ସାନଖେମୁଣ୍ଡି ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

November 16, 2021, ଓଡ଼ିଶା, ଗଞ୍ଜାମ, Kiran Behera
ସାନଖେମୁଣ୍ଡି ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
Kiran Behera
[ Reporter,Digapahandi ]
Bhagyaprabha News Bureau
November 16, 2021

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପ୍ରେସ କ୍ଳବ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି । ପ୍ରେସ କ୍ଳବ ସଭାପତି ବିନାୟକ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦିବସରେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ସାନଖେମୁଣ୍ଡି ସାହିତ୍ୟ ସଂସଦ ସଭାପତି ରାମଚନ୍ଦ୍ର ସାହୁ , ସମାଜସେବୀ ମୁକୁନ୍ଦ ଚନ୍ଦ୍ର ବରାଡ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ପରିପ୍ରେକ୍ଷୀରେ ସାଂପ୍ରତିକ ସ୍ଥିତି ଓ ଗଣମାଧ୍ୟମ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ବିଷୟରେ ଆଲୋକପାତ କରାଯାଇଥିଲା । ସାମ୍ବାଦିକ ସତ୍ୟନାରାୟଣ ପାଢ଼ୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କାଳୁ ଚରଣ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହ ଆୟୋଜିତ କାର୍ଯ୍ୟକ୍ରମରେ ଆଗାମୀ ବର୍ଷ ନିମନ୍ତେ ନୂତନ କମିଟି ଗଠନ କରାଯାଇଥିବା ସହ ସଭାପତି ରୂପେ ପୂର୍ବଭଳି ବିନାୟକ ଦାଶଙ୍କୁ ମନୋନୀତ କରାଯାଇଥିଲା । ସେହିପରି ସମ୍ପାଦକ ଭାବେ ସତ୍ୟନାରାୟଣ ପାଢ଼ୀ , କୋଷାଧ୍ୟକ୍ଷ ଭାବେ କାଳୁଚରଣ ନାହକଙ୍କୁ ସର୍ବସମ୍ମତ କ୍ରମେ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଳବ ସଦସ୍ୟ କେ. ନାଗେଶୁ ରେଡ୍ଡୀ , ଜଗନାଥ ପାଣିଗ୍ରାହୀ , ପ୍ରଫୁଲ୍ଲ ସାବତ , ବାରାନିଧି ପାତ୍ର , ଅଶୋକ କୁମାର ସାହୁ , ଦ୍ବାରିକା ନାଥ ତ୍ରିପାଠୀ , ଶଙ୍କର ସ୍ୱାଇଁ , ବିଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍କୁଲ ରୁପାନ୍ତରିକରଣର ଚତୁର୍ଥ ଦିବସରେ ୧୩୦ଟି ସ୍ମାର୍ଟ ସ୍କୁଲ ଲୋକାର୍ପିତ

ସ୍କୁଲ ରୁପାନ୍ତରିକରଣର ଚତୁର୍ଥ ଦିବସରେ ୧୩୦ଟି ସ୍ମାର୍ଟ ସ୍କୁଲ ଲୋକାର୍ପିତ

Read More...

ମହାମାରୀ ସମୟରେ ଗଞ୍ଜାମର ସାମ୍ବାଦିକ କାର୍ଯ୍ୟ ଉଚ୍ଚ ପ୍ରଶଂସନୀୟ -ଜିଲ୍ଲାପାଳ

ମହାମାରୀ ସମୟରେ ଗଞ୍ଜାମର ସାମ୍ବାଦିକ କାର୍ଯ୍ୟ ଉଚ୍ଚ ପ୍ରଶଂସନୀୟ -ଜିଲ୍ଲାପାଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: