ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ : ଗାଡ଼ି ଭଙ୍ଗାରୁଜା , ଥାନାରେ ଏତଲା

December 21, 2021, ଅପରାଧ, ଗଞ୍ଜାମ, Kiran Behera
ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ : ଗାଡ଼ି ଭଙ୍ଗାରୁଜା , ଥାନାରେ ଏତଲା
Kiran Behera
[ Reporter,Digapahandi ]
Bhagyaprabha News Bureau
December 21, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ବିକାଶପୁର - ବାଣିଆମାରୀ ନିକଟସ୍ଥ ଜଙ୍ଗଲରେ ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଫେରୁଥିଳେ । ଏହି ସମୟରେ ଗ୍ରାମବାସୀ ପକ୍ଷରୁ ଆକ୍ରମଣ ଉଦ୍ୟମ କରାଯାଇଥିବା ଜଣାପଡ଼ିଛି । ଏଥିସହ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଗାଡ଼ି ଭଙ୍ଗାରୁଜା କରାଯାଇଥିଲା । ଏନେଇ ଅବକାରୀ ଅଧିକାରୀ ପକ୍ଷରୁ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ଖବରନୁଯାୟୀ , ବ୍ରହ୍ମପୁର ଅବକାରୀ ନିରୀକ୍ଷକ ଏ. ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବ୍ରହ୍ମପୁୁର ଅବକାରୀ ଭ୍ରାମ୍ୟମାଣ ଷ୍ଟ୍ରାଇକିଂ ଫୋର୍ସ ଓ ବ୍ରହ୍ମପୁର ଅବକାରୀ ବିଭାଗ କର୍ମଚାରୀ ଏକ ଟିମ୍ ଦୁଇଟି ଗାଡ଼ି ( ଓଡି୦୭ ପି ୯୯୨୩ ଏବଂ ଓଡି୦୨ ବିୟୁ ୮୬୦୫) ଯୋଗେ ବିଶେଷକରି ଉକ୍ତ ପାହାଡିଆ ଦୁର୍ଗମ ଜଙ୍ଗଲରେ ଅତର୍କିତ ଚଢ଼ାଉ କରାଯାଇ ଗୁଡମିଶ୍ରିତ ରନ୍ଧା ପୋଚ ନଷ୍ଟ କରାଯିବା ସହ ମଦ ପ୍ରସ୍ତୁତ ସାମଗ୍ରୀଗୁଡିକ ଜବତ କରି ଫେରୁଥିବା ସମୟରେ ଉକ୍ତ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ଯୁବକ ଆକ୍ରୋଶ ମନୋଭାବ ରଖି ଖଣ୍ଡା , ଠେଙ୍ଗା ଧରି ଆକ୍ରମଣ ମୁହାଁ ହୋଇଥିଲେ । ଯାହାଫଳରେ ଅବକାରୀ ବିଭାଗ କର୍ମଚାରୀ ମାନେ ଗୋଟିଏ ଗାଡିରେ ଫେରି ଆସିଥିଲେ ମଧ୍ୟ ଅନ୍ୟ ଗାଡିକୁ ଗ୍ରାମବାସୀ ଘେରାଉ କରିଥିଲେ । ତେବେ ଗାଡ଼ି ଚାଳକ ନାଗଭୂଷଣ ରେଡ୍ଡୀଙ୍କର କୈାଣସି କ୍ଷତି ଘଟାଇନଥିବା ବେଳେ ଗାଡ଼ି ଭଙ୍ଗାରୁଜା କରିଥିଲେ । ଘଟଣାପରେ ଅବକାରୀ ବ୍ରହ୍ମପୁର ଅବକାରୀ ନିରୀକ୍ଷକ ମିହିର କୁମାର ସେଠୀ , ବ୍ରହ୍ମପୁର ଅବକାରୀ ଉପ ନିରୀକ୍ଷକ ଅଭିରାମ ସାହୁ ସମେତ କର୍ମଚାରୀ ମାନେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଥାନା ମାମଲା ନଂ ୩୪୦/୨୧ ଅନୁସାରେ ମକଦ୍ଦମା ରୁଜୁ କରାଯାଇ ଅପରାହ୍ନରେ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ ପହଞ୍ଚି ଘଟଣାର ତଦନ୍ତ କରି ଫେରିଥିବା ଜଣାପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଲକାନଗିରି ସାମ୍ବାଦିକ ଗିରଫ ଘଟଣାର ପ୍ରତିବାଦ କଲେ ଛତ୍ରପୁର ଯୁବ ସାମ୍ବାଦିକ

ମାଲକାନଗିରି ସାମ୍ବାଦିକ ଗିରଫ ଘଟଣାର ପ୍ରତିବାଦ କଲେ ଛତ୍ରପୁର ଯୁବ ସାମ୍ବାଦିକ

Read More...

ଗ୍ରାମରେ ପହଞ୍ଚିଲା ଆନ୍ଧ୍ରରେ ମୃତ ଓଡିଆ ଶ୍ରମିକଙ୍କ ଶରୀର : ଗ୍ରାମରେଶୋକାକୁଳ ପରିବେଶରେ

ଗ୍ରାମରେ ପହଞ୍ଚିଲା ଆନ୍ଧ୍ରରେ ମୃତ ଓଡିଆ ଶ୍ରମିକଙ୍କ ଶରୀର : ଗ୍ରାମରେଶୋକାକୁଳ ପରିବେଶରେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: