ଅରୁନ୍ଧତୀ ଜୁଏଲର୍ସର ଫ୍ଲାଗସିପ୍‌ ସୋରୁମ୍‌ର ଶୁଭାରମ୍ଭ

September 24, 2021, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଅରୁନ୍ଧତୀ ଜୁଏଲର୍ସର ଫ୍ଲାଗସିପ୍‌ ସୋରୁମ୍‌ର ଶୁଭାରମ୍ଭ
Gouri Shankar Mishra
[ Video Journalist ]
Bhagyaprabha News Bureau
September 24, 2021

ବ୍ରହ୍ମପୁର ସହରରେ ଓଡିଶାର ପ୍ରମୁଖ ଗହଣା ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ ତାର ନୂତନ ଓ ଅତ୍ୟାଧୁନିକ ଫ୍ଲାଗସିପ ଗହଣା ସୋରୁମର ଶୁଭାରମ୍ଭ ହୋଇଯାଇଛି । ଅରୁନ୍ଧତୀ ଜୁଏଲର୍ସ ଦୀର୍ଘ ୨୧ ବର୍ଷ ଧରି ନିରନ୍ତର ଓ ନିଷ୍ଠାପର ଭାବେ ସୁନା ଗହଣା ମାନରେ ଶୁଦ୍ଧତା ଓ କାର୍ଯ୍ୟକାରିତା , ଆତ୍ମିୟତା ସହ ଗ୍ରହାକ ମାନଙ୍କୁ ସଠିକ ସେବା ଯୋଗାଇ ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ଓ ବିଶ୍ୱାସକୁ ବଜାୟ ରଖି ରାଜ୍ୟର ଏକ ପ୍ରତିଷ୍ଠିତ ସୁନା ଗହଣା ବ୍ରାଣ୍ଡ ଭାବରେ ମାନ୍ୟତା ପାଇଥିବା ସାମ୍ୱାଦିକ ସମ୍ମିଳନୀରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର କହିଛନ୍ତି । ସହରରେ ଅରୁନ୍ଧତୀର ନୂତନ ଓ ଅତ୍ୟାଧୁନିକ ଫ୍ଲାଗସିପ ସୋରୁମ ମଧ୍ୟରେ ସୁନା, ହୀରା , ସ୍ୱତନ୍ତ୍ର ରୁପେ ପ୍ରସ୍ତୁତ ରୂପା ଗହଣା ଓ କଳାକୃତି , ପ୍ରିମିୟମ ସୀଲକ ଶାଢୀର ସମ୍ଭାର ରଖାଯିବା ସହ ଅରୁନ୍ଧତୀ ଜ୍ୱେଲର୍ସ ତରଫରୁ ସର୍ବ ପ୍ରଥମ ବ୍ରାଣ୍ଡ ଭାବରେ ୫- ଷ୍ଟାର ପ୍ରମିସ ସେବା ମଧ୍ୟ ଯୋଗାଇ ଦିଆଯାଉଥିବା ଜଣାପଡିଛି । ଏହି ନୂତନ ସୋରୁମର ଶୁଭାରମ୍ଭ ଅବସରରେ ଆକର୍ଷଣୀୟ ଉପହାର ପ୍ରଦାନ କରାଯିବା ସହ ୨୧ ଜଣଙ୍କୁ ଲକ୍ଷପତି ବିଜେତା ହେବାର ଘୋଷଣା କରାଯାଉଅଛି । ଆଜିର ଏହି ସାମ୍ୱାଦିକ ସମ୍ମିଳନାରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର , ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର , ଅପରେସନ ହେଡ ୟନିଟ ନିହାର ରଞ୍ଜନ ନନ୍ଦ , ଜୋନାଲ ମ୍ୟାନେଜର ନିରଞ୍ଜନ ବେହେରା , ବ୍ରହ୍ମପୁର ବିଭାଗ ମୁଖ୍ୟ ମୋହନ ବାରିକ ଉପସ୍ଥିତ ଥିଲେ ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହ୍ୱାଇଟ୍ ହାଉସରେ ମୋଦି-ବାଇଡେନ୍ ଦ୍ୱିପାକ୍ଷିକ ଆଲୋଚନା

ହ୍ୱାଇଟ୍ ହାଉସରେ ମୋଦି-ବାଇଡେନ୍ ଦ୍ୱିପାକ୍ଷିକ ଆଲୋଚନା

Read More...

ପଦ୍ମନାଭପୁୁରରେ ପଞ୍ଚାୟତ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ

ପଦ୍ମନାଭପୁୁରରେ ପଞ୍ଚାୟତ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: