ଆଇପିଏଲ୍‌-୧୨ର ପ୍ରଥମ ମ୍ୟାଚ୍‌ରେ ୭ ଓ୍ଵିକେଟ୍‌ରେ ଜିତିଲା ଚେନ୍ନାଇ

March 24, 2019, ଖେଳ, , Bhagyaprabha News Bureau
ଆଇପିଏଲ୍‌-୧୨ର ପ୍ରଥମ ମ୍ୟାଚ୍‌ରେ ୭ ଓ୍ଵିକେଟ୍‌ରେ ଜିତିଲା ଚେନ୍ନାଇ
Bhagyaprabha News Bureau
March 24, 2019

ଆଇପିଏଲର ଦ୍ୱାଦଶ ସଂସ୍କରଣର ଉଦଘାଟନୀ ମୁକାବିଲାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ସୁପରକିଙ୍ଗସ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ରୋମାଞ୍ଚକର ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଡିଫେଣ୍ଡିଙ୍ଗ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସ । ପ୍ରଥମରୁ ହିଁ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଥିଲା ବାଙ୍ଗାଲୋର । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କୁ ଛାଡି ଦେଲେ ଆଉ କୌଣସି ଖେଳାଳୀ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ମାତ୍ର ୭୦ ରନରେ ଅଲଆଉଟ୍ ହୋଇଯାଇଥିଲା ଦଳ ।



ସେପଟେ ୭୧ ରନର ବିଜୟଲକ୍ଷ୍ୟ ପାଇ ପଡିଆକୁ ଓହ୍ଲାଇଥିବା ଚେନ୍ନାଇକୁ ମଧ୍ୟ ଲାଗିଥିଲା ପ୍ରାରମ୍ଭିକ ଝଟକା । ଓପନର ବ୍ୟାଟ୍ସମ୍ୟାନ ସେନ୍ ୱାଟସନ୍ କୌଣସି ରନ ନକରି ପାଭିଲିୟନ୍ ଫେରିଯାଇଥିଲେ । ତେବେ ୭୧ ରନ ଟାର୍ଗେଟକୁ ପୂରା କରିବା ପାଇଁ ୧୭ ଓଭର ସଂଘର୍ଷ କରିଥିଲା ଚେନ୍ନାଇ । ଶେଷରେ ବାଙ୍ଗାଲୋରକୁ ଦଳ ୭ ୱିକେଟରେ ପରାସ୍ତ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାତ ଧରିବେ ‘ଭିମ୍‌ସାର୍‌’ର  ପୂର୍ବତନ ନିର୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ

ହାତ ଧରିବେ ‘ଭିମ୍‌ସାର୍‌’ର ପୂର୍ବତନ ନିର୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ

Read More...

ବିଜେଡି ପକ୍ଷରୁ ପ୍ରକାଶ ପାଇଲା  ଦଳର ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା

ବିଜେଡି ପକ୍ଷରୁ ପ୍ରକାଶ ପାଇଲା ଦଳର ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: