ଭୋଜିଖାଇ ଫେରୁଥିବା ବେଳେ ଯୁବକଙ୍କୁ ଆକ୍ରମଣ ମାମଲା : ଅଭିଯୁକ୍ତ ଗିରଫ

October 26, 2021, ଅପରାଧ, ଗଞ୍ଜାମ, Kiran Behera
ଭୋଜିଖାଇ ଫେରୁଥିବା ବେଳେ ଯୁବକଙ୍କୁ ଆକ୍ରମଣ ମାମଲା : ଅଭିଯୁକ୍ତ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
October 26, 2021

ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅର୍ନ୍ତଗତ ଗୁମା ଗ୍ରାମରୁ ରାଇପୁର ଗ୍ରାମର ଅମିୟ କୁମାର ପାଢ଼ୀ ଭୋଜିଖାଇ ଫେରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ମାମଲାରେ ମଙ୍ଗଳବାର ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ହେଲେ ବୁଢାଢେପ ଗ୍ରାମର କୃଷ୍ଣଚନ୍ଦ୍ର ପାଇକ ବୋଲି ସୂଚନା ମିଳିଛି । ଖବରନୁଯାୟୀ , ଗତ ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ ଅମିୟ ନିଜ ୨ ଝିଆରୀଙ୍କୁ ନେଇ ନିକଟସ୍ଥ ଗ୍ରାମ ଗୁମାକୁ ଭୋଜି ଖାଇବାକୁ ଯାଇଥିଲେ । ଏହାପରେ ଗ୍ରାମକୁ ଫେରିବା ସମୟରେ ବୁଢ଼ାଢେପ ଗ୍ରାମ ନିକଟସ୍ଥ କେନାଲ ନିକଟରେ ଅଭିଯୁକ୍ତ ସମେତ ତାଙ୍କ ଭାଇ ରାମଚନ୍ଦ୍ର ହାତରେ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ନିର୍ଦ୍ଦୟ ଭାବେ ୨ ଜଣ ଝିଆରୀଙ୍କୁ କେନାଲକୁ ଫୋପାଡି ଦେଇଥିବା ତାଙ୍କ ଭାଇ ଦେବାଶିଷ ଏତଲାରେ ଉଲ୍ଲେଖ କରିଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ କହିଛନ୍ତି । ଆହାତ ଅମିୟଙ୍କୁ ପ୍ରଥମେ ଦିଗପହଣ୍ଡି ବ୍ଲକ ବମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେହିପରି ଅମିୟଙ୍କ ସାଙ୍ଗରେ ଥିବା କବି ପାଇକଙ୍କୁ ମଧ୍ୟ ୨ ଭାଇ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଥାନା ଅଧିକାରୀ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି । ଏତଲାକୁ ଭିତ୍ତି କରି ଥାନା ମାମଲା ନଂ.୨୧୬/୨୧ ଦଫା - ୩୦୭/ ୩୨୪/୩୪୧/୫୦୬/୩୪ ଆଇ ପି ସି ଅନୁସାରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଦିଗପହଣ୍ଡି ଉପ କାରାଗାରକୁ ପଠାଇ ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାୟକଙ୍କ ଦ୍ବାରା ଉଦଘାଟନ ବସୁଧା ଯୋଜନା ପ୍ରକଳ୍ପକୁ ବନ୍ଦ କଲା ପ୍ରଶାସନ

ବିଧାୟକଙ୍କ ଦ୍ବାରା ଉଦଘାଟନ ବସୁଧା ଯୋଜନା ପ୍ରକଳ୍ପକୁ ବନ୍ଦ କଲା ପ୍ରଶାସନ

Read More...

ନାବାର୍ଡ ତରଫରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆଯାଉଥିବା ଏଲଇଡିପି ପ୍ରଶିକ୍ଷଣ ଉଦଯାପିତ

ନାବାର୍ଡ ତରଫରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆଯାଉଥିବା ଏଲଇଡିପି ପ୍ରଶିକ୍ଷଣ ଉଦଯାପିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: