ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ' ଦ୍ବାରା ପ୍ରଶଂସିତ ବାଳକ ସାତ୍ତ୍ୱିକ

November 19, 2021, ଦେଶଦୁନିଆ, ଗଞ୍ଜାମ, Kiran Behera
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ' ଦ୍ବାରା ପ୍ରଶଂସିତ ବାଳକ ସାତ୍ତ୍ୱିକ
Kiran Behera
[ Reporter,Digapahandi ]
Bhagyaprabha News Bureau
November 19, 2021

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ଦ୍ବାରା ଅନଲାଇନ ଯୋଗେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରତ୍ୟେକ ପ୍ରଶ୍ନର ନିର୍ଭୁଲ ଉତ୍ତର ରଖି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଫାସିଗୁଡା ନୂଆସାହିର ତିନିବର୍ଷ ବୟସର ବିସ୍ମୟ ବାଳକ ସାତ୍ତ୍ୱିକ ବିଷୋୟୀ ନିଜର ଦକ୍ଷତା ପାଇଁ ପ୍ରସଂଶିତ ହୋଇଥିବା ଜଣାପଡିଛି । କାଳୁଚରଣ ବିଷୋୟୀ ଏବଂ ସଶ୍ମିତା ପ୍ରଧାନଙ୍କ ସନ୍ତାନ ସାତ୍ତ୍ୱିକ ପ୍ରଖର ଧୀ'ସମ୍ପନ୍ନ ହୋଇଥିବାରୁ ନୀମିଷକ ମଧ୍ୟରେ ବିଭିନ୍ନ ପ୍ରଶ୍ନର ଉତ୍ତର ନିର୍ଭୁଲ ଭାବେ ଦେଇ ସାତ୍ତ୍ୱିକ ଭାରତର ପଡୋଶୀ ଦେଶ ମାନଙ୍କର ନାମ , ଭାରତର ରାଜ୍ୟ ଓ ରାଜଧାନୀ , ୧୭ ଗୋଟି ଜାତୀୟ ପ୍ରତୀକ , ଓଡିଶାର ୩୦ ଗୋଟି ଜିଲ୍ଲାର ନାାମ , ଜାତୀୟ ସଂଗୀତ , ଭାରତର ସ୍ବାଧୀନତା ସଂଗ୍ରାମୀଙ୍କ ନାମ ଏବଂ ଅନ୍ୟ ୬୯ ଗୋଟି ସାଧାରଣ ଜ୍ଞାନ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇଥିଲେ ।ଭିଏତନାମର ଏପିଆର ଦ୍ଵାରା ସହବନ୍ଧିତ ଏବଂ ଭାରତ ସରକାରଙ୍କ ଦ୍ବାରା ପଞ୍ଜିକୃତ ଏହି ସଂସ୍ଥାର ମୂଖ୍ଯ ସମ୍ପାଦକ ଡ.ବିଶ୍ବରୂପ ରାୟ ଚୌଧୁରୀ ସାତ୍ତ୍ୱିକଙ୍କ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରି ଏକ ପ୍ରଶଂସାପତ୍ର ପ୍ରେରଣ କରିବା ସହ ମେଡାଲ ଏବଂ ଅନ୍ୟ ପୁରସ୍କାର ମଧ୍ୟ ପ୍ରେରଣ କରିଛନ୍ତି ।ଏହା ଜଣା ପଡିବା ପରେ ସାତ୍ତ୍ୱିକଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିବା ସହ ସାତ୍ତ୍ୱିକଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମିବା ଆରମ୍ଭ ହୋଇଯାଇଛିି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀଶ୍ରୀଶ୍ରୀ ଲଷ୍ମୀନୃସିଂହ ମହା ପ୍ରଭୁଙ୍କୁ ୧ ଲକ୍ଷ ୫ ହଜାର ତୁଳସୀ ଅର୍ପଣ

ଶ୍ରୀଶ୍ରୀଶ୍ରୀ ଲଷ୍ମୀନୃସିଂହ ମହା ପ୍ରଭୁଙ୍କୁ ୧ ଲକ୍ଷ ୫ ହଜାର ତୁଳସୀ ଅର୍ପଣ

Read More...

ଆଡଭାନ୍ସ କଂପ୍ୟୁଟର ପକ୍ଷରୁ ଆଲୋଚନା ଚକ୍ର

ଆଡଭାନ୍ସ କଂପ୍ୟୁଟର ପକ୍ଷରୁ ଆଲୋଚନା ଚକ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: