ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ

September 22, 2021, ଦେଶଦୁନିଆ, , BHAGYAPRABHA NEWS
ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
September 22, 2021

ଆଜିଠୁ ତିନି ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ସେ କ୍ୱାଡ୍ ଦେଶ ସମୂହ ବୈଠକରେ ଯୋଗ ଦେବେ । ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସାମିଲ ହେବେ ନରେନ୍ଦ୍ର ମୋଦି । ବାଇଡେନ୍ ରାଷ୍ଟ୍ରପତି ହେବା ପରେ ତାଙ୍କ ସହ ପ୍ରଥମ ଥର ସାକ୍ଷାତ ଆଲୋଚନାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ବାଇଡେନଙ୍କ ସହ ଆଫଗାନ ପ୍ରସଙ୍ଗରେ ହୋଇପାରେ ଆଲୋଚନା ।ଆସନ୍ତାକାଲି ଜାପାନ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ବି ଭେଟିବା କାର୍ୟ୍ୟକ୍ରମ ରହିଛି । କ୍ୱାଡ୍ ଦେଶ ସମ୍ମିଳନୀରେ ଉଠିପାରେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଓ ଆଫଗାନ ପ୍ରସଙ୍ଗ । ଏଦିଗରେ କ୍ୱାଡ୍ ଦେଶ ସମୂହର ଆଲୋଚନା ଓ ନିଷ୍ପତ୍ତି ଉପରେ ସାରା ବିଶ୍ୱର ନଜର ରହିଛି ।୨୫ ତାରିଖରେ ଓ୍ୱାଂଶିଟନରେ ପ୍ରଧାନମନ୍ତ୍ରୀଙ୍କର କିଛି କାର୍ୟ୍ୟକ୍ରମ ବି ରହିଛି । ଆମେରିକାର କିଛି ଟପ୍ କର୍ପୋରେଟ୍ ଲିଡରଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ଏହାପରେ ସେ ନ୍ୟୁୟର୍କ ଗସ୍ତ କରିବେ । ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧିକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କର ଏହି ତିନି ଦିନିଆ ଆମେରିକା ଗସ୍ତ ବିଭିନ୍ନ ଦୃଷ୍ଟି କୋଣରୁ ବେଶ ଗୁରୁତ୍ୱ ବହନ କରୁଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଲାଙ୍ଗୀରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡର ଶୁଭାରମ୍ଭ

ବଲାଙ୍ଗୀରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡର ଶୁଭାରମ୍ଭ

Read More...

ଆଜି ବିଶ୍ୱ ଗୋଲାପ ଦିବସ

ଆଜି ବିଶ୍ୱ ଗୋଲାପ ଦିବସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: