ଚିନୁକ ସିଏଚ-୪୭ ହେଲିକପ୍ଟରକୁ ବାୟୁ ସେନାରେ ସାମିଲ !

March 25, 2019, ଦେଶଦୁନିଆ, , Bhagyaprabha News Bureau
ଚିନୁକ ସିଏଚ-୪୭ ହେଲିକପ୍ଟରକୁ ବାୟୁ ସେନାରେ ସାମିଲ !
Bhagyaprabha News Bureau
March 25, 2019

ଭାରତୀୟ ବାୟୁସେନାରେ ସାମିଲ ହେଲା ୧୧ ହଜାର କେଜି ଅସ୍ତ୍ରଶସ୍ତ୍ର ଏବଂ ସୈନିକ ନେବାର ସକ୍ଷମ ରଖିଥିବା ଆମେରିକାର ଅତ୍ୟାଧୁନିକ ଚିନୁକ ସିଏଚ-୪୭ ହେଲିକପ୍ଟର । ଚିନୁକ ସିଏଚ-୪୭ ହେଲିକପ୍ଟରରେ କମନ ଏଭିଏସନ ଆର୍କିଟେକ୍ଚର କକପିଟ ଏବଂ ଏଡଭାନ୍ସ କକପିଟ ଭଳି ବିଶେଷ ସୁବିଧା ରହିଛି ।ଏହି ହେଲିକପ୍ଟରରେ ଗୋଟିଏ ଥରରେ ଗୋଳ ବାରୁଦ, ଆସ୍ତ୍ରଶସ୍ତ୍ର ଏବଂ ସୈନ୍ୟମାନେ ମଧ୍ୟ ଯାତାୟତ କରି ପାରିବେ ।ଏହାକୁ ରାଡର ସାହାଯ୍ୟରେ ମଧ୍ୟ ଧରିବା କଷ୍ଟସାଧ୍ୟ । ୧୫ଟି ଅତ୍ୟାଧୁନିକ ଚିନୁକ ସିଏଚ-୪୭ ହେଲିକପ୍ଟର କିଣାଯାଇଥିବା ବେଳେ ୪ଟି ହେଲିକପ୍ଟରକୁ ଆଜି ଭାରତରେ ପହଞ୍ଚିଛି । ଏହି ହେଲିକପ୍ଟର ଛୋଟ ହେଲିପ୍ୟାଡ ଓ ଘାଟିରେ ମଧ୍ୟ ଅବତରଣ କରିପାରିବ । ବିଶ୍ୱର ୧୯ଟି ଦେଶରେ ଏହି ହେଲିକପ୍ଟରକୁ ବ୍ୟବହାର କରାଯାଇଛି । ଏହି ହେଲିକପ୍ଟର ଓଜନିଆ ମେସିନ ଓ ଟ୍ୟାଙ୍କରକୁ ମଧ୍ୟ ଉଠାଇ ନେବାର ସକ୍ଷମ ହୋଇଥିବା ବେଳେ ୨୦୦୦୦ ପୁଟ ଉଚ୍ଚତା ପର୍ୟ୍ୟନ୍ତ ଉଡିବାର କ୍ଷମତା ରହିଛି । ଏହାର ଉଚ୍ଚତା ୧୮ ଫୁଟ ଏବଂ ଲମ୍ବା ୧୬ ଫୁଟ । ଚିନୁକ ସିଏଚ-୪୭ ହେଲିକପ୍ଟରକୁ ଦୁଇ ଜଣ ପାଇଲଟ ଉଡାଇ ପାରିବେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାୟଗଡାରେ ମାଓପୋଷ୍ଟର!

ରାୟଗଡାରେ ମାଓପୋଷ୍ଟର!

Read More...

ବାଲେଶ୍ୱର-ଯୁବତୀଙ୍କୁ ହତ୍ୟା

ବାଲେଶ୍ୱର-ଯୁବତୀଙ୍କୁ ହତ୍ୟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: