ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତିସଭ୍ୟ ପାର୍ଥୀ ଭାବେ ନାମାଙ୍କନ ଭରିଲେ କୃଷ୍ଣ ମହାଙ୍କୁଡ

January 20, 2022, ରାଜନୀତି, ଗଞ୍ଜାମ, Swadhina Kumar Sahu
ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତିସଭ୍ୟ ପାର୍ଥୀ ଭାବେ ନାମାଙ୍କନ ଭରିଲେ କୃଷ୍ଣ ମହାଙ୍କୁଡ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 20, 2022

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ତମାମ ନାମାଙ୍କ ନପକ୍ରିୟା ଜାରି ରହିଛି । ଆଜି ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନରେ ଅନେକ ପାର୍ଥୀ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଆଜି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କୃଷ୍ଣ ମହାଙ୍କୁଡ ( ପିଣ୍ଟୁ ) । ସେ ନିର୍ବାଚନ କମିଶନରଙ୍କ ସମସ୍ତ କଟକଣା ମାନିବା ସହ ନିଜର ପ୍ରସ୍ତାବକ ଓ ସମର୍ଥକଙ୍କ ସହ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ନିଜର ପାର୍ଥୀପତ୍ର ଦାଖଲ କରିଥିଲେ । ସେ ନିଜର ପ୍ରସ୍ତାବକ ଶୁସାନ୍ତ କୁମାର ଗୌଡ ଓ ସମର୍ଥକ ମନମୋହନ ଗୌଡଙ୍କ ସହ ଅନ୍ୟ ଦୁଇ ଗ୍ରାମବାସୀଙ୍କୁ ଧରି ନାମଙ୍କନ ପତ୍ର ଦାଖଲ କରିଛନ୍ତି । ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କାରଣରୁ କେବଳ ଗ୍ରାମବାସୀଙ୍କ ସମର୍ଥନରେ ସେ ଏହି ପଦ ପାଇଁ ନାମାଙ୍କ ଭରିଥିବା କହିଛନ୍ତି । ଆଗାମୀ ଦିନରେ ନିଜ ଗ୍ରାମ ପଞ୍ଚାୟତର ବିକାଶ ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରଙ୍ଗୀପୁର ପଞ୍ଚାୟତ ସମିତିସଭ୍ୟ ପାର୍ଥୀ ଭାବେ ନାମାଙ୍କନ ଭରିଲେ କବିତା

ରଙ୍ଗୀପୁର ପଞ୍ଚାୟତ ସମିତିସଭ୍ୟ ପାର୍ଥୀ ଭାବେ ନାମାଙ୍କନ ଭରିଲେ କବିତା

Read More...

କୁଠାରସିଙ୍ଗି ପଞ୍ଚାୟତ ସମିତିସଭ୍ୟ ପାର୍ଥୀ ଭାବେ ନାମଙ୍କନ ଭରିଲେ ଆଶିଷ ରାଉଳ

କୁଠାରସିଙ୍ଗି ପଞ୍ଚାୟତ ସମିତିସଭ୍ୟ ପାର୍ଥୀ ଭାବେ ନାମଙ୍କନ ଭରିଲେ ଆଶିଷ ରାଉଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: