ସମ୍ଭାବ୍ୟ ବାତ୍ୟା ଗୁଲାବକୁ ନେଇ ଜିଲ୍ଲାପାଳଙ୍କ ତତ୍ପରତା : ଘୋଡ଼ାହାଡ଼ ଡ଼୍ୟାମ ସ୍ଥିତି ଅନୁଧ୍ୟାନ

September 26, 2021, ଓଡ଼ିଶା, ଗଞ୍ଜାମ, Kiran Behera
ସମ୍ଭାବ୍ୟ ବାତ୍ୟା ଗୁଲାବକୁ ନେଇ ଜିଲ୍ଲାପାଳଙ୍କ ତତ୍ପରତା :  ଘୋଡ଼ାହାଡ଼ ଡ଼୍ୟାମ ସ୍ଥିତି ଅନୁଧ୍ୟାନ
Kiran Behera
[ Reporter,Digapahandi ]
Bhagyaprabha News Bureau
September 26, 2021

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ ଗୁଲାବ ବାତ୍ୟାର ରୂପ ଧାରଣ କରିଥିବା ବେଳେ ରବିବାର ସକାଳୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଯାହାଫଳରେ ଡ଼୍ୟାମ ଓ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ ବ୍ଳକ ପ୍ରଶାସନିକ ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଏନେଇ ନଦୀ ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ସଜାଗ ରହିବା ପାଇଁ ସ୍ଥାନୀୟ ବ୍ଲକ ପ୍ରଶାସନ ମାଇକ ଦ୍ୱାରା ଗ୍ରାମକୁ ଗ୍ରାମ ଲୋକମାନଙ୍କୁ ସଚେତନ କରାଉଥିବା ଜଣାପଡିଛି । ଏହି ଅବସରରେ ରବିବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଭୀ . କିର୍ତ୍ତୀଭାସେନ ବାତ୍ୟାର ମୁକାବିଲା କାର୍ଯ୍ୟ ତଦାରଖ ପାଇଁ ଦିଗପହଣ୍ଡି ବ୍ଲକ ଗୋଲଣ୍ଡାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ । ଏହାପରେ ଖମ୍ବାରି ଗାଁ ରେ ଥିବା ଘୋଡାହଡ ଡ୍ୟାମରେ ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି । ବାତ୍ୟା ପ୍ରଭାବରେ ଦିଗପହଣ୍ଡି ଅଞ୍ଚଳରେ ସକାଳ ଠାରୁ ବର୍ଷା ଲାଗି ରହିଥିଲେ ମଧ୍ୟ ଅପରାହ୍ନ ସୁଦ୍ଧା ୩୮ ମିଲିମିଟର ବର୍ଷା ହୋଇଥିବା ଜଳସେଚନ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଦିଗପହଣ୍ଡି ବିଡିଓ ହଳଧର ଶବର , ଚିକିଟି ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ . ଦିଲିପ କୁମାର ଦାସ , ଘୋଡ଼ାହାଡ଼ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଗୋପାଳ ରାଓ , ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁଙ୍କ ସମେତ ଜଳସେଚନ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ତେବେ ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ରବିବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୧୧୩.୪୫ ମିଟରରେ ପହଞ୍ଚିଛିି । ଡ଼୍ୟାମ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ , ଡ଼୍ୟାମର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଯାହାଫଳରେ ଜଳସେଚନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଡ଼୍ୟାମ ଇଲାକାରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଆବଶ୍ୟକ ହେଲେ ଡ଼୍ୟାମର ସ୍ପିଲ ୱେ ଗେଟ୍ ଖୋଲା ଯାଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି । ବ୍ଲକର ଗୋଲଣ୍ଡା , ଭୀଷ୍ମଗିରି , ସହଦେବ ଟିକରପଡ଼ା , ଧାନ୍ୟରାଶି ପ୍ରଭୃତି ଗ୍ରାମ ମାନଙ୍କରେ ଥିବା ବାତ୍ୟା ଆଶ୍ରୟ ସ୍ଥଳ ସମେତ ସମସ୍ତ ପଞ୍ଚାୟତ ଅଧିନ ଗାଁ ମାନଙ୍କରେ ଥିବା ବିଦ୍ୟାଳୟ କୋଠା , ରାଜୀବ ଗାନ୍ଧୀ ସେବା କେନ୍ଦ୍ର , ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ସମୁଦାୟ ୬୨ଟି ଅସ୍ଥାୟୀ ବାତ୍ୟାଶ୍ରାୟ ସ୍ଥଳ ଖୋଲା ଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପରିଚାଳନା ପାଇଁ କର୍ମଚାରୀ ମାନଙ୍କୁ ଦାୟିତ୍ଵ ଦିଆଯାଇଛି । ରବିବାର ଅପରାହ୍ନ ସୁଦ୍ଧା ବିଭିନ୍ନ ଗ୍ରାମର କଚ୍ଚା ଘରେ ରହୁଥିବା ସମୁଦାୟ ୩୨୦ ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ମାନଙ୍କରେ ଥଇଥାନ କରାଯାଇଥିବା ବେଳେ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟ ପାଇଁ ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ସରପଞ୍ଚ , କାର୍ଯ୍ୟ ନିର୍ବାହୀ ଅଧିକାରୀ , ରାଜସ୍ବ ନିରୀକ୍ଷକ , ଶିକ୍ଷକ ମାନଙ୍କୁ ନେଇ ପ୍ରଶାସନ ପକ୍ଷରୁ ନିଯୁକ୍ତ ନୋଡାଲ ଅଧିକାରୀ ମାନେ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି । ଦିଗପହଣ୍ଡି ଅଗ୍ନିଶମ ବାହିନୀ ଏବଂ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ସରଞ୍ଜାମ ମହଜୁଦ ଥିବା ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇପିଏଲକୁ ନେଇ ଚାଲିଥିଲା ଟଙ୍କା ବାଜି : ୬ ଯୁବକଙ୍କୁ ଗିରଫ କଲା ପୋଲିସ

ଆଇପିଏଲକୁ ନେଇ ଚାଲିଥିଲା ଟଙ୍କା ବାଜି : ୬ ଯୁବକଙ୍କୁ ଗିରଫ କଲା ପୋଲିସ

Read More...

ଆସନ୍ତାକାଲି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ଆସନ୍ତାକାଲି ୧୧ ଜିଲ୍ଲାରେ ସ୍କୁଲ ଛୁଟି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: