ଲଘୁଚାପଜନିତ ବର୍ଷାଜଳ ନିଷ୍କାସନ ଓ ଡ୍ରେନଜ ମରାମତି ଦାବିରେ ବ୍ଳକ ଘେରାଉ

November 19, 2021, ଓଡ଼ିଶା, ଗଞ୍ଜାମ, Kiran Behera
ଲଘୁଚାପଜନିତ ବର୍ଷାଜଳ ନିଷ୍କାସନ ଓ ଡ୍ରେନଜ ମରାମତି ଦାବିରେ ବ୍ଳକ ଘେରାଉ
Kiran Behera
[ Reporter,Digapahandi ]
Bhagyaprabha News Bureau
November 19, 2021

ଗତ କିଛିଦିନ ତଳେ ଲଘୁଚାପଜନିତ ବର୍ଷା ପ୍ରଭାବରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚୌଧୁରୀ . ଟିକରପଡା ଗଣିଆ ସାହିରେ ବର୍ଷା ଜଳ ଜମିବା ଫଳରେ ତାହାର ନିଷ୍କାସନ ଓ ଡ୍ରେନଜ ମରାମତି ଦାବିରେ ଗୁରୁବାର ପୂର୍ବାହ୍ନରେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ । ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଲଘୁଚାପଜନିତ ବର୍ଷା ଛାଡି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଗଣିଆସାହିରେ ପାଣି ଜମି ରହିଛି । ଯାହାଫଳରେ ସାହି ବାସିନ୍ଦା ଲୋକମାନେ ସାପ ଭୟରେ ଗୃହପାଳିତ ପଶୁ ରଖିପାରୁନଥିବା ବେଳେ ସେମାନେ ମଧ୍ୟ ସେଠାକୁ ଯାଇପାରୁନଥିବା ଅଭିଯୋଗ କରିଛନ୍ତି । ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ଆଜି ବିଜେପି ନେତା ଇଂ . ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ରଘୁନାଥ ସାମନ୍ତରାଏ ପ୍ରମୁଖ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ଶ୍ରୀ ଶବରଙ୍କୁ ସମସ୍ଯା ସମ୍ପର୍କରେ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ ଗ୍ରାମରେ ଡ୍ରେନଜ ବ୍ୟବସ୍ଥା କରାଗଲେ ଜଳ ନିଷ୍କାସନ ସୁବିଧାରେ ହୋଇପାରିବ ବୋଲି କହିଥିଲେ । ଆଗାମୀ ଦିନରେ ଏହାକୁ ପ୍ରଶାସନ ଦୃଷ୍ଟି ନ ଦିଏ ତେବେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ମୁନ ରଖି ଲୁଟ ଉଦ୍ୟମ , ଅଫୁଟା ଗୁଳି ଜବତ

ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ମୁନ ରଖି ଲୁଟ ଉଦ୍ୟମ , ଅଫୁଟା ଗୁଳି ଜବତ

Read More...

ପାଟପୁର ପୋଲିସ ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟପୁର ପୋଲିସ ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: