ପୋଲିସକୁ ଚକମା ଦେଇ ଖସିଗଲା ମୋଷ୍ଟ ୱାଣ୍ଟେଡ କୁନା : ବିଭିନ୍ନ ମାରଣାସ୍ତ୍ର ଜବତ

October 07, 2021, ଅପରାଧ, ଗଞ୍ଜାମ, Kiran Behera
ପୋଲିସକୁ ଚକମା ଦେଇ ଖସିଗଲା ମୋଷ୍ଟ ୱାଣ୍ଟେଡ କୁନା : ବିଭିନ୍ନ ମାରଣାସ୍ତ୍ର ଜବତ
Kiran Behera
[ Reporter,Digapahandi ]
Bhagyaprabha News Bureau
October 07, 2021

ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ମୋଷ୍ଟ ୱାଣ୍ଟେଡ ଜଙ୍ଗଲ ଦସ୍ୟୁ ଭାବେ ପରିଚିତ କୁଖ୍ୟାତ ଅପରାଧୀ କୁନା ବେହେରା ଓ ତାଙ୍କ ସହଯୋଗୀଙ୍କୁ ଧରିବା ପାଇଁ ଅପରସେନ ଚଳାଇଥିଲେ ମଧ୍ୟ ପୋଲିସକୁ ଚକମା ଦେଇ ଘଞ୍ଚ ଜଙ୍ଗଲରୁ ଖସି ପଳାଇବାରେ ସଫଳ ହୋଇପାରିଥିବା ଜଣାପଡିଛି । ତେବେ ପୋଲିସ ଘଟଣାସ୍ଥଳରୁ ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ କରିବାରେ ସକ୍ଷମ ହୋଇପାରିଛି । ଖବରନୁଯାୟୀ , ବ୍ରହ୍ମପୁର ପୋଲିସର ମୋଷ୍ଟ ୱାଣ୍ଟେଡ କୁନା ଏବଂ ତାଙ୍କ ସହଯୋଗୀ ମାନେ ଟାମଣା - ମହୁରୀ କାଳୁଆ - ଚଢେୟାଗରଦ ମଧ୍ୟବର୍ତ୍ତୀ ଦୁର୍ଗମ ରାମଗୁଡ଼ା ନିକଟସ୍ଥ କେରାଣ୍ଡିମାଳ ସଂରକ୍ଷିତ ଜଙ୍ଗଲର ପାହାଡ଼ରେ ଲୁଚିଥିବା ନେଇ ପୋଲିସକୁ ଖବର ମିଳିଥିଲା । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ରଙ୍କ ନେତୃତ୍ଵରେ ପୋଲିସର ସ୍ଵତନ୍ତ୍ର ଟାସ୍କ ଫୋର୍ସ ରାତିରେ ଦିଗପହଣ୍ଡି ଥାନାରେ ପହଞ୍ଚିଥିଲେ । ରାତି ପ୍ରାୟ ୧୦ ଟାରେ ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀଙ୍କ ସମେତ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା , ଗୋଳନ୍ଥରା ଥାନା , କେ. ନୂଆଗାଁ ଥାନା ଅଧିକାରୀଙ୍କ ସମେତ ବିଭିନ୍ନ ଥାନାରୁ ଆସିଥିବା ଅଧିକାରୀ ମାନେ ଅପରାଧୀକୁ ଧରିବା ପାଇଁ ଯାଇଥିଲେ । ତେବେ ଭୋର ପ୍ରାୟ ୪ ଟାରେ ଉକ୍ତ ସଂରକ୍ଷିତ ଜଙ୍ଗଲର ପାହାଡ଼ରେ ପୋଲିସ ଟିମର ପ୍ରମୁଖ ସଦସ୍ୟ ମାନେ କୁନା ବେହେରାଙ୍କ ଆଡ୍ଡାକୁ ଚିହ୍ନଟ କରିବାର ମୁହୂର୍ତ୍ତକ ମଧ୍ୟରେ କୁନା ଏବଂ ତାଙ୍କ ସହଯୋଗୀ ମାନେ ସୂଚନା ପାଇବା କ୍ଷଣି ପୋଲିସକୁ ଗାଳି ଗୁଲଜ କରି ପାହାଡ଼ ଖୋଲରେ ଲୁଚି ଅତର୍କିତ ଗୁଳିଚାଳନା ସହ ବାରମ୍ବାର ବୋମା ମାଡ଼ କରି ଖସି ଯାଇଥିଲେ । ପୋଲିସ ଉକ୍ତ ଆଡ୍ଡାରେ ଚଢାଉ କରି ୨ ଟି ବନ୍ଧୁକ , ୧୧ ଟି ଜୀବନ୍ତ ଗୁଳି , ୫ ଶହ ଟଙ୍କା ଥିବା ମନି ପର୍ଶ , ପକେଟ ଡାଇରୀ , ମୋବାଇଲ ଫୋନ , ହାତଘଣ୍ଟା , ୨ ଟି ନାଇଟ ଭିଜନ ଚାର୍ଜ ଲାଇଟ୍ ସମେତ ସେମାନଙ୍କ ବ୍ୟବହୃତ ବହୁ ସଂଖ୍ୟକ ସରଞ୍ଜାମ ଜବତ କରିଛନ୍ତି । ଆଡ୍ଡା ନିକଟରୁ ୫ ରାଉଣ୍ଡ ଖୋକା ସମେତ ଫୁଟିଥିବା ବୋମାର ଟୁକୁରା ପୋଲିସ ସଂଗ୍ରହ କରିଥିବା ସୂଚନା ମିଳିଛି । ଆଡ୍ଡାରେ ମହଜୁଦ ଥିବା ବହୁ ପରିମାଣର ଖାଦ୍ୟ , ପୋଷାକ , ମଶାରୀ , ପଲିଥିନ୍ ପାଲ ପ୍ରଭୃତି ସାମଗ୍ରୀକୁ ପୋଲିସ ଜାଳି ଦେଇଛନ୍ତି । ଏନେଇ ଦିଗପହଣ୍ଡି ଥାନା ମାମଲା ନଂ.୨୬୦/୨୧ ଦଫା - ୨୯୪/୩୫୩/ ୩୦୭/୩୪ ଆଇ ପି ସି ସମେତ ୨୫/୨୭ ଆର୍ମସ ଆକ୍ଟ୍ ଏବଂ ବିସ୍ଫୋରକ ନିୟନ୍ତ୍ରଣ ଆଇନର ଧାରା ୪ ଓ ୫ ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରାଯାଇଛି । ଅଭିଯୁକ୍ତ କୁନାଙ୍କ ନାଁ ରେ ଦିଗପହଣ୍ଡି , ଚିକିଟି , ଗୋଳନ୍ଥରା , ବ୍ରହ୍ମପୁର ସଦର ଥାନା ମାନଙ୍କରେ ହତ୍ୟା ଉଦ୍ୟମ , ଛିନ୍ ତାଇ , ଡକାୟତି , ରାହାଜାନୀ , ଦାଦାବଟି ଆଦାୟ ପାଇଁ ଧମକ ପ୍ରଭୃତି ୨୫ ରୁ ଉର୍ଦ୍ଧ୍ବ ସଙ୍ଗୀନ ମାମଲା ରହିଥିବା ଚିକିଟି ଏସ ଡି ପି ଓ କୃଷ୍ଣଚନ୍ଦ୍ର ଭତ୍ରା କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାୟଗଡା ଜିଲ୍ଲାର ବିକାଶରେ ସହଭାଗିତା ଜେ.କେ କାଗଜ କଳ

ରାୟଗଡା ଜିଲ୍ଲାର ବିକାଶରେ ସହଭାଗିତା ଜେ.କେ କାଗଜ କଳ

Read More...

ଆଙ୍କୋରଡା ପଞ୍ଚାୟତରେ ବିକାଶମୂଳକ ପ୍ରକଳ୍ପ ଉଦ୍ଘାଟନ କଲେ ବାଚସ୍ପତି

ଆଙ୍କୋରଡା ପଞ୍ଚାୟତରେ ବିକାଶମୂଳକ ପ୍ରକଳ୍ପ ଉଦ୍ଘାଟନ କଲେ ବାଚସ୍ପତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: