ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ସାନଭାଇର ଛୁରାମାଡରେ ବଡ଼ଭାଇ ଆହତ : ସାନଭାଇ ଗିରଫ

September 15, 2021, ଅପରାଧ, ଗଞ୍ଜାମ, Kiran Behera
ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ସାନଭାଇର ଛୁରାମାଡରେ ବଡ଼ଭାଇ ଆହତ : ସାନଭାଇ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
September 15, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଡଡୁମ୍ବୁଳା ପଞ୍ଚାୟତ ସାନଡୁମ୍ବୁଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଗ୍ରାମର ଜେ . ସୁଦାମ ପାତ୍ର ( ସାନଭାଇ)ର ଛୁରା ମାଡ଼ରେ ଜଣେ . ବଳରାମ ପାତ୍ର ( ବଡ଼ଭାଇ) ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏନେଇ ବଳରାମଙ୍କ ପରିବାରଙ୍କ ଦିଗପହଣ୍ଡି ଥାନାରେ ଏତଲା ପରେ ପୋଲିସ ଅଭିଯୁକ୍ତ ସାନଭାଇ ସୁଦାମକୁ ଗିରଫ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଦିଗପହଣ୍ଡି ଥାନା ଉକ୍ତ ଗ୍ରାମର ସ୍ବର୍ଗତ ଜେ . ମଙ୍ଗଳା ପାତ୍ରଙ୍କ ଦୁଇପୁଅଙ୍କ ମଧ୍ୟରେ ବାପାଙ୍କ ସମ୍ପତ୍ତି ଭାଗ ବଣ୍ଟନକୁ ନେଇ ବିଭିନ୍ନ ସମୟରେ ଯୁକ୍ତିତର୍କ ଓ ଗଣ୍ଡଗୋଳ ଲାଗି ରହି ଆସୁଥିଲା । ଏପରିକି ଗ୍ରାମରେ ଗ୍ରାମ ମୁଖିଆଙ୍କ ଉପସ୍ଥିତିରେ ସମସ୍ଯାର ସମାଧାନ ନିମନ୍ତେ ସଭାକାର୍ଯ୍ୟ ଡକାଯାଇ ଉଭୟଙ୍କୁ ବୁଝାସୁଝା କରାଯାଇଥିଲେ ମଧ୍ୟ ଅଭିଯୁକ୍ତ ସୁଦାମ ଏଥିରେ ଅସନ୍ତୋଷ ପ୍ରକାଶ କରି ସଭାରୁ ଚାଲି ଯାଉଥିଲା । ତେବେ ଗତକାଲି ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ଏହି ସମ୍ପତ୍ତିକୁ ନେଇ ପୁନର୍ବାର କଳହ ଲାଗି ରହିଥିଲା । ଏହାପରେ ଅଭିଯୁକ୍ତ ସୁଦାମ ଉତ୍ତେଜିତ ହୋଇ ଘରୁ ଏକ ଧାରୁଆ ଛୁରୀ ଆଣି ବଳରାମଙ୍କୁ ପେଟକୁ ଭୂଷି ଦେଇଥିବା ବେଳେ ପରିବାର ଲୋକେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦିଗପହଣ୍ଡି ଥାନାରେ ସାନଭାଇ ବିରୋଧରେ ଅଭିଯୋଗ ଆଣିଥିବା ଜଣାପଡିଛି । ଏତଲାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ସୁଦାମ ବିରୋଧରେ ଥାନା ମାମଲା ନଂ ୨୩୫/୨୧ ପ୍ରକାରେ ମକଦ୍ଦମା ରୁଜୁ କରି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଚଳାଇଥିବା ଥାନା ଏସ୍ ଆଇ ବଳଭଦ୍ର ଗଣ୍ଡ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

Read More...

ଦିଗପହଣ୍ଡି ଦୁଇଗୋଷ୍ଠୀ ବିବାଦ ମାମଲାରେ ୫ ଜଣ ଗିରଫ : ପିସ୍ତଲ ସମେତ ମାରଣାସ୍ତ୍ର ଜବତ

ଦିଗପହଣ୍ଡି ଦୁଇଗୋଷ୍ଠୀ ବିବାଦ ମାମଲାରେ ୫ ଜଣ ଗିରଫ : ପିସ୍ତଲ ସମେତ ମାରଣାସ୍ତ୍ର ଜବତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: