କେରଳରେ ଚିନ୍ତା ବଢ଼ାଇଲା ନିପା ଭାଇରସ

September 07, 2021, ଦେଶଦୁନିଆ, , BHAGYAPRABHA NEWS
କେରଳରେ ଚିନ୍ତା ବଢ଼ାଇଲା ନିପା ଭାଇରସ
BHAGYAPRABHA NEWS
[ INPUT ]
Bhagyaprabha News Bureau
September 07, 2021

କେରଳରେ ପ୍ରଥମ ନିପା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୧ ଜଣଙ୍କ ଶରୀରରେ ନିପା ଲକ୍ଷଣ ଦେଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ଜଣଙ୍କ ନମୁନା ପରୀକ୍ଷା ପାଇଁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି । ନମୁନା ପରୀକ୍ଷା ପରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଲକ୍ଷଣ ଥିଲେ ବି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ।ନିପାରେ ମୃତ୍ୟୁ ହୋଇଥିବା ୧୨ ବର୍ଷୀୟ ବାଳକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ୨୫୧ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ୧୨୯ ଜଣ ସ୍ବାସ୍ଥ୍ୟକର୍ମୀ ଅଛନ୍ତି । ହାଇରିସ୍କରେ ଥିବା ୩୮ ଜଣଙ୍କୁ କୋଝିକୋଡ୍ ମେଡିକାଲ କଲେଜ ହସ୍ପିଟାଲରେ ଆଇସୋଲେସନ ରଖାଯାଇଛି । ସେପଟେ ମାରାତ୍ମକ ନିପା ଭୂତାଣୁକୁ ନେଇ ସତର୍କ କରାଇଛନ୍ତି ଏମସ ବିଶେଷଜ୍ଞ ଡାକ୍ତର ଆଶୁତୋଷ ବିଶ୍ବାସ । ବାଦୁଡ଼ିଠାରୁ ନିପା ବ୍ୟାପୁଥିବା ବେଳେ ଏହାର କୌଣସି ଡାକ୍ତରୀ ଚିକିତ୍ସା ନାହିଁ । ତେଣୁ ସତର୍କ ଓ ସଚେତନ ରହିବା ନିହାତି ଆବଶ୍ୟକ । ନିପା ଭୂତାଣୁ ଖୁବଶୀଘ୍ର ସଂକ୍ରମିତ ହୋଇଥାଏ । ତଳେ ପଡ଼ିଥିବା ଫଳ ନଖାଇବା ସହ କୌଣସି ଫଳ ନଧୋଇ ଖାଇବା ଦ୍ବାରା ଏହି ଭୂତାଣୁରେ ସଂକ୍ରମିତ ହେବାର ଆଶଙ୍କା ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ସପ୍ତପୁରୀ ଅମାବାସ୍ୟା

ଆଜି ସପ୍ତପୁରୀ ଅମାବାସ୍ୟା

Read More...

ଘୋଡାହଡ ନଦୀରେ ଭିନ୍ନକ୍ଷମ ମହିଳା ନିଖୋଜ : ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି

ଘୋଡାହଡ ନଦୀରେ ଭିନ୍ନକ୍ଷମ ମହିଳା ନିଖୋଜ : ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: