ସମାଜରେ ପ୍ରଗତିଶୀଳ ସାହିତ୍ୟର ପ୍ରଭାବ ସମ୍ପର୍କୀତ ଆଲୋଚନା ଚକ୍ର : ପତ୍ରିକା ଉନ୍ମୋଚିତ

December 31, 2021, ଓଡ଼ିଶା, ଗଞ୍ଜାମ, Kiran Behera
ସମାଜରେ ପ୍ରଗତିଶୀଳ ସାହିତ୍ୟର ପ୍ରଭାବ ସମ୍ପର୍କୀତ ଆଲୋଚନା ଚକ୍ର : ପତ୍ରିକା ଉନ୍ମୋଚିତ
Kiran Behera
[ Reporter,Digapahandi ]
Bhagyaprabha News Bureau
December 31, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଲୋକସେବା ପରିଷଦର ମୁଖପତ୍ର ' ପତ୍ରିକା ' ସବୁଜପତ୍ର ପକ୍ଷରୁ ଶୁକ୍ରବାର ' ସମାଜରେ ପ୍ରଗତିଶୀଳ ସାହିତ୍ୟର ପ୍ରଭାବ ' ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲୋକସେବା ପରିଷଦର ସମ୍ପାଦକ କୁରେଶୁ ପଣ୍ଡା ସଂଯୋଜନା କରିଥିଲେ । ପ୍ରାଧ୍ୟାପକ ଡା.ସୁରେନ୍ଦ୍ର ନାଥ ପାଣିଗ୍ରାହୀ , ଆଇନଜୀବୀ ଡା.ଲକ୍ଷ୍ମୀନାରାୟଣ ଦାସ , ସାହିତ୍ୟକ ଲିଙ୍ଗରାଜ ପୁଜାରୀ , ଖବରଦାତା ହରପ୍ରସାଦ ରଥ , ଅଶେଷନାଥ ମିଶ୍ର ଓ ଗୋପାଳକୃଷ୍ଣ ମଲ୍ଲୀକ ପ୍ରମୁଖ ଆଲୋଚକ ଭାବେ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ପତ୍ରିକାର ନବବର୍ଷ ସଂଖ୍ୟା ଏବଂ କ୍ୟାଲେଣ୍ଡରକୁ ଅତିଥି ବୃନ୍ଦ ଉନ୍ମୋଚିତ କରିଥିଲେ । ସାହିତ୍ୟ ସମାଜ ଗଠନ ଦିଗରେ ପ୍ରଭାବଶାଳୀ ଭୁମିକା ନିଭାଇ ଆସୁଥିବା ବେଳେ ସାହିତ୍ୟର ଆରମ୍ଭ ନାହିଁ କି ଅନ୍ତ ନାହିଁ ସେ ଅନନ୍ତ । କେବଳ ମଣିଷ ସମାଜ ନୁହେଁ ସମସ୍ତ ପ୍ରାଣୀ ଜଗତଙ୍କ ବିକାଶ ଦିଗରେ ସାହିତ୍ୟ ହିଁ ପ୍ରତିବିମ୍ବ । ଯେତେଦିନ ପର୍ଯ୍ୟନ୍ତ ଏ ଧରା ପୃଷ୍ଠରେ ପ୍ରାଣୀଜଗତ ରହିଥିବ ସାହିତ୍ୟ ତାର ସାମାଜିକ , ଅର୍ଥନୈତିକ ବିକାଶ ଦିଗରେ ଆଲୋକ ଦେଖାଉଥିବା କାଳଜୟୀ ସ୍ରଷ୍ଟାଙ୍କ ସୃଷ୍ଟି ପାଇଁ ସାହିତ୍ୟ ସମେତ ଭାଷା ସଂସ୍କୃତି ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି । ସାମ୍ପ୍ରତିକ ସମାଜରେ ପ୍ରଗତିଶୀଳ ସାହିତ୍ୟ ତାର ପ୍ରଭାବ ସୃଷ୍ଟି କରିପାରିଛି ବୋଲି ଆଲୋଚନା ଚକ୍ରରେ ମତପ୍ରକାଶ ପାଇଥିଲା । ଶେଷରେ ଆୟୋଜିତ କବିତା ଆସର କାର୍ଯ୍ୟକ୍ରମ ୧୦ ରୁ ଉର୍ଦ୍ଧ କବି,କବୟତ୍ରୀ ଏଥିରେ ଯୋଗଦେଇ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷକୁ ବିଦାୟ ଓ ନବ ବର୍ଷକୁ ସ୍ୱାଗତ ଜଣାଇ ଲୋକସେବା ପରିଷଦ ତାର ସାରସ୍ଵତ କାର୍ଯ୍ୟକ୍ରମକୁ ପାରମ୍ପରିକ ଭାବେ ପାଳନ କରି ଆସୁଥିବା ଯୋଗୁଁ ଉପସ୍ଥିତ ଆଲୋଚକ , କବି, କବୟତ୍ରୀ ବୁଦ୍ଧିଜୀବି ମାନେ ସମ୍ପୃକ୍ତ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ । ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ ପଣ୍ଡାା , ଅଶ୍ୱୀନି କୁମାର ଦାଶ , ବିନାୟକ ଦାଶ , ଲକ୍ଷ୍ମୀଧର ମହାପାତ୍ର , ହେମନ୍ତ କୁମାର ପାତ୍ର , ଅରୁଣ କମାର ସାହୁ , ପ୍ରଭାତ କୁମାର ପାଢ଼ୀ , କାମାକ୍ଷୀ ପ୍ରସାଦ ସାହୁ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରାଣୀବିଜ୍ଞାନ ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ

ପ୍ରାଣୀବିଜ୍ଞାନ ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ

Read More...

କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ଇଂରାଜୀ ବିଭାଗୀୟ ଆଲୋଚନା ଚକ୍ର ଅନୁଷ୍ଠିତ

କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ଇଂରାଜୀ ବିଭାଗୀୟ ଆଲୋଚନା ଚକ୍ର ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: