ଆସନ୍ତାକାଲିଠାରୁ ୮ ଜିଲ୍ଲାରେ ଲଘୁଚାପ ସମ୍ଭାବନା

September 24, 2021, ଓଡ଼ିଶା, , BHAGYAPRABHA NEWS
ଆସନ୍ତାକାଲିଠାରୁ ୮ ଜିଲ୍ଲାରେ ଲଘୁଚାପ ସମ୍ଭାବନା
BHAGYAPRABHA NEWS
[ INPUT ]
Bhagyaprabha News Bureau
September 24, 2021

ଆଜି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ଅନୁମାନ କରାଯାଉଛି, ସୃଷ୍ଟ ହୋଇଥିବା ଲଘୁଚାପ ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହେବ। ଆସନ୍ତା ୧୨ ଘଣ୍ଟାରେ ଘନୀଭୂତ ହୋଇ ଅବପାତର ରୂପ ନେବ। ତାହାର ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ପ୍ରଭାବରେ କାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।୨୬ ତାରିଖ ପାଇଁ ୪ ଜିଲ୍ଲାକୁ ପାଣିପାଗ ବିଭାଗର ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତିକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦୁଝର ପ୍ରଶାସନିକ ଅଧିକାରୀଙ୍କ ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଳକର ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ

କେନ୍ଦୁଝର ପ୍ରଶାସନିକ ଅଧିକାରୀଙ୍କ ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଳକର ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ

Read More...

ହୋମିଓପାଥି ଚିକିତ୍ସକ ଶିଶୁ ଡାକ୍ତର ସୋମନାଥଙ୍କ ପରଲୋକ : ଶୋକ ପ୍ରକାଶ କଲେ ବାଚସ୍ପତି

ହୋମିଓପାଥି ଚିକିତ୍ସକ ଶିଶୁ ଡାକ୍ତର ସୋମନାଥଙ୍କ ପରଲୋକ : ଶୋକ ପ୍ରକାଶ କଲେ ବାଚସ୍ପତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: