କୃଷକ ଆନ୍ଦୋଳନର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

November 26, 2021, ଓଡ଼ିଶା, ଗଞ୍ଜାମ, Kiran Behera
କୃଷକ ଆନ୍ଦୋଳନର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସଭା କାର୍ଯ୍ୟକ୍ରମ ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
November 26, 2021

କେନ୍ଦ୍ର ସରକାରଙ୍କ ବିବାଦୀୟ ୩ କୃଷିଆଇନକୁ ପ୍ରତ୍ୟାହାର ଦାବି ନେଇ ସର୍ବଭାରତୀୟ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଚାଲିଥିବା ଆନ୍ଦୋଳନର ୧ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ କଂଗ୍ରେସ - ସିପିଆଇ - ସିପିଆଇ(ଏମ୍) ପକ୍ଷରୁ ଜନସଭା ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ଉକ୍ତ ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର କରିବା , ନିର୍ମମ ଜନବିରୋଧୀ କୃଷି ନୀତି ଓ କର୍ପୋରେଟ ପ୍ରୀତି ବନ୍ଦ କରିବା , ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଓ ରାଷ୍ଟ୍ରାୟତ ଶିଳ୍ପ କାରଖାନାର ଘରୋଇକରଣ ଆଇନକୁ ତୁରନ୍ତ ବାତିଲ କରିବା ପାଇଁ ଦାବି କରିବା ସହ ପେଟ୍ରୋଲ , ଡିଜେଲ , ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମେତ ଖାଦ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ରୋକିବାରେ କେନ୍ଦ୍ରସରକାର ବିଫଳ ହୋଇଥିବା ନେଇ ଦଳୀୟ ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ । ସିପିଆଇ(ଏମ୍) ଗଞ୍ଜାମ ଜିଲ୍ଲା କମିଟି କାର୍ଯ୍ୟକର୍ତ୍ତା ଅଶ୍ଵିନୀ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସିପିଆଇ ଗଞ୍ଜାମ ଜିଲା ସହ ସମ୍ପାଦକ ଅଳକ ନାଥ ମିଶ୍ର , ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ର , ଗଞ୍ଜାମ ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରଫୁଲ ପଣ୍ଡା , ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା , ସମ୍ପାଦକ କେ.କୁନା , ଏମ୍ .ବାଇନାଥ , କେଶବ ରାଓ , ଡମ୍ବୁରୁଧର ବେହେରା , ୱାଇ.ରବି କୁମାର , ସିପିଆଇ (ଏମ୍) ଆଞ୍ଚଳିକ କମିଟି ସମ୍ପାଦକ କୁରେଶୁ ପଣ୍ଡା , କାର୍ଯ୍ୟକର୍ତ୍ତା ଭି. ସୁଦର୍ଶନ ରାଜୁ , ପି. ଶିବ ଶଙ୍କର , ବିଶ୍ଵନାଥ ମହାରଣା , ଆଲୁ . କୁରେଶୁଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ସଭାରେ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି କୋର୍ଟରେ ସମ୍ବିଧାନ ଦିବସ ପାଳିତ ; ସମ୍ବିଧାନ ମୁଖବନ୍ଧ ଫଳକ ଉନ୍ମୋଚିତ

ଦିଗପହଣ୍ଡି କୋର୍ଟରେ ସମ୍ବିଧାନ ଦିବସ ପାଳିତ ; ସମ୍ବିଧାନ ମୁଖବନ୍ଧ ଫଳକ ଉନ୍ମୋଚିତ

Read More...

ଘର କାନ୍ଥ ବିବାଦକୁ ନେଇ ମହିଳାଙ୍କୁ ବିଭତ୍ସ ହତ୍ୟା

ଘର କାନ୍ଥ ବିବାଦକୁ ନେଇ ମହିଳାଙ୍କୁ ବିଭତ୍ସ ହତ୍ୟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: