈଠକରେ ଯୋଗଦେଲେ ଶତାଧିକ କଂଗ୍ରେସ କର୍ମୀ
Kiran Behera
[ Reporter,Digapahandi ]
Bhagyaprabha News Bureau
August 10, 2021

ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନଗର ବିଜେଡି ଓ ବ୍ଳକ ବିଜେଡି ଆନୁକୂଲ୍ୟରେ ମଙ୍ଗଳବାର ଅପରାହ୍ନରେ ଘୋଡାହଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିଜୁ ଜନତା ଦଳ ତରଫରୁ ଏକ ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଏହି ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବ୍ଳକର ୩ ଟି ପଞ୍ଚାୟତର ବହୁ କଂଗ୍ରେସ ସମର୍ଥିତ କର୍ମୀ ଦଳତ୍ଯାଗ କରି ବିଜେଡିରେ ଯୋଗ ଦେଇଥିବା ଜଣାପଡିଛି । ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ତୃଣମୂଳ ସ୍ତରରେ ଦୃଢ଼ କରିବା ନେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଦିଗପହଣ୍ଡି ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ଉପ ସଭାପତି ବି . କ୍ରିଷ୍ଣାରାଓ ସୁବୁଦ୍ଧି ସଂଯୋଜନା କରିଥିଲେ । ଏହି ପରିପ୍ରେକ୍ଷୀରେ ମାନ୍ୟବର ଇସ୍ପାତ ମନ୍ତ୍ରୀ ଓ ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଯେପରି ଲୋକମାନଙ୍କ ପାଖରେ ପହଞ୍ଚିପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଏପରିକି ସମଗ୍ର ଦେଶରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ଭାବେ ପ୍ରଶଂସିତ ହୋଇ ଆସୁଥିବା ନବୀନ ସରକାରଙ୍କ ହାତକୁ ଟାଣ କରିବା ପାଇଁ ବିଜେଡି କର୍ମୀମାନଙ୍କୁ ଏକତା ମନୋଭାବ ରଖି କାର୍ଯ୍ୟ କରିବା , ଗ୍ରାମ ଗୁଡିକରେ ଅସହାୟ ଲୋକମାନଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବା , ଗରିବ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଇବା ଉପରେ ଉପସ୍ଥିତ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ଏପରିକି ଯୁବ ଛାତ୍ର ସଂଗଠନକୁ ଉତ୍ତମ ମାର୍ଗ ଦେଖାଇବାକୁ ନିଜ ଅଭିଭାଷଣରେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ବିଜେଡି ରାଜ୍ୟ ସଂପାଦକ ସୁବାଷ ଚନ୍ଦ୍ର ମହାରଣା , ଜିଲ୍ଲା ସଭାପତି ଡ଼ଃ . ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକ , ଜିଲ୍ଲା ଯୁବ ବିଜେଡ଼ି ସଭାପତି ଭବାନୀ କାନ୍ତ ସାହୁ , ବରିଷ୍ଠ ନେତା ଜଗନ୍ନାଥ ସାବତ , ଜିଲ୍ଲା ମହିଳା ସଭାନେତ୍ରୀ ଏମ୍ . ସୁଜତା ପାତ୍ର , ରାଜ୍ୟ ସଂପାଦିକା ପ୍ରଜ୍ଞା ପଣ୍ଡା , ଜିଲ୍ଲା ସାଧାରଣ ସଂପାଦକ ଯୋଗେନ୍ଦ୍ର ସ୍ୱାଇଁ , ମହିଳା ନେତ୍ରୀ ଲକ୍ଷ୍ମୀପ୍ରିୟା ପାଢ଼ୀ , ମଧୁସ୍ମିତା ମାଝୀ , ସରିତା ପଣ୍ଡା , ସଂଯୁକ୍ତା ସାମଲ , ମମତା ପାତ୍ର , ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ଦିଗପହଣ୍ଡି ପୂର୍ବତନ ନଗରପାଳ ଭି . ରବିନାରାୟଣ ରାଜୁ , ଜିଲ୍ଲା ବିଜେଡ଼ି ସଂପାଦିକା ନିରୂପମା ପଟ୍ଟନାୟକ , ସରପଞ୍ଚ ସଂଘ ସଭାପତି ହରିବନ୍ଧୁ ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ପ୍ରଥମେ ଅତିଥିମାନଙ୍କ ସହ ଦଳୀୟକର୍ମୀ ଓ ଯୁବଛାତ୍ର ସଂଗଠନ ଏକ ବାଇକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ପୁଞ୍ଜିକୟା ଛକ ନିକଟରେ ରହିଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ଆୟୋଜିତ ସଭାକାର୍ଯ୍ୟ ଆରମ୍ଭ ଅବସରରେ ନବୀନ ପଟ୍ଟନାୟକଙ୍କ କାର୍ଯ୍ଯଧାରାରେ ଅନୁପ୍ରାଣିତ ହୋଇ ନିଜ ପଞ୍ଚାୟତ ପାଇଁ କିଛି ଭଲ କାମ କରିବା ନିମନ୍ତେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସରୋଜ କୁମାର ଜେନାଙ୍କ ନେତୃତ୍ବରେ ବହୁ କଂଗ୍ରେସ ସମର୍ଥିତ କର୍ମୀ ଏବଂ କୋଟିନଡା ସରପଞ୍ଚ ପ୍ରତିନିଧି ଉମା ବିଷୋୟୀ , ସମିତି ସଭ୍ୟ ଓ ଫାଶିଗୁଡା ପୂର୍ବତନ ସରପଞ୍ଚ ସିମା ବିଷୋୟୀ ସମେତ ବହୁ କଂଗ୍ରେସ ସମର୍ଥିତ କର୍ମୀ ଦଳତ୍ୟାଗ କରି ବିଜେଡିରେ ଯୋଗଦେବା ପରେ ସେମାନଙ୍କୁ ଦଳପକ୍ଷରୁ ଦଳୀୟ ଉପଢୌକନ ପ୍ରଦାନ କରି ପୁଷ୍ପ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡ଼ି ସଭାପତି ଚିତ୍ରସେନ ଗୈାଡ , ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର , ପୂର୍ବତନ ସରପଞ୍ଚ କେ . ସଞ୍ଜୀବ ରେଡ୍ଡୀ , ଜିଲ୍ଲା ଛାତ୍ର ବିଜେଡ଼ି ସଂପାଦକ ଜଗନ୍ନାଥ ପ୍ରଧାନ , ଜିଲ୍ଲା ଛାତ୍ର ବିଜେଡ଼ି ଉପସଭାପତି ନୀଳମାଧବ ଗୈାଡ , ଡିଜିଟାଲ ନଗର ସଭାପତି ନୀଳାଞ୍ଚଳ ରଥ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଜିଲାନ୍ସ ଜାଲରେ ପଞ୍ଚାୟତ ପିଇଓ

ଭିଜିଲାନ୍ସ ଜାଲରେ ପଞ୍ଚାୟତ ପିଇଓ

Read More...

 ଜିଲ୍ଳାପାଳ ହେବେ ଜିଲ୍ଲା ଶିଳ୍ପାୟନର ମୁଖ୍ୟ

ଜିଲ୍ଳାପାଳ ହେବେ ଜିଲ୍ଲା ଶିଳ୍ପାୟନର ମୁଖ୍ୟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: