ଦେଶବ୍ୟାପୀ 'ଫିଟ୍ ଇଣ୍ଡିଆ କୁଇଜ'ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

September 02, 2021, ଦେଶଦୁନିଆ, , BHAGYAPRABHA NEWS
ଦେଶବ୍ୟାପୀ 'ଫିଟ୍ ଇଣ୍ଡିଆ କୁଇଜ'ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
BHAGYAPRABHA NEWS
[ INPUT ]
Bhagyaprabha News Bureau
September 02, 2021

ସମାଜରେ ସକରାତ୍ମକ ଭାବନା ଆଣିବା ପାଇଁ ଆମକୁ ଫିଟ୍ ରହିବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଫିଟ ରଖିବା ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ବୁଧବାର କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ପ୍ରଥମ ଥର ପାଇଁ ଦେଶବ୍ୟାପୀ 'ଫିଟ୍ ଇଣ୍ଡିଆ କୁଇଜ'ର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କ୍ରୀଡାର ପ୍ରୋତ୍ସାହନ ଏବଂ ଲୋକପ୍ରିୟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଥିବା ଦୂରଦୃଷ୍ଟି ଆଧାରରେ ସ୍କୁଲ ପ୍ରିନ୍ସିପାଲ ଏବଂ ଛାତ୍ରଛାତ୍ରୀଙ୍କୁ ଏହି ଫିଟ୍ ଇଣ୍ଡିଆ କୁଇଜରେ ପଞ୍ଜିକରଣ କରି ଅଂଶଗ୍ରହଣ କରି ଏକ ସୁସ୍ଥ ଭାରତ ପାଇଁ ଫିଟ୍ ଇଣ୍ଡିଆ ମିଶନରେ ସାମିଲ ହେବା ପାଇଁ ଧର୍ମେନ୍ଦ୍ର ପ୍ରୋତ୍ସାହିତ କରିଛନ୍ତି ।କ୍ରୀଡା, ଶିକ୍ଷା ଏବଂ କ୍ରୀଡା ପରମ୍ପରାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କହିଛନ୍ତି ଯେ ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଯାତ୍ରାରେ ଆମର ଖେଳାଳୀମାନେ ଆମ ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ କହିଛନ୍ତି । ଟୋକିଓ ଅଲମ୍ପିକରେ ବ୍ୟାଡମିଂଟନ ଖେଳାଳି ପି.ଭି ସିନ୍ଧୁ ଏବଂ ଜାଭେଲିନ୍ ଥ୍ରୋ' ପ୍ରତିଯୋଗିତାରେ ନୀରଜ ଚୋପ୍ରାଙ୍କ ଭଳି ଅନେକ ଖେଳାଳି ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ତେଣୁ ଦେଶରେ ଶିକ୍ଷା ଏବଂ କ୍ରୀଡ଼ାକୁ ଯୋଡ଼ି ନୂଆ ଢ଼ାଂଚା ପ୍ରସ୍ତୁତ କରିବା ପାଇଁ ପ୍ରଥମ ଥର ପାଇଁ ଶିକ୍ଷା ମନ୍ତ୍ରଣାଳୟ ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ମିଳିତ ଭାବେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ 'ଫିଟ୍ ଇଣ୍ଡିଆ କୁଇଜ୍' ଶୁଭାରମ୍ଭ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ମହାପ୍ରଭୁଙ୍କ ପବିତ୍ର ବନଭୋଜି ବେଶ

ଆଜି ମହାପ୍ରଭୁଙ୍କ ପବିତ୍ର ବନଭୋଜି ବେଶ

Read More...

ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବାଙ୍କେଶ୍ଵରୀ କିଷାନ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବାଙ୍କେଶ୍ଵରୀ କିଷାନ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: