ସାଇବର ଠକକୁ କାବୁ କଲା ଛତ୍ରପୁର ପୋଲିସ

January 08, 2022, ଅପରାଧ, ଗଞ୍ଜାମ, Bhagyaprabha News Bureau
ସାଇବର ଠକକୁ କାବୁ କଲା ଛତ୍ରପୁର ପୋଲିସ
Bhagyaprabha News Bureau
January 08, 2022

ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲି ଗ୍ରାମର ଜନୈକ ମହିଳାଙ୍କ ଠାରୁ ଫୋନ କଲ ଜରିଆରେ ଏକ ଲକ୍ଷ ଦଶ ହଜାର ଟଙ୍କା ଠକେଇ କରିନେଇଥିଲେ ଦୁର୍ବୁତ୍ତ । ଏହାକୁ ନେଇ ମହିଳା ଜଣଙ୍କ ଛତ୍ରପୁର ଥାନାରେ ଗତ ଡିସେମ୍ବର ମାସ୨୫ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗୁରୁତ୍ୱର ଭାବେ ନେବା ସହ ଛତ୍ରପୁର ପୋଲିସର ସ୍ୱତନ୍ତ୍ର ଟିମ ସାଇବର ପୋଲିସ ସହାୟତାରେ ଏହାର ତଦନ୍ତ ଆରମ୍ଭ କରିଥିଲେ । ଆଜି ଏହି କେସରେ ସମ୍ପୃକ୍ତ ଥିବା ଦୁଇ ଅବିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଛତ୍ରପୁର ପୋଲିସ । ମହିଳାଙ୍କୁ ଫୋନରେ ଟ୍ରାପ କରି ଟଙ୍କା ହଡପ କରିଥିବା ରାମ ପାଙ୍ଗୀକୁ କୋରାପୁଟ ଜିଲ୍ଲା ସେମିଳିଗୁଡାରୁ ଗିରଫ କରିଥିଲା ପୋଲିସ । ଏହା ସହ ଏହି କେଶରେ ସମ୍ପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ ଭବାନୀ ସିଦ୍ଧାର୍ଥ ଶଙ୍କରଙ୍କୁ ବ୍ରହ୍ମପୁର ବସ ଷ୍ଟାଣ୍ଡରୁ ଗିରଫ କରିଥିଲା ପୋଲିସ । ଏହା ସହ ସେମାନଙ୍କ ନିକଟରୁ ଏକ ଲକ୍ଷ ସାତ ହଜାର ଟଙ୍କା ସହ ତିନୋଟି ମୋବାଇଲ ଫୋନ, ବ୍ୟାଙ୍କ ଖାତା ଓ ଆଧାର କାର୍ଡ ସମେତ ଠକେଇରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ଛତ୍ରପୁର ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନରେ ଅନେକ କେଶ ରହିଥିବା ବେଳେ ଆଜି ଉଭୟଙ୍କୁ କୋର୍ଟ ଚାଳାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ସତ୍ୟ ନାରାୟଣ ପ୍ରଧାନ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଗନ୍ନାଥ ପ୍ରସାଦ ବ୍ଳକରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମନ୍ତ୍ରୀ

ଜଗନ୍ନାଥ ପ୍ରସାଦ ବ୍ଳକରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମନ୍ତ୍ରୀ

Read More...

କୋଭିଡ ସଂକ୍ରମିତ ହେଲେ ବ୍ରହ୍ମପୁର ଏସପି

କୋଭିଡ ସଂକ୍ରମିତ ହେଲେ ବ୍ରହ୍ମପୁର ଏସପି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: