ସିପିଆଇଏମର ପଞ୍ଚଦଶ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଉଦଘାଟିତ

October 27, 2021, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ସିପିଆଇଏମର ପଞ୍ଚଦଶ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଉଦଘାଟିତ
Gouri Shankar Mishra
[ Video Journalist ]
Bhagyaprabha News Bureau
October 27, 2021

ସିପିଆଇ(ଏମ )ର ପଞ୍ଚଦଶ ଜିଲ୍ଲା ସମ୍ମିଳନୀ ଆଜି ଅର୍ଥାତ ଦିବା ୧୧ ଘଣ୍ଟା ବେଳେ ବ୍ରହ୍ମପୁର ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ମହାସମାରୋହ ଓ ଉଦ୍ଦୀପନା ମଧ୍ୟ ଦେଇ ଉଦଘାଟିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ ପାର୍ଟିର ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ଏବଂ ପରେ ସହୀଦ ବେଦିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।ସମ୍ମିଳନୀ କୁ ଆନୁଷ୍ଠାନିକ ଭାବେଦଳର ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ଉଦଘାଟନ କରି ଦେଶ ତଥା ରାଜ୍ୟ ର ସାମ୍ପ୍ରତିକ ରାଜନୈତିକ, ଆର୍ଥିକ ପରିସ୍ଥିତି ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ବିଜେପି ସରକାର ର କୃଷକ ତଥା ଜନ ବିରୋଧୀ ନୀତି କୁ ତୀବ୍ର ସମାଲୋଚନା କରି ଥିଲେ । କେନ୍ଦ୍ର ସରକାରର ପେଟ୍ରୋଲିଅମ ଜାତ ପଦାର୍ଥ ସମେତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ର ଆକାଶ ଛୁଆଁ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ବୋଲି ସେ ଅଭିଯୋଗ କରିଥିଲେ । ସରକାର ସମସ୍ତଙ୍କୁ ମାଗଣା ରେ କରୋନା ଟୀକା ଦେବାରେ ସମ୍ପୂର୍ଣ ବ୍ୟର୍ଥ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଏଣୁ ଆଗାମୀ ଦିନରେ ଜନସାଧାରଣ ଙ୍କ ଜୀବନ ଜୀବିକା ର ସୁରକ୍ଷା ପାଈଁ, ଦରବୃଦ୍ଧି, ବେକାରୀ, ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଏବଂ ସାମ୍ପ୍ରଦାୟିକତାବାଦ ବିରୁଦ୍ଧରେ ଜନ ଆନ୍ଦୋଳନ ଗଢ଼ି ତୋଳି ବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର, କୈଳାସ ଷଡ଼ଙ୍ଗୀ, ରାମଚନ୍ଦ୍ର ନାୟକ, ବିଦ୍ୟାଧର ଜେନା, ପି ହରିକୃଷ୍ଣ ରେଡ଼ି, ବସନ୍ତ ନନ୍ଦ, ଯୁଧିଷ୍ଠିର ବେହେରା, ଦିଲ୍ଲୀପ ଛୋଟରାୟ, ଉର୍ମିଳା ଜେନା, ସତ୍ୟ ମଣ୍ଡଳ, ଵାପିନୀ ନାୟକପ୍ରମୁଖ ମଂଚାସୀନ ଥିଲେ ଏବଂ ସିପି ଆଇ ର ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ସମ୍ମିଳନୀ କୁ ଶୁଭେଚ୍ଛା ଜଣାଇ ବକ୍ତବ୍ୟ ଦେଇଥିଲେ. ପାର୍ଟି ର ବୟୋଜ୍ୟେଷ୍ଟ ନେତା ରାମପ୍ରସାଦ ମହାରଣା ଏବଂ ସୁଦର୍ଶନ ଭୂୟାଁ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟ ସ୍ତରୀୟ ପେନକାକ ସିଲଟରେ ଭାଗ ନେବାକୁ ଗଞ୍ଜାମ ଖେଳାଳିଙ୍କ ବରଗଡ ଗ୍ରସ୍ତ

ରାଜ୍ୟ ସ୍ତରୀୟ ପେନକାକ ସିଲଟରେ ଭାଗ ନେବାକୁ ଗଞ୍ଜାମ ଖେଳାଳିଙ୍କ ବରଗଡ ଗ୍ରସ୍ତ

Read More...

ହାତି ଦାନ୍ତ ଜବତ, ଜଣେ ବ୍ୟବସାୟୀ ଗିରଫ

ହାତି ଦାନ୍ତ ଜବତ, ଜଣେ ବ୍ୟବସାୟୀ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: