ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ

September 11, 2021, ଦେଶଦୁନିଆ, , BHAGYAPRABHA NEWS
ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
September 11, 2021

ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ଦେଇଛନ୍ତି ବିଜୟ । ତେବେ ହଠାତ କାହିଁକି ଏଭଳି ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ଇସ୍ତଫା ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏପରିକି ଦଳ ପକ୍ଷରୁ ମଧ୍ୟ କୌଣସି ସୂଚନା ମିିଳିନାହିଁ ।ତେବେ ଇସ୍ତଫା ଦେବା ପରେ ବିଜୟ ରୂପାଣୀ କହିଛନ୍ତି, ଦଳରେ ଏହା ଏକ ସ୍ୱାଭାବିକ ପକ୍ରିୟା । ମୋତେ ୫ ବର୍ଷ ଯାଏଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ଗ୍ରହଣ କରିବି । ଏଭଳି ଦାୟିତ୍ୱ ଦେଇଥିବାରୁ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟ । ଦୁଇଟି ପାଳିରେ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିବା ବିଜୟ ୨୦୧୬ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଆନନ୍ଦିବେନ ପଟେଲଙ୍କ ସ୍ଥାନରେ ବିଜୟଙ୍କୁ ବାଛିଥିଲା ବିଜେପି । ଏହାପରେ ୨୦୧୭ ବିଧାନସଭା ନିର୍ବାଚନ ପରେ ଦଳ ବିଜୟଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିଥିଲା । ହଠାତ୍ ବିଜୟଙ୍କ ଏଭଳି ନିଷ୍ପତ୍ତି ଗୁଜୁରାଟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଆଗକୁ ଗୁଜୁରାଟ ରାଜନୀତିର ମଙ୍ଗ କିଏ ଧରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ତେବେ ବିଜୟ କହିଛନ୍ତି ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଦଳ ସ୍ଥିର କରିବ । କାରଣ ଦଳ ଯାହାକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବ ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନକୁ ଓହ୍ଲାଇବ । ତେଣୁ କାହାକୁ ଏହି ଆସନରେ ଦଳ ବସାଇବ ସେନେଇ ମାନସ ମନ୍ଥନ ଆରମ୍ଭ ହୋଇଛି । କାରଣ ଆସନ୍ତାବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଗତ ନିର୍ବାଚନରେ ଦଳ ଏଠାରେ ବିଜୟୀ ହୋଇଥିଲେ ମଧ୍ୟ କଂଗ୍ରେସ କଡା ଟକ୍କର ଦେଇଥିଲା । ଆଉ ଏହା ଭିତରେ ବିରୋଧୀ କଂଗ୍ରେସ ଅଧିକ ସକ୍ରିୟ ହେବା ସହ ସରକାରଙ୍କୁ ଘେରିବାକୁ ଆଦୌ ସୁଯୋଗ ହାତଛଡା କରୁନାହିଁ । ଏଭଳି ସ୍ଥିତିରେ ନୂଆ ଚେହେରାକୁ ନେଇ ଦଳ ଆଗାମୀ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ସ୍ଥିର କରିଥିବା କୁହାଯାଉଛି ।ଗୁଜୁରାଟରେ ଦୀର୍ଘ ବର୍ଷ ହେବ ବିଜେପି ସରକାର ରହିଛି । ଏବେ ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ଦୀର୍ଘ ବର୍ଷ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଗୁଜୁରାଟରେ ଆନନ୍ଦିବେନ ପଟେଲ, ବିଜୟ ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି ଦଳ । ତେଣୁ ଆସନ୍ତା ନିର୍ବାଚନରେ ଦଳ ପୁଣିଥରେ କ୍ଷମତାକୁ ଫେରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି । ଏଭଳିସ୍ଥଳେ ରୂପାନୀ ସରକାର ବିରୋଧରେ ଜନ ଅସନ୍ତୋଷ ଦଳ ପାଇଁ ବୁମେରାଂ ହୋଇପାରେ । ତେଣୁ ରୂପାନୀଙ୍କ ବଦଳରେ ନୂଆ ମୁହଁ ନେଇ ମୈଦାନକୁ ଓହ୍ଲାଇବାକୁ ଚାହୁଁଛି ଦଳ । ଏହାପୂର୍ବରୁ କର୍ଣ୍ଣାଟକ, ଉତ୍ତରାଖଣ୍ଡରେ ମଧ୍ୟ ଦଳ ନେତୃତ୍ୱ ବଦଳାଇଥିବାର ନଜିର ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାମାନ୍ୟ କଳହରୁ ଦମ୍ପତିଙ୍କ ବିଷପିଇ ଆତ୍ମହତ୍ୟା

ସାମାନ୍ୟ କଳହରୁ ଦମ୍ପତିଙ୍କ ବିଷପିଇ ଆତ୍ମହତ୍ୟା

Read More...

ବଡଗଡ଼ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ବଡଗଡ଼ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: