ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

September 05, 2021, ଓଡ଼ିଶା, ଗଞ୍ଜାମ, Kiran Behera
ବଜ୍ରପାତରେ ମହିଳାଙ୍କ ମୃତ୍ୟୁ
Kiran Behera
[ Reporter,Digapahandi ]
Bhagyaprabha News Bureau
September 05, 2021

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ପଞ୍ଚାୟତ ଅନ୍ତର୍ଗତ ବଉଳଘାଇ ଗ୍ରାମର ଜଣେ ମହିଳାଙ୍କ ରବିବାର ଦିନ ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ହେଲେ ପାଟପୁର ଥାନା ବଉଳଘାଇ ଗ୍ରାମର ଭଞ୍ଜ ଭୂୟାଁଙ୍କ ସ୍ତ୍ରୀ ପ୍ରତିମା ଭୂୟାଁ (୪୨) ବୋଲି ସୂଚନା ମିଳିପାରିଛି । ଖବରନୁଯାୟୀ , ପ୍ରତିମା ରବିବାର ଅପରାହ୍ନରେ ନିଜ ବିଲକୁ ଚାଷ କାର୍ଯ୍ୟ ନିମନ୍ତେ ଯାଇଥିଲେ । ତେବେ ସନ୍ଧ୍ୟାରେ ହଠାତ ଆକାଶରେ କଳାମେଘ ଢାଙ୍କିବା ସହ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା । ବର୍ଷା ଓ ଘଡଘଡିକୁ ଦେଖି ମହିଳା ଜଣକ ଘରକୁ ତରବରିଆ ଭାବେ ଫେରୁଥିବା ବେଳେ ଆକସ୍ମିକ ବଜ୍ରପାତ ମାଡରେ ମହିଳା ଜଣକ ସେଠାରେ ହିଁ ଟଳି ପଡ଼ିଥିଲେ । ଗ୍ରାମବାସୀଙ୍କ ଦ୍ଵାରା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ବଜ୍ରପାତରେ ମହିଳାଙ୍କ ଶରୀରର ଅର୍ଦ୍ଧେକ ଅଂଶ ପୋଡି ଯିବା ସହ କାନ ଓ ଆଖିରୁ ରକ୍ତ ବାହାରିଥିଲା । ଘଟଣାପରେ ସ୍ଥାନୀୟ ସମିତିସଭ୍ୟ ଅମିନ ପ୍ରଧାନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତକ ପରିବାର ସହ ଆଲୋଚନା କରିଥିଲେ । ଏପରିକି ବଜ୍ରପାତରେ ମୃତକ ପରିବାରକୁ ସହାୟତା ପାଇଁ ସ୍ଥାନୀୟ ତହସିଲଦାର ଓ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ଆଜିଠୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

Read More...

 ମୁକ୍ତମଞ୍ଚ ନାଟ୍ୟ ନିର୍ଦେଶକ ମହାସଂଘ ଗଠନ ପାଇଁ ପ୍ରସ୍ତୁତି ବୈଠକ

ମୁକ୍ତମଞ୍ଚ ନାଟ୍ୟ ନିର୍ଦେଶକ ମହାସଂଘ ଗଠନ ପାଇଁ ପ୍ରସ୍ତୁତି ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: