ଜନ ସାଧାରଣ ହିଁ ଦୁର୍ନିତୀ ନିବାରଣ କରିପାରିବେ

November 01, 2021, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଜନ ସାଧାରଣ ହିଁ ଦୁର୍ନିତୀ ନିବାରଣ କରିପାରିବେ
Gouri Shankar Mishra
[ Video Journalist ]
Bhagyaprabha News Bureau
November 01, 2021

ଭାରତ ବର୍ଷ ରେ ଦୁର୍ନୀତିର ଚେର ଏତେ ଗଭୀର ତଳକୁ ଚାଲିଯାଇଛି ତାର ମୁଲୁତ୍ପାଟନ କରିବା ନିମନ୍ତେ ଜନସାଧାରଣ ଆଗେଇ ଆସିଲେ ହିଁ। ଏହା ସଫଳ ହୋଇ ପାରିବ । ଏଣୁ ବିଭିନ୍ନ ସଂଗଠନ, ସମାଜ ସେବୀ ମିଳିମିଶି ଆଗେଇ ଆସି ଜନ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଆଜି ବ୍ରହ୍ମପୂର୍ ସର୍କିଟ ହାଉସ ସମ୍ମିଳନୀ ପ୍ରକୋଷ୍ଠ ରେ ମହାନ୍ ସଂଘ ଓ ରୋଟାରୀ କ୍ଲବ ବ୍ରହମ୍ପୁର ମିଡ ଟାଉନ୍ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଦୁର୍ନିତୀ ନିବାରଣ ରେ ସମାଜର ଭୂମିକା ଶୀର୍ଷକ ଆଲୋଚନାଚକ୍ର ରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଉଭୟ ଅନୁଷ୍ଠାନ ର ସଭାପତି ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ଦୁର୍ନିତୀ ନିବାରଣ ବିଭାଗର ଡି ଏ ସ ପି ଶ୍ରୀ ଶରତ ଚନ୍ଦ୍ର ସାହୁ ଯୋଗ ଦେଇ ଦୁର୍ନିତୀ ନିବାରଣ ବିଭାଗ କୁ ଜନସାଧାରଣ ସହୋଜଗ କରିବାକୁ ଆଗେଇ ଆସିବା ଉଚିତ ଓ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ର ଦକ୍ଷିଣ ଓଡିଶା ପରିଚାଳକ ଶ୍ରୀ ଅମ୍ବିକା ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୁର୍ନିତୀ ନିବାରଣ ପାଇଁ ପ୍ରଚେଷ୍ଟା ଆବଶ୍ୟକ, ଏଥି ନିମନ୍ତେ ସବୁ ସ୍ତରରେ ସଂଗ୍ରାମ ଆବଶ୍ୟକ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ଵ ତଥା ସକାଳ ର ଦକ୍ଷିଣ ଓଡିଶା ପରିଚାଳକ ଡ ଜଗନ୍ ମୋହନ ମହାପତ୍ର ଯୋଗଦେଇ ଦୁର୍ନୀତି ନିବାରଣ ରେ ଗଣ ମାଧ୍ୟମ ର ଭୂମିକା ଗୁରୁତ ପୂର୍ଣ୍ଣ। ପ୍ରତ୍ୟକ୍ ନାଗରିକ ସଜାଗ ହେଲେ ଦୁର୍ନିତୀ ନିବାରଣ କରିହେବ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶ୍ରୀ ସୁଧୀର ସାବତ, ପ୍ରଦୀପ କୁମାର ପଣ୍ଡା, ଡ ସାଗର ତ୍ରିପାଠୀ, ପି ବୁଚି ବାବୁ, ଶ୍ରୀମତୀ ସବିତା ସାହୁକାର, ଶ୍ରୀମତୀ ନଳିନୀ ସାହୁ, ଶ୍ରୀ ବାସୁଦେବ ସାହୁକାର, ପ୍ରଣବ ପଣ୍ଡା, ପ୍ରଭାକର ରାଓ, ସଞ୍ଜୟ ମାଝୀ, ଅମିତା ସାହୁ, ନମିତା ପାତ୍ର, ସିମ।ଞ୍ଚଲ୍ ପାଣିଗ୍ରାହୀ, ପ୍ରକାଶ ବାଜନୀ, ପ୍ରୋମଦ ମହାରଣା ପ୍ରମୁଖ ଅଂଶଗ୍ରକରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀ ହରି ପ୍ରସାଦ ମାଲନ। ପରିଚାନା କରିଥିବାବେଳ ରୋଟାରୀ ସମ୍ପାଦକ ଶ୍ରୀ ସଞ୍ଜୟ ସାବତ ଧନ୍ୟବାଦ୍ ପ୍ରଦାନ୍ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମନ୍ବୟ ମେଳାରେ ବାଚସ୍ପତି : ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ

ସମନ୍ବୟ ମେଳାରେ ବାଚସ୍ପତି : ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ

Read More...

ଇଂଟରନ୍ୟାସନାଲ ଡିଷ୍ଟ୍ରିକ୍ ୩୨୨ ସି୪ ର ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ  ଅନୁଷ୍ଠିତ

ଇଂଟରନ୍ୟାସନାଲ ଡିଷ୍ଟ୍ରିକ୍ ୩୨୨ ସି୪ ର ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: