ଜାତୀୟ ସମ୍ପତ୍ତି ବିକ୍ରୀ ବନ୍ଦ କର : ସିପିଏମ

August 28, 2021, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଜାତୀୟ ସମ୍ପତ୍ତି ବିକ୍ରୀ ବନ୍ଦ କର : ସିପିଏମ
Gouri Shankar Mishra
[ Video Journalist ]
Bhagyaprabha News Bureau
August 28, 2021

କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଷ୍ପତିକୁ ବିରୋଧ କରି ବ୍ରହ୍ମପୁରସ୍ଥିତ କମାପଲ୍ଲୀଛକ ଠାରେ ସିପିଏମ ପକ୍ଷରୁ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁଚନାନୁସାରେ, କେନ୍ଦ୍ର ସରକାର ରେଳବାଇ,ଜାତୀୟ ରାଜପଥ, ବିମାନ ବନ୍ଦର, ବନ୍ଦର, କୋଇଲା ଖଣି ସମେତ ବହୁ ମୂଲ୍ୟବାନ ସମ୍ପଦକୁ ବେସରକାରୀ କମ୍ପାନୀ ହାତରେ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେବଳ ମାତ୍ର 6 ଲକ୍ଷ କୋଟି ଟଙ୍କାରେ ଦେଶର ସମ୍ପତ୍ତିକୁ ଆଦାନୀ ଓ ଆମ୍ବାନୀଭଳି କମ୍ପାନୀ ହାତରେ ଟେକିଦେବା ପାଇଁ ମୋଦି ସରକାର ଚକ୍ରାନ୍ତ କରିଛନ୍ତି ଯାହା ଦେଶ ତଥା ଜନ ବିରୋଧୀ । ତେଣୁ ଉକ୍ତ ନୀତିର ପ୍ରତ୍ୟାହାର ଦାବି କରି ସିପିଏମ ପକ୍ଷରୁ କମାପଲି ଛକଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ, ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ପ୍ରତାପ ଚୌଧୁରୀ, ଚିଟି ବାବୁ, ରଂଜନ ପାତ୍ର, ଅଶୋକ ଦାସ, କିଶୋର ମିଶ୍ର, ଗୋପାଳ ମହାନ୍ତି ଏବଂ ଯୁବ ନେତା ଅଜିତ ପାଣିଗ୍ରାହୀ ଓ ତ୍ରିଲୋଚନ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଋଷିକୂଲ୍ୟା ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ଋଷିକୂଲ୍ୟା ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

Read More...

ଚଳିତ ମୌସୁମୀ ଅଧିବେଶନରେ ରହିବ ପ୍ରଶ୍ନକାଳ

ଚଳିତ ମୌସୁମୀ ଅଧିବେଶନରେ ରହିବ ପ୍ରଶ୍ନକାଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: