୭୧ ବର୍ଷ ବୟସରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ମୋଦୀ

September 17, 2021, ଦେଶଦୁନିଆ, , BHAGYAPRABHA NEWS
୭୧ ବର୍ଷ ବୟସରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ମୋଦୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
September 17, 2021

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ସେପ୍ଟେମ୍ବର ୧୭ ତାରିଖ) ୭୧ ବର୍ଷ ବୟସରେ ପାଦ ଥାପିଛନ୍ତି। ମୋଦୀ ସମଗ୍ର ବିଶ୍ବରେ ଜଣେ ଆଗ ଧାଡ଼ିର ନେତା ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ଆମେରିକା, ଫ୍ରାନ୍ସ, ରୁଷିଆ ଭଳି ଶକ୍ତିଶାଳୀ ଦେଶଗୁଡ଼ିକ ମଧ୍ୟ ମୋଦୀଙ୍କୁ ସମ୍ମାନ ଜଣାଉଛନ୍ତି। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର ବଡ଼ନଗରରେ ଜନ୍ମଗ୍ରହଣ କରିଥିଲେ। ଏଥିପାଇଁ ୨୦ ଦିନିଆ ରାଷ୍ଟ୍ରୀୟ ଅଭିଯାନର ଯୋଜନା ପ୍ରସ୍ତୁତ କରାଯାଇଛି ଯାହା ଆଜିଠାରୁ ଆରମ୍ଭ କରାଯିବ ଓ ଏହା ୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନକୁ ସେବା ଓ ସମର୍ପଣ ନାମ ଦିଆଯାଇଛି । ଏହି ଅଭିଯାନକୁ ୨୦ ଦିନିଆ ପାଳନ କରିବା ପଛରେ କାରଣ ହେଉଛି ଆଜିକୁ ଠିକ୍ ୨୦ ଦିନ ପରେ ଅର୍ଥାତ୍ ୭ ଅକ୍ଟୋବରକୁ ୨୦ ବର୍ଷ ପୂର୍ବେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେଣୁ ଏହି ଅଭିଯାନକୁ ବିଜେପି ୭ ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରିବ । ଏଥିପାଇଁ ଏକ ସଂସଦୀୟ ସମିତି ଗଠନ କରାଯାଇଛି ଯାହା ଦଳର କର୍ମୀମାନଙ୍କ ପାଇଁ କାର୍ଯ୍ୟକ୍ରମର ଆୟୋଜନ କରିବ । ଏହି ସମିତିର ନେତୃତ୍ୱ କୈଳାଶ ବିଜୟଭର୍ଗିୟ ନେଇଛନ୍ତି ।


ମୋଦୀଙ୍କ ଜନ୍ମଦିନକୁ ବିଜେପି ଉତ୍ସାହର ସହିତ ପାଳନ କରିବ। ଏହି ଅବସରରେ ପାର୍ଟି ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଆୟୋଜନ କରିଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କର ସଂସଦୀୟ କ୍ଷେତ୍ର ବାରାଣସୀରେ ୭୧ ହଜାର ଦୀପ ପ୍ରଜ୍ବଳିତ କରାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବାରାଣସୀର ସମସ୍ତ ବିଧାନସଭା ଅଂଚଳକୁ ୭୧-୭୧ କିଲୋ ଲଡୁ ପଠାଯିବ ଏବଂ ଏହା ସର୍ବସାଧାରଣରେ ବଣ୍ଟନ କରାଯିବ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ୨୦ ଦିନ ଯାଏଁ କାର୍ଯ୍ୟକ୍ରମ ପରିଚାଳନା କରିବ। ଦଳୀୟ କର୍ମୀମାନେ ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ସେବା ଓ ସମର୍ପଣ ଦିବସ ଅଭିଯାନରେ ସାମିଲ ହେବାସହ ଜନସାଧାରଣଙ୍କୁ ଭେଟି ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେବେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାମ୍ମୁ କାଶ୍ମୀର ବିସ୍ଫୋରଣରେ ଜଣେ ମହିଳା ମୃତ,୬ ଆହାତ

ଜାମ୍ମୁ କାଶ୍ମୀର ବିସ୍ଫୋରଣରେ ଜଣେ ମହିଳା ମୃତ,୬ ଆହାତ

Read More...

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ , ୧୩ ଆହତ

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ , ୧୩ ଆହତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: