ଏଣିକି ସିଧାସଳଖ ନିର୍ବାଚିତ ହେବେ ମେୟର

August 14, 2021, ଓଡ଼ିଶା, , BHAGYAPRABHA NEWS
ଏଣିକି ସିଧାସଳଖ ନିର୍ବାଚିତ ହେବେ ମେୟର
BHAGYAPRABHA NEWS
[ INPUT ]
Bhagyaprabha News Bureau
August 14, 2021

ମହାନଗର ନିଗମ ମେୟର ଓ ପୌରପାଳିକା ଆଉ ପରୋକ୍ଷ ଭାବେ ନିର୍ବାଚିତ ହେବେନି । ସେମାନଙ୍କୁ ଭୋଟରମାନେ ସିଧାସଳଖ ନିର୍ବାଚିତ କରିବେ । ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏ ସଂକ୍ରାନ୍ତରେ ସଂଶୋଧିତ ଆଇନ ବିଧାନସଭାରେ ଗୃହୀତ ହୋଇଥିଲା । ପାଖାପାଖି ୩ ବର୍ଷ ପରେ ଏହି ସଂଶୋଧିତ ଆଇନ ଆଧାରରେ ପ୍ରସ୍ତୁତ ଚିଠା ନିୟମ ଗତକାଲି ଓଡ଼ିଶା ଗେଜେଟରେ ପ୍ରକାଶ କରି ସାଧାରଣ ଲୋକଙ୍କ ମତାମତ ମାଗିଛନ୍ତି ସରକାର । ୩୦ ଦିନ ଭିତରେ ନାଗରିକମାନେ ସେମାନଙ୍କ ଆପତି ଅଭିଯୋଗ ଓ ପ୍ରସ୍ତାବ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ପଠାଇପାରିବେ । ନୂଆ ବ୍ୟବସ୍ଥା ଅନୁଯାୟୀ ପୌର ନିର୍ବାଚନ ସମୟରେ କର୍ପୋରେଟର ଓ ମେୟର ପଦବି ପାଇଁ ୨ଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ ପେପର ରହିବ । ମହାନଗର ନିଗମ, ପୌରପାଳିକା ବା ଏନଏସିର ଜନସଂଖ୍ୟା ଆଧାରରେ ମେୟର ପଦବି କେଉଁ ବର୍ଗର ହେବେ ତାହା ସ୍ଥିର ହେବ ।ମତଦାନ କେନ୍ଦ୍ରରେ କାଉନସିଲର ପାଇଁ ଆଉ ଗୋଟିଏ ଭୋଟରବାକ୍ସ ରହିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

Read More...

ରାଜ୍ୟରେ ୧୧୩୨ କରୋନା ପଜିଟିଭ୍ ଚିହ୍ନଟ ,୬୬ ମୃତ୍ୟୁ

ରାଜ୍ୟରେ ୧୧୩୨ କରୋନା ପଜିଟିଭ୍ ଚିହ୍ନଟ ,୬୬ ମୃତ୍ୟୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: