ଦେଶବ୍ୟାପୀ ସ୍କିମ୍ ଶ୍ରମିକଙ୍କ ଧର୍ମଘଟ ଆହ୍ଵାନରେ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ

September 24, 2021, ଓଡ଼ିଶା, ଗଞ୍ଜାମ, Kiran Behera
ଦେଶବ୍ୟାପୀ ସ୍କିମ୍ ଶ୍ରମିକଙ୍କ ଧର୍ମଘଟ ଆହ୍ଵାନରେ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ
Kiran Behera
[ Reporter,Digapahandi ]
Bhagyaprabha News Bureau
September 24, 2021

କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଆହ୍ଵାନରେ ସେପ୍ଟେମ୍ବର ୨୪ ତାରିଖରେ ଆୟୋଜିତ ହୋଇଥିବା ଦେଶବ୍ୟାପୀ ସ୍କିମ ଶ୍ରମିକଙ୍କ ଧର୍ମଘଟ ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସାନଖେମୁଣ୍ଡି ପ୍ରକଳ୍ପ ଏଆଇଟିୟୁସି ଅଧୀନ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପାଟପୁର ଗାନ୍ଧୀଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରୁ କର୍ମୀ ଓ ସହାୟିକାଙ୍କ ଏହି ପଦଯାତ୍ରା ବାହାରି ସାନଖେମୁଣ୍ଡି ବିଡ଼ିଓ , ତହସିଲଦାର ଏବଂ ଆଇସିଡିଏସ୍ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଅଛି । କର୍ମୀ ସଂଘ ସଭାନେତ୍ରୀ ମିତା କୁମାରୀ ମିଶ୍ର , ସମ୍ପାଦିକା ସୁଷମା ପ୍ରଧାନ , ବେଦମତି ରଥ , ରୀନା ପଟ୍ଟନାୟକ , ବନିତା କୁମାରୀ ରଥ ପ୍ରମୁଖ କର୍ମୀଙ୍କ ସହ ଏଆଇଟିୟୁସିର ସନ୍ତୋଷ କୁମାର ଜେନାଙ୍କ ମିଳିତ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ଓ ଗଣଧାରଣାରେ ନିୟୋଜିତ କର୍ମୀଙ୍କ ସାମାଜିକ ସୁରକ୍ଷା , ସର୍ବନିମ୍ନ ମଜୁରୀ ପ୍ରଦାନ କରିବା , ମୃତ୍ୟୁ କାଳୀନ ସହାୟତା ସହିତ ପେନସନ ଲାଗୁ କରାଯିବା , କାରୋନା ସମ୍ମୁଖ ଯୋଦ୍ଧା ହିସାବରେ ସରକାରୀ କର୍ମଚାରୀଙ୍କ ଭଳି ସୁବିଧା ପ୍ରଦାନ , ପଦବୀର ସୁରକ୍ଷା ପାଇଁ ସରକାରୀ ମାନ୍ୟତା , ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ କର୍ମୀଙ୍କ ପ୍ରତି କରାଯାଉଥିବା ଉଦ୍ଦେଶ୍ୟ ମୂଳକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ଆଦି ୧୫ ଦଫା ଦାବି ନେଇ ପ୍ରସ୍ତୁତ ଦାବୀପତ୍ରକୁ ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବା ସହିତ ସାନଖେମୁଣ୍ଡି ତହସିଲ ଓ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଦ୍ମନାଭପୁୁରରେ ପଞ୍ଚାୟତ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ

ପଦ୍ମନାଭପୁୁରରେ ପଞ୍ଚାୟତ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ

Read More...

ସାମାନ୍ୟ ବଚସାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ : ୨ ଭାଇ ଗିରଫ

ସାମାନ୍ୟ ବଚସାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ : ୨ ଭାଇ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: