ଆଡପଡା ପଞ୍ଚାୟତରେ ଆସିକା ସାଂସଦ ଓ ପୂର୍ବତନ ବିଧାୟିକା

December 22, 2021, ଓଡ଼ିଶା, ଗଞ୍ଜାମ, Kiran Behera
ଆଡପଡା ପଞ୍ଚାୟତରେ ଆସିକା ସାଂସଦ ଓ ପୂର୍ବତନ ବିଧାୟିକା
Kiran Behera
[ Reporter,Digapahandi ]
Bhagyaprabha News Bureau
December 22, 2021

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ପଞ୍ଚାୟତରେ ବୁଧବାର ପୂର୍ବାହ୍ନରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ପହଞ୍ଚି ୨ କୋଟିରୁ ଉର୍ଦ୍ଧ୍ବ ଅଟକଳ ମୂଲ୍ୟରେ ୧୪ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ ସକାଶେ ଆଜି ଆଡପଡା ଗ୍ରାମସ୍ଥିତ ଈଶାଣେଶ୍ବର ମନ୍ଦିର ପରିସରରେ ଥିବା ଶିଶୁ ଉଦ୍ୟାନ , ମାଣିକେଶ୍ଵରୀ ବିଦ୍ୟାପୀଠରେ ନୂତନ ନିର୍ମାଣଧୀନ ଛାତ୍ରଛାତ୍ରୀଙ୍କ ଶୌଚାଳୟ , ଶ୍ମଶାନ ଗୃହ , କ୍ଷୁଦ୍ର ଜୈବ ପଦାର୍ଥ ଗୃହ , ରଙ୍ଗୁଣି ଆଦର୍ଶ ପୋଖରୀ , ୩୫ ଲକ୍ଷ ଟଙ୍କା ବିନିମୟରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ , ବିଜୁ ପଟ୍ଟନାୟକ ବ୍ୟାୟାମ ଶାଳା , ବିଜୁ ପଟ୍ଟନାୟକ ପାଠାଗାରା , ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମାଣ ହୋଇଥିବା ଅତିରିକ୍ତ ଦୁଇଟି ଶ୍ରେଣୀ ଗୃହ , ବିଦ୍ୟାଳୟ ମୁଖ୍ୟ ଫାଟକ , ମୋହିଗୁଡ଼ା ଗ୍ରାମର ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ , ମା ଠାକୁରାଣୀ ମନ୍ଦିର ମୁଖ୍ୟ ଫାଟକ , ପାଚେରୀ ଏବଂ ରୋଷେଇ ଗୃହ ଉଦଘାଟନ କରିଥିବା ବେଳେ କଇଠବେଢ଼ା ଗ୍ରାମସ୍ଥିତ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଥିବା ଜଣାପଡିଛି । ଏହି ଉଦଘାଟନୀ ଉତ୍ସବରେ ବ୍ଲକ ବିଜେଡି ସଭାପତି ତଥା ସ୍ଥାନୀୟ ସରପଞ୍ଚ ନୀଳମାଧବ ରାଉତ , ସମିତି ସଭ୍ୟ ସୁରେନ୍ଦ୍ର ବାରିକ , ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ , ସାଧାରଣ ସମ୍ପାଦକ ଅମିନ ପ୍ରଧାନ, ବ୍ଲକ ବିଜେଡି ଉପସଭାପତି ଧୋବା ସ୍ୱାଇଁ , ଅନ୍ତର୍ଯ୍ୟାମୀ ସ୍ୱାଇଁ , ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ସ୍ୱାଇଁ , ସହଦେବ ପ୍ରଧାନ , ସନ୍ତୋଷ ବିଷୋୟୀ , ତୋଫାନ ସ୍ବାଇଁ ସମେତ ବହୁ ବିଜୁ ଜନତା ଦଳର ସମସ୍ତ କର୍ମୀମାନେ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମ ଦିନରେ ୨୨ ଗୋଟି ଅଲିଭ ରିଡଲେ କଇଁଚ ଟ୍ୟାଗ

ପ୍ରଥମ ଦିନରେ ୨୨ ଗୋଟି ଅଲିଭ ରିଡଲେ କଇଁଚ ଟ୍ୟାଗ

Read More...

ଡଃ. ରାମାନୁଜନଙ୍କ ଜନ୍ମତିଥିରେ ଜାତୀୟ ଗଣିତ ଦିବସ ପାଳିତ

ଡଃ. ରାମାନୁଜନଙ୍କ ଜନ୍ମତିଥିରେ ଜାତୀୟ ଗଣିତ ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: