ଅପରେସନ ପରେ ଦୃଷ୍ଟିଶକ୍ତି ହରାଇଲେ ଆଇନଜୀବି :ଖେମୁଣ୍ଡି ଓକିଲ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

September 05, 2021, ବିଶେଷ, ଗଞ୍ଜାମ, Kiran Behera
ଅପରେସନ ପରେ ଦୃଷ୍ଟିଶକ୍ତି ହରାଇଲେ ଆଇନଜୀବି :ଖେମୁଣ୍ଡି ଓକିଲ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ
Kiran Behera
[ Reporter,Digapahandi ]
Bhagyaprabha News Bureau
September 05, 2021

ଗଞ୍ଜାମ ଜିଲ୍ଲା ଖେମୁଣ୍ଡି ଓକିଲ ସଂଘର ଜନୈକ ସଦସ୍ୟ ଅପରେସନ ପରେ ନିଜର ଦୃଷ୍ଟିଶକ୍ତି ହରାଇବା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଶନିବାର ଦିନ ଓକିଲ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଗିରିଜା ନନ୍ଦନ ମେକାପଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଉପସଭାପତି ପ୍ରିୟରଞ୍ଜନ ପଟ୍ଟନାୟକ ଅଧ୍ଯକ୍ଷତା କରିଥିଲେ । ଖବରନୁଯାୟୀ , ଭୂବନେଶ୍ୱରର ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟରେ ଆଖି ଅପରେସନ କରି ଦୃଷ୍ଟିଶକ୍ତି ହରାଇଥିବା ସଂଘର ସଦସ୍ୟ ତବତିଆ ଡାକୁଆ ବୈଠକରେ ଉପସ୍ଥିତ ରହି ଅଭିଯୋଗ ଉପସ୍ଥାପନ କରିବା ସହ ସଂପୃକ୍ତ ଚିକିତ୍ସାଳୟ ପକ୍ଷରୁ ଅପରେସନ ପରବର୍ତ୍ତୀ ଚିକିତ୍ସା ନେଇ ଅସହଯୋଗ କରାଯାଉଥିବା ମଧ୍ୟ ଅଭିଯୋଗ କରିଥିଲେ । ସଂଘ ପକ୍ଷରୁ ଏକ କମିଟି ଗଠନ କରାଯାଇ ଅଭିଯୋଗର ତଦନ୍ତ ଭିତ୍ତିକ କାର୍ଯ୍ଯାନୁଷ୍ଠାନ ନିଆଯିବାକୁ ନିଷ୍ପତ୍ତି ନିଆଯିବା ସହ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟ ଆଇନଜୀବି ପରିଷଦକୁ ଅନୁରୋଧ କରାଯିବ ବୋଲି ଜଣାପଡିଛି । ସେହିଭଳି ବୈଠକରେ ସଂଘର ବିକାଶ ମୂଳକ ଅନ୍ଯାନ୍ଯ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ବିବିଧ ନିଷ୍ପତ୍ତି ଗୃହୀତ ହୋଇଥିଲା । ଏଥିରେ ସଂଘ କର୍ମକର୍ତ୍ତା ସିମାଞ୍ଚଳ ପ୍ରଧାନ , ରବିଚନ୍ଦ୍ର ଗୌଡଙ୍କ ସମେତ ରସାନନ୍ଦ ରାଉତ , ଏ.ସୋମେଶ୍ବର ରାଓ , ରବିନ୍ଦ୍ର ନାଥ ପାଣିଗ୍ରାହୀ , ହରପ୍ରସାଦ ରଥ , ନକୁଳ ପ୍ରଧାନ , ରଞ୍ଜନ କୁମାର ବେହେରା , ପ୍ରହଲ୍ଲାଦ ପ୍ରଧାନ, ସୁକାନ୍ତ ପ୍ରଧାନ , ସନ୍ତୋଷ କୁମାର ସାହୁ, ଗଜାନନ ତ୍ରିପାଠୀ, କିଶୋର ଚନ୍ଦ୍ର ଗୌଡ, ବିଜୟ କୁମାର ପ୍ରଧାନ, ମଞ୍ଜୁଳା କୁମାରୀ ଲେଙ୍କା ପ୍ରମୁଖ ବହୁ ଆଇନଜୀବି ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ନିକଟରେ  ନିର୍ମାଣ ହେବ ଗୁରୁକୁଳ ଆଶ୍ରମ ଓ ବୃହତ ଗୋ - ଶାଳା

ଦିଗପହଣ୍ଡି ନିକଟରେ ନିର୍ମାଣ ହେବ ଗୁରୁକୁଳ ଆଶ୍ରମ ଓ ବୃହତ ଗୋ - ଶାଳା

Read More...

ଟୋକିଓରେ ଇତିହାସ ରଚିଲେ ଓଡ଼ିଆ ପୁଅ ,ବ୍ୟାଡମିଣ୍ଟନରେ ଜିତିଲେ ସ୍ୱର୍ଣ୍ଣ

ଟୋକିଓରେ ଇତିହାସ ରଚିଲେ ଓଡ଼ିଆ ପୁଅ ,ବ୍ୟାଡମିଣ୍ଟନରେ ଜିତିଲେ ସ୍ୱର୍ଣ୍ଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: