ଗଛକୁ ଧକ୍କା ଦେଲା ଗ୍ୟାସ୍ ବୋଝେଇ ଟ୍ରକ୍ : ଚାଳକ ଆହତ

November 22, 2021, ଅପରାଧ, ଗଞ୍ଜାମ, Kiran Behera
ଗଛକୁ ଧକ୍କା ଦେଲା ଗ୍ୟାସ୍ ବୋଝେଇ ଟ୍ରକ୍ : ଚାଳକ ଆହତ
Kiran Behera
[ Reporter,Digapahandi ]
Bhagyaprabha News Bureau
November 22, 2021

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସାନଖେମୁଣ୍ଡି ବ୍ଲକ ଅଧିନସ୍ଥ ତପ୍ତପାଣି ଘାଟି ମୁଖ୍ୟ ରାସ୍ତା ପାର୍ଶ୍ବରେ ଏକ ବିରାଟ ଗଛକୁ ସୋମବାର ବଡ଼ି ଭୋରରୁ ଏକ ଗ୍ୟାସ୍ ବୋଝେଇ ଟ୍ରକ ଧକ୍କା ଦେଇଥିବା ବେଳେ ଏଥିରେ ଚାଳକ ଆହତ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ , ଗଜପତି ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ( ଓଡି୦୨ ଏୱାଇ ୩୩୯୧ ) ଗ୍ଯାସ ବୋଝେଇ ଟ୍ରକଟିର ବ୍ରେକ୍ ଫେଲ୍ ଯୋଗୁଁ ଚାଳକ ଜଣକ ନିଜ ବୁଦ୍ଧି ଖଟାଇ ରାସ୍ତା ପାର୍ଶ୍ବରେ ଥିବା ଗଛକୁ ବାଡେଇ ଦେଇଥିବା ଜଣାପଡିଛି । ତେବେ ଏଥିରେ ଡ୍ରାଇଭରକୁ ସାମାନ୍ୟ ଆଘାତ ଲାଗିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବା ସୂଚନା ମିଳିଛି । ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣା ପଡ଼ିଛି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଛଜାଲରୁ ଉଦ୍ଧାର ହେଲା ୮ ଫୁଟ ଲମ୍ବ ଅଜଗର

ମାଛଜାଲରୁ ଉଦ୍ଧାର ହେଲା ୮ ଫୁଟ ଲମ୍ବ ଅଜଗର

Read More...

ଶ୍ରଦ୍ଧାଳୁଙ୍କ ସମାଗମରେ ଏକାଦଶ ରୁଦ୍ର ମହାଯଜ୍ଞ କଳସ ଯାତ୍ରା ଅନୁଷ୍ଠିତ

ଶ୍ରଦ୍ଧାଳୁଙ୍କ ସମାଗମରେ ଏକାଦଶ ରୁଦ୍ର ମହାଯଜ୍ଞ କଳସ ଯାତ୍ରା ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: