ଘୋଡ଼ାହାଡ଼ ନଦୀ ତଟବର୍ତ୍ତୀ ଗ୍ରାମକୁ ସତର୍କ କରାଇଲା ଜଳସେଚନ ବିଭାଗ

October 16, 2021, ବିଶେଷ, ଗଞ୍ଜାମ, Kiran Behera
ଘୋଡ଼ାହାଡ଼ ନଦୀ ତଟବର୍ତ୍ତୀ ଗ୍ରାମକୁ ସତର୍କ କରାଇଲା ଜଳସେଚନ ବିଭାଗ
Kiran Behera
[ Reporter,Digapahandi ]
Bhagyaprabha News Bureau
October 16, 2021

ଗତ ଦୁଇଦିନ ଧରି ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପଜନିତ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବା ବେଳେ ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପଡିଥିବା ଜଣାପଡିଛି । ତେବେ ଆଗକୁ ବର୍ଷାର ପରିମାଣ ବଢିବା ସହ ଘୋଡାହଡ ଡ୍ୟାମର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଦିଗପହଣ୍ଡି ବ୍ଳକ ଖମ୍ବାରି ଗାଁ ନିକଟସ୍ଥ ଘୋଡ଼ାହାଡ଼ ଡ଼୍ୟାମରୁ ଯେକୌଣସି ମୁହୂର୍ତ୍ତରେ ଜଳ ଛଡାଯିବ ବୋଲି ସ୍ଥାନୀୟ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ଏ. ଗୋପାଳ ରାଓ ସତର୍କ ସୂଚନା ଜାରି କରିଛନ୍ତି । ତେଣୁ ଏହି ସମୟରେ ଘୋଡାହଡ ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ନଦୀ ଗର୍ଭକୁ ନ ଯିବା ପାଇଁ ବାରଣ କରିଛନ୍ତି । ଡ଼୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ଶନିବାର ସନ୍ଧ୍ୟା ସୁଦ୍ଧା ଡ଼୍ୟାମରେ ଜଳ ପତ୍ତନ ୧୧୪.୮୦ ମିଟର ଥିବା ଜଳସେଚନ ବିଭାଗ ପକ୍ଷରୁ କହିଛନ୍ତି। ରାଜ୍ୟ ଜଳସମ୍ପଦ ବିଭାଗର ନିର୍ଦ୍ଦେଶ କ୍ରମେ ଡ଼୍ୟାମରୁ ସ୍ଲୁଇସ୍ ଗେଟ୍ ଖୋଲା ଯାଇ ନଦୀକୁ ଜଳ ଛଡ଼ାଯିବ ବୋଲି ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ : ୭୧ ୟୁନିଟ ରକ୍ତ ସଂଗ୍ରହ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ : ୭୧ ୟୁନିଟ ରକ୍ତ ସଂଗ୍ରହ

Read More...

ଅସ୍ଥାୟୀ ପୀଠରେ ଦିଗପହଣ୍ଡି ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ

ଅସ୍ଥାୟୀ ପୀଠରେ ଦିଗପହଣ୍ଡି ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: