ଆହତ ଗାଈର ଚିକିତ୍ସା

September 25, 2021, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଆହତ ଗାଈର ଚିକିତ୍ସା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
September 25, 2021

ବ୍ରହ୍ମପୁର ଟାଟାବେଞ୍ଜ ଛକ ନିକଟ ଅନନ୍ତ ନଗର ୫ମ ଗଳିରେ ଆହତ ହୋଇ ପଡ଼ି ରହିଥିବା ଗାଈର ଚିକିତ୍ସା ବ୍ରହ୍ମପୁର ପଶୁ ଚିକିତ୍ସାଳୟ ତରଫରୁ କରାଯାଇଛି।ଖବରରୁ ପ୍ରକାଶ ଯେ, ଦୀର୍ଘ ଦିନ ହେବ କୌଣସି କାରଣରୁ ଆହତ ହୋଇ ଲାଞ୍ଜ କଟି ଗୁରୁତର ଆହତ ହୋଇ ଜନ୍ତ୍ରଣାରେ ଛାଟିପିଟି ହେଉଥିଲା ଗୋଟିଏ ଗାଈ।ଉକ୍ତ ଗାଈ ଟୀକୁ ଯେତେବେଳେ ପଶୁପ୍ରେମୀ ଲତା ଦାସ ଦେଖିବାକୁ ପାଇଲେ ସେ ଯଥାଶୀଘ୍ର ଯୁବ ସାମ୍ବାଦିକ ତଥା ସମାଜସେବୀ ରୁପେଶ କୁମାର ପଣ୍ଡା କୁ ଏ ସମ୍ପର୍କରେ ଜଣାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତ ରେ ରୂପେଶ ଘଟଣାସ୍ଥଳରେ ପହଞ୍ଚି ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଓ ସ୍ଥାନୀୟ ଅଞ୍ଚଳର ଲତା ଦାସ, ସୁସୁମା ସାହୁ, ଚନ୍ଦନ ଓମ୍ ପାଠି, ସମାଜସେବୀ ସୁନିଲ ପଟ୍ଟନାୟକ, ଅଜୁନ ଜେନା, ସଚିନ ପାଢ଼ୀ,ଯୀଶୁଖ୍ରୀଷ୍ଟ ପ୍ରଧାନଙ୍କ ଦ୍ଵାରା ଗାଇଟିର ଚିକିତ୍ସା ବ୍ୟବସ୍ଥା କରିଥିଲେ। ଉତ୍ତମ ଚିକିତ୍ସା ପାଇ ବର୍ତ୍ତମାନ ଗାଇଟି ସାମନ୍ୟ ସୁସ୍ଥ ଅନୁଭବ କରୁଛି।ପଶୁ ଚିକିତ୍ସାଳୟ ଓ ସାମ୍ଭାଦିକ ଏବଂ ସ୍ଥାନୀୟ ଅଞ୍ଚଳରେ ଯୁବକ ମାନଙ୍କ ସହାୟତା ଫଳରେ ଗୋଟିଏ ନିରୀହ ନିଷ୍ପାପ ପଶୁ ନୁତନ ଜୀବନ ପାଇଥିବାରୁ ଏହି ମହାନ କାର୍ଯ୍ୟକୁ ସାଧାରଣରେ ଉଛ ପ୍ରଶଂସା କରାଯାଇଛି। ଉକ୍ତ ଗାଈ ଟିର 7ଦିନ ର ଚୁଆ ଥିବାରୁ । ଲତା ଦାସ, ସାମ୍ବାଦିକ ରୁପେଶ ପଣ୍ଡା,ସାମ୍ବାଦିକ,ସୁନିଲ ପଟ୍ଟନାୟକ,ସମାଜସେବୀ ଅର୍ଜୁନ ଜେନା,ସଚିନ ପାଢ଼ୀ ଓ ସଞ୍ଜୟ ବିଷୋୟୀ ଉକ୍ତ ଗାଇ ଓ ବାଛୁରୀ ଟିର ରହିବା ପାଇଁ ଏକ ଗୁହାଳ ନିର୍ମାଣ କରିଥିଲେ। ଆଗାମୀ ଦିନରେ ଗାଈ ର ସମ୍ପୁର୍ଣ୍ଣ ଦାୟିତ୍ଵ ଲତା ଦାସ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଭାରତୀୟ ଜୀବନ ବୀମା ନିଗମର ପରିଚାଳନା ନିର୍ଦ୍ଦେଶକ ହେଲେ ବିଷ୍ଣୁ ଚରଣ ପଟ୍ଟନାୟକ

ଭାରତୀୟ ଜୀବନ ବୀମା ନିଗମର ପରିଚାଳନା ନିର୍ଦ୍ଦେଶକ ହେଲେ ବିଷ୍ଣୁ ଚରଣ ପଟ୍ଟନାୟକ

Read More...

ବାତ୍ୟାର ରୂପ ନେଲା 'ଗୁଲାବ'

ବାତ୍ୟାର ରୂପ ନେଲା 'ଗୁଲାବ'

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: