ତାଲୁକ ଆଇନ ପକ୍ଷରୁ ପତାଣ୍ଡ ବିଦ୍ୟାଳୟରେ ସଚେତନତା ଶିବିର ଅନୁଷ୍ଠିତ

October 02, 2021, ଓଡ଼ିଶା, ଗଞ୍ଜାମ, Kiran Behera
ତାଲୁକ  ଆଇନ ପକ୍ଷରୁ ପତାଣ୍ଡ ବିଦ୍ୟାଳୟରେ ସଚେତନତା ଶିବିର ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
October 02, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ ଅନ୍ତର୍ଗତ ପତାଣ୍ଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ପବିତ୍ର ମହାତ୍ମାଗାନ୍ଧୀ ଜୟନ୍ତୀ ଅବସରରେ ଶନିବାର ଦିନ ତାଲୁକ ଆଇନ ସେବା କମିଟି ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ କମିଟି ଅଧ୍ଯକ୍ଷ ତଥା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ଅଧ୍ଯକ୍ଷତା କରିଥିଲେ। ସେହିଭଳି ଆଇନଜୀବି ରସାନନ୍ଦ ରାଉତ , ହରପ୍ରସାଦ ରଥ , ନକୁଳ ପ୍ରଧାନ , ବିଜୟ କୁମାର ପ୍ରଧାନ , ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ଯୋଗାଇ ଦିଆଯାଉଥିବା ମୁକ୍ତ ଆଇନ ସହାୟତା ବ୍ଯବସ୍ଥା , ନାଗରିକଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ , ଶିକ୍ଷା ଅଧିକାର ଆଇନ , ଶିଶୁ ସୁରକ୍ଷା ଆଇନ , ମହିଳା ସୁରକ୍ଷା ଆଇନ ଆଦି ଉପରେ ସଚେତନ କରାଯିବା ସହ ଜାତିର ଜନକ ମହାତ୍ମାଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଦେଶ ଗଠନରେ ଅବିସ୍ମରଣୀୟ ଅବଦାନ ନେଇ ଅତିଥି ବୃନ୍ଦ ଆଲୋକପାତ କରିଥିଲେ ।ପ୍ରାରମ୍ଭରେ ପ୍ରଧାନଶିକ୍ଷକ ଜୀବନ ନନ୍ଦ ସ୍ବାଗତ ଅଭିଭାଷଣ ଏବଂ ଶେଷରେ ବରିଷ୍ଠ ଶିକ୍ଷକ ସନାତନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କମିଟି ସଚିବ ସତ୍ୟ ନାରାୟଣ ପାଢ଼ୀ , କାଳିଆ ନାୟକ , ଶିକ୍ଷକ ସୁକାନ୍ତ କିଶୋର ସାହୁ , ପି. କୁନା ଦୋରା , ଶଙ୍କର ବେହେରା , ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ବେହେରା , ସାବନା ଦାଶ , ଅଙ୍ଗନବାଡି କର୍ମୀ ମମତାରାଣୀ ପଟ୍ଟନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାନ୍ ସଂଘ ର ୩୭ ତମ ପ୍ରତଷ୍ଠା ଦିବସ ପାଳିତ

ମହାନ୍ ସଂଘ ର ୩୭ ତମ ପ୍ରତଷ୍ଠା ଦିବସ ପାଳିତ

Read More...

ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଙ୍ଘର ଦ୍ବିତିୟ  ବୈଠକ

ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଙ୍ଘର ଦ୍ବିତିୟ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: