ସାହାରା ଜମାକାରୀଙ୍କ ତହସିଲ ସମ୍ମୁଖରେ ବିକ୍ଷୋଭ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

January 08, 2022, ବିଶେଷ, ଗଞ୍ଜାମ, Kiran Behera
ସାହାରା ଜମାକାରୀଙ୍କ ତହସିଲ ସମ୍ମୁଖରେ ବିକ୍ଷୋଭ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
Kiran Behera
[ Reporter,Digapahandi ]
Bhagyaprabha News Bureau
January 08, 2022

ସାହାରା ଜମାକାରୀ ମଞ୍ଚ ନେତୃତ୍ୱରେ ଶୁକ୍ରବାର ଅପରାହ୍ନରେ ସାହାରା ଇଣ୍ଡିଆ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀଙ୍କ ଏକ ଶୋଭାଯାତ୍ରା ଏବଂ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜମାକାରୀ ମଞ୍ଚର ଦିଗପହଣ୍ଡି ସଭାପତି କୃଷ୍ଣାନନ୍ଦ ପଣ୍ଡାଙ୍କ ଅଧ୍ଯକ୍ଷତାରେ ସ୍ଥାନୀୟ ବଜାର ଗାନ୍ଧୀ ଛକ ଠାରୁ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ରାଜ୍ୟ ସଭାପତି ବିଜୟ କୁମାର ପାଢୀ , ସମ୍ପାଦକ ସଞ୍ଜୀବ କୁମାର ପଣ୍ଡା ଏବଂ ଦିଗପହଣ୍ଡି ସମ୍ପାଦକ ଲକ୍ଷ୍ମୀଧର ଚୌଧୁରୀ ବକ୍ତବ୍ୟ ଦେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପ୍ରାୟ ୨ ଲକ୍ଷ ଜମାକାରୀ ଠକେଇର ଶିକାର ହୋଇଥିବା କହିଥିଲେେ । କମ୍ପାନୀ ଜମାକାରୀଙ୍କ ପରିପକ୍ବ ରାଶି ଫେରାଇବା ପରିବର୍ତ୍ତେ ଅନ୍ୟ ଯୋଜନାରେ ସେହି ପରିପକ୍ବ ରାଶି ବିନିଯୋଗ କରିବାକୁ ବାଧ୍ୟ କରୁଥିବାରୁ କମ୍ପାନୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ସୁଧ ସହ ଟଙ୍କା ଫେରାଇବା ଦିଗରେ ସହଯୋଗ କରିବାକୁ ଦାବୀ କରିଥିଲେ। ପରେ ଏକ ପ୍ରତିନିଧି ମଣ୍ଡଳୀ ଦିଗପହଣ୍ଡି ତହସିଲଦାର ସୀପକ କୁମାର ପାତ୍ରଙ୍କୁ ସାକ୍ଷାତ କରି ମୂଖ୍ଯମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଙ୍ଗନବାଡୀ କର୍ମୀ ଓ ସହାୟକ ମାନଙ୍କ ପୋତ୍ସାହନ ରାଶିରେ ବୃଦ୍ଧି କଲେ ରାଜ୍ୟ ସରକାର

ଅଙ୍ଗନବାଡୀ କର୍ମୀ ଓ ସହାୟକ ମାନଙ୍କ ପୋତ୍ସାହନ ରାଶିରେ ବୃଦ୍ଧି କଲେ ରାଜ୍ୟ ସରକାର

Read More...

ଗାଇ ଗୁହାଳରେ ଅଗ୍ନିକାଣ୍ଡ : ୧ ଗାଇ ମୃତ , ୨ ଗାଇ ଜୀବନ୍ତ ଦଗ୍ଧ

ଗାଇ ଗୁହାଳରେ ଅଗ୍ନିକାଣ୍ଡ : ୧ ଗାଇ ମୃତ , ୨ ଗାଇ ଜୀବନ୍ତ ଦଗ୍ଧ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: